ମାଓ ଭୟରେ ମତଦାନ କେନ୍ଦ୍ରକୁ ହେଲିକପ୍ଟରରେ ଗଲେ ପୁଲିଂ ପାର୍ଟି

ମାଓ ଭୟ

ରାୟପୁର: ଆସନ୍ତା ୭ ତାରିଖରେ ଛତିଶଗଡ଼ରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ଏଥିପାଇଁ ଆଜି ରାଜ୍ୟରେ ସରୁଛି ପ୍ରଚାର। ଛତିଶଗଡ଼ର ମାଓ ପ୍ରବଣ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ମାଓ ପ୍ରବଣ ଅଞ୍ଚଳରେ ଥିବା ମତଦାନ କେନ୍ଦ୍ରକୁ ଯିବାକୁ ଥିବା ପୁଲିଂ ପାର୍ଟିଙ୍କ ପାଇଁ ହେଲିକପ୍ଟର ବ୍ୟବସ୍ଥା କରାଯାଇଛି। ସୁକମା ଜିଲ୍ଲାରେ ୪୨ଟି ପୁଲିଂ ପାର୍ଟିକୁ ହେଲିକପ୍ଟର ଯୋଗେ ମତଦାନ କେନ୍ଦ୍ରକୁ ପଠାଯାଇଛି। ଏହା ସହ ୩୬ଟି ମତଦାନ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି।
ସୁକମା ସମେତ ବିଜାପୁର, ଦାନ୍ତେୱାଡା ଜିଲ୍ଲାରେ ମଧ୍ୟ ପୁଲିଂ ପାର୍ଟିକୁ ହେଲିକପ୍ଟର ଯୋଗେ ପଠାଯାଇଛି। ମାଓବାଦୀଙ୍କ ପକ୍ଷରୁ ମାଓ ପ୍ରଭାବିତ ଅଞ୍ଚଳରେ ମତଦାନ ନ କରିବା ପାଇଁ ଧମକ ଦିଆଯାଇଥିଲା। ଏହାରି ଭିତରେ ଆଜି ପ୍ରଥମ ପର୍ଯ୍ୟାୟ ଶେଷ ହେଉଥିବାରୁ ସୁକମା ଜିଲ୍ଲା ବସ୍ତରଠାରେ ନିର୍ବାଚନୀ ସଭା କରିବେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ।

Share Now:

Kalinga News Beuro

Next Post

ଘରେ ପଶି ମହିଳାଙ୍କୁ ଛୁରି ଭୁସି ହତ୍ୟା କଲେ ଦୁର୍ବୃତ୍ତ

Sun Nov 5 , 2023
ବେଙ୍ଗାଲୁରୁ: କର୍ଣ୍ଣାଟକ ସରକାରଙ୍କ ଅଧୀନରେ ଭୂତତ୍ତ୍ବବିତ୍‌ ଭାବେ କାର୍ଯ୍ୟ କରୁଥିବା ଜଣେ ମହିଳାଙ୍କୁ ବେଙ୍ଗାଲୁରୁସ୍ଥିତ ତାଙ୍କ ବାସଭବନରେ ଛୁରି ଭୁସି ହତ୍ୟା କରାଯାଇଥିବା କଥା ଆଜି ପୁଲିସ କହିଛି। ପୁଲିସ କହିଛି, କର୍ଣ୍ଣାଟକ ସରକାରଙ୍କ ଖଣି ଓ ଭୂତତ୍ତ୍ବ ବିଭାଗରେ ଉପନିର୍ଦେଶକା ଥିବା ପ୍ରତିମା ନାମ୍ନୀ ସେ ମହିଳାଙ୍କ ଘର ଭିତରକୁ ଦୁର୍ବୃତ୍ତମାନେ ବଳପୂର୍ବକ ପ୍ରବେଶ କରି ଭୀଷଣ ଛୁରାମାଡ଼ କରିଥିଲେ। ପୁଲିସ ଆହୁରି ମଧ୍ୟ କହିଛି, ତାଙ୍କ ସ୍ବାମୀ […]
ଘରେ ପଶି ମହିଳାଙ୍କୁ ଛୁରି ଭୁସି ହତ୍ୟା କଲେ ଦୁର୍ବୃତ୍ତ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial