ଲାଲକିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ୭୪ତମ ସ୍ବାଧୀନତା ଦିବସ ଅବସରରେ ଜାତୀୟ ରାଜଧାନୀ ନୂଆଦିଲ୍ଲୀର ଲାଲକିଲ୍ଲାରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି। ଏହି ଉତ୍ସବରେ କେନ୍ଦ୍ର ମନ୍ତ୍ରିମଣ୍ଡଳର ବହୁ ସଦସ୍ୟ ଯୋଗ ଦେଇଛନ୍ତି। ଏହାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲାଲକିଲ୍ଲାରୁ ଦେଶବାସୀଙ୍କୁ ସମ୍ବୋଧିତ କରୁଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି, ‘ଆଜି ହେଉଛି ସେହି ଦିନ ଯେତେବେଳେ ଆମେ ଦେଶର ସେବା କରୁଥିବା ପ୍ରତିରକ୍ଷା ବାହିନୀ, ପୁଲିସ୍ ଫୋର୍ସ, ସୁରକ୍ଷା ବଳ ଏବଂ ଦେଶର କୋଟି କୋଟି ନାଗରିକଙ୍କୁ ସମ୍ମାନ ଦେଉଛୁ।’ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୋଭିଡ -୧୯ ମହାମାରୀ ସମୟରେ ପ୍ରାଣ ହରାଇଥିବା ଲୋକଙ୍କ ପାଇଁ ଶୋକ ପ୍ରକାଶ କରିବା ସହ ଉକ୍ତ ପରିବାରମାନଙ୍କୁ ସମବେଦନା ଜ୍ଞାପନ କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଏହି ମହାମାରୀ ମଧ୍ୟରେ ୧୩୦ କୋଟି ଭାରତୀୟ ଆତ୍ମନିର୍ଭରଶୀଳ ହେବା ପାଇଁ ସଂକଳ୍ପ ନେଇଥିଲେ ଏବଂ ‘ଆତ୍ମନିର୍ଭର ଭାରତ ‘ ଭାରତର ମନରେ ଅଛି। ଏହି ସ୍ୱପ୍ନ ଏକ ପ୍ରତିଶ୍ରୁତିରେ ପରିଣତ ହେଉଛି। ଆଜି ୧୩୦ କୋଟି ଭାରତୀୟଙ୍କ ପାଇଁ ‘ଆତ୍ମନିର୍ଭର ଭାରତ’ ଏକ ମନ୍ତ୍ର ପାଲଟିଛି ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି। ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲାଲକିଲ୍ଲାର ଲାହୋରୀ ଫାଟକରେ ପହଞ୍ଚିଥିଲେ। ସେଠାରୋ ତାଙ୍କୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ପାଛୋଟି ନେଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରେଡ ଲାଲକିଲ୍ଲାରେ ଗାର୍ଡ ଅଫ୍ ଅନର ଗ୍ରହଣ କରିଥିଲେ। ଲେଫ୍ଟନାଣ୍ଟ କର୍ଣ୍ଣେଲ ଗୌରବ ଏସ୍ ୟେୱାଲକରଙ୍କ ଦ୍ବାରା ଗାର୍ଡ ଅଫ୍ ଅନର ପରିଚାଳିତ ହୋଇଥିଲା।

Share Now:

Kalinga News Beuro

Next Post

ଆଜି ରାଜ୍ୟରେ ନୂଆ ରେକର୍ଡ: ୨୪୯୬ ନୂଆ କରୋନା ପଜିଟିଭ୍ ଚିହ୍ନଟ, ମୋଟ୍ ୫୭,୧୨୬ ଆକ୍ରାନ୍ତ

Sat Aug 15 , 2020
ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୩୭୮ ଜଣ ସଂକ୍ରମିତ ଭୁବନେଶ୍ବର: ଆଜି ରାଜ୍ୟରେ ସମସ୍ତ ପୁରୁଣା ରେକର୍ଡ ଭାଙ୍ଗିଛି କରୋନା ସଂକ୍ରମିତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାରେ ୨୪୯୬ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ସଙ୍ଗରୋଧ କେନ୍ଦ୍ରରୁ ୧୫୯୧ ଓ ସ୍ଥାନୀୟ ଅଞ୍ଚଳରୁ ୯୦୫ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସୂଚନା ରହିଛି । ୨୯ଟି ଜିଲ୍ଲାରୁ ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏ ନେଇ […]
୨୪୯୬ ନୂଆ କରୋନା ପଜିଟିଭ୍ ଚିହ୍ନଟ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial