ନିର୍ବାଚନରେ କଳାଧନ ମାମଲା ରୋକିପାରିବ ନାହିଁ ପ୍ରଚଳିତ ଆଇନ: ସିଇସି

ନୂଆଦିଲ୍ଲୀ: ଭାରତର ନିର୍ବାଚନଗୁଡ଼ିକରେ କଳାଧନର ବ୍ୟାପକ ବ୍ୟବହାର ହେଉଛି ଏବଂ ପ୍ରଚଳିତ ଆଇନ ଏହାକୁ ରୋକିବାକୁ ଆଦୌ ପର୍ଯ୍ୟାପ୍ତ ନୁହେଁ ବୋଲି ମୁଖ୍ୟ ନିର୍ବାଚନ କମିସନର (ସିଇସି) ଓପି ରାଓ୍ଵତ କହିଛନ୍ତି। ନିର୍ବାଚନ ବ୍ୟବସ୍ଥାରେ ଦେଖାଦେଇଥିବା ସମସ୍ୟାଗୁଡ଼ିକ ସଂପର୍କରେ ଆଲୋଚନା ବେଳେ ରାଓ୍ଵତ କହିଛନ୍ତି ଯେ ଗୋଟିଏ ପଟେ କଳାଧନର ବ୍ୟାପକ ବ୍ୟବହାର ଓ ଅନ୍ୟପଟେ ମିଥ୍ୟା ଖବରର ଜୁଆର ଗଣତାନ୍ତ୍ରିକ ପ୍ରକ୍ରିୟାକୁ ଦୁର୍ବଳ କରୁଛି। ନିର୍ବାଚନରେ କଳାଧନର ବହୁଳ ବ୍ୟବହାର ଭାରତ ଏବଂ ଭାରତୀୟ ନିର୍ବାଚନ ପାଇଁ ପ୍ରମୁଖ ଚିନ୍ତାର ବିଷୟ ବୋଲି ରାଓ୍ଵତ କହିଛନ୍ତି। ସରକାର ଏ ବାବଦରେ କଠୋର ଆଇନ ଲାଗୁ କଲେ ହିଁ କଳାଧନକୁ ନିୟନ୍ତ୍ରଣ କରିହେବ ଏବଂ ଏଥିପାଇଁ କେତେକ ପ୍ରସ୍ତାବ ମଧ୍ୟ ଦିଆଯାଇଛି ବୋଲି ସେ କହିଛନ୍ତି। ଷଡ଼ଯନ୍ତ୍ରପୂର୍ଣ୍ଣ ଭାବେ ଭୋଟର୍‌ଙ୍କ ତଥ୍ୟ ଚୋରି କରି ନିର୍ବାଚନରେ ଏହାକୁ ବ୍ୟବହାର କରୁଥିବା କ୍ୟାଂବ୍ରିଜ୍‌ ଆନାଲିଟିକା ଭଳି କମ୍ପାନି ଏବଂ ମିଥ୍ୟା ଖବରର ପ୍ରସାର କରୁଥିବା ଗୋଷ୍ଠୀ ମଧ୍ୟ ନିର୍ବାଚନୀ ପ୍ରକ୍ରିୟା ପାଇଁ ବିପଦ ବୋଲି ସିଇସି କହିଛନ୍ତି। ଗଣମାଧ୍ୟମ ସକାରାତ୍ମକ ଭାବେ ଦାୟିତ୍ୱ ନିର୍ବାହ କରିବା ସହ ସୋସିଆଲ ମିଡିଆର ସଦୁପଯୋଗ ହୋଇପାରିଲେ ଗଣତାନ୍ତ୍ରିକ ବ୍ୟବସ୍ଥା ଅଧିକ ସୁଦୃଢ଼ ହେବ ବୋଲି ସେ କହିଛନ୍ତି।

Share Now:

Kalinga News Beuro

Leave a Reply

Next Post

ବ୍ରିଜ୍‌ ତଳକୁ ଖସି ନାଳରେ ବୁଡ଼ି ଗଲା କାର୍: ଦୁଇ ମୃତ

Sun Sep 16 , 2018
ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ଜଟଣୀ-ତଳଖେତା ରାସ୍ତାରେ ଥିବା ଏକ ବ୍ରିଜ୍ ଉପରୁ ଗୋଟିଏ ଇନୋଭା କାର୍ ଖସି ପଡ଼ିବାରୁ ୨ ଜଣଙ୍କ ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଦ୍ୱୟଙ୍କ ପରିଚୟ ମିଳିପାରି ନାହିଁ। କାର୍‌ର ଡ୍ରାଇଭର ଫେରାର ହୋଇଯାଇଛନ୍ତି। ଶନିବାର ରାତିରେ ଏହି କାର୍‌ଟି ଜଟଣୀରୁ ତଳଖେତା ଦେଇ ଭୁବନେଶ୍ୱର ଅଭିମୁଖେ ଯାଉଥିଲା। ତେବେ ଏହି ବ୍ରିଜ୍ ନିକଟରେ କାର୍‌ଟି ଭାରସାମ୍ୟ ହରାଇଥିଲା ଓ ବ୍ରିଜ୍‌ର ଗାର୍ଡ ୱାଲ୍‌ ଭାଙ୍ଗି […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial