ବ୍ରିଜ୍‌ ତଳକୁ ଖସି ନାଳରେ ବୁଡ଼ି ଗଲା କାର୍: ଦୁଇ ମୃତ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ଜଟଣୀ-ତଳଖେତା ରାସ୍ତାରେ ଥିବା ଏକ ବ୍ରିଜ୍ ଉପରୁ ଗୋଟିଏ ଇନୋଭା କାର୍ ଖସି ପଡ଼ିବାରୁ ୨ ଜଣଙ୍କ ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଦ୍ୱୟଙ୍କ ପରିଚୟ ମିଳିପାରି ନାହିଁ। କାର୍‌ର ଡ୍ରାଇଭର ଫେରାର ହୋଇଯାଇଛନ୍ତି। ଶନିବାର ରାତିରେ ଏହି କାର୍‌ଟି ଜଟଣୀରୁ ତଳଖେତା ଦେଇ ଭୁବନେଶ୍ୱର ଅଭିମୁଖେ ଯାଉଥିଲା। ତେବେ ଏହି ବ୍ରିଜ୍ ନିକଟରେ କାର୍‌ଟି ଭାରସାମ୍ୟ ହରାଇଥିଲା ଓ ବ୍ରିଜ୍‌ର ଗାର୍ଡ ୱାଲ୍‌ ଭାଙ୍ଗି ନାଳରେ ପଡ଼ି ଯାଇଥିଲା। କାର୍‌ଟି ବ୍ରିଜ୍‌ ତଳକୁ ଖସି ପଡ଼ିବା ଦେଖି କିଛି ଲୋକ ପୁଲିସ୍ ଓ ଦମକଳ ବାହିନୀକୁ ଖବର ଦେଇଥିଲେ। ଦୁର୍ଘଟଣା ପରେ କାର୍ ଡ୍ରାଇଭର ପାଣିରୁ ବାହାରି ସେଥିରେ ଆଉ ଦୁଇ ଜଣ ବ୍ୟକ୍ତି ଥିବା କହିଥିଲେ। ତା’ପରେ ସେ ସେଠାରୁ କୌଶଳକ୍ରମେ ଫେରାର ହୋଇଯାଇଥିଲେ। କାର୍‌ଟି ନାଳରେ ପୂରା ବୁଡ଼ି ଯାଇଥିଲା। ଅଗ୍ନିଶମ ବାହିନୀର କର୍ମଚାରୀମାନେ ଖୋଜାଖୋଜି କରି କାର୍‌ଟିକୁ ଠାବ କରିବା ପରେ ଏକ ହାଇଡ୍ରା ମେସିନ୍‌ ଦ୍ୱାରା ତାକୁ ବାହାର କରାଯାଇଥିଲା। ଜଟଣୀ ପୁଲିସ୍ ମୃତଦେହଗୁଡ଼ିକୁ ବ୍ୟବଚ୍ଛେଦ କରିବା ପାଇଁ ଖୋର୍ଦ୍ଧା ପଠାଇଛି।

Share Now:

Kalinga News Beuro

Leave a Reply

Next Post

ସୂର୍ଯ୍ୟଙ୍କୁ ଛୁଇଁବାକୁ ଯାଇଛି ଯାନ

Sun Sep 16 , 2018
ନୂଆଦିଲ୍ଲୀ: ବିଜ୍ଞାନର ଶକ୍ତି ଅସୀମ। ଏହି ବିଜ୍ଞାନ ବଳରେ ସବୁ ସମ୍ଭବ। ମହାକାଶରେ ଅନେକ ଗବେଷଣା ସଫଳ ହୋଇଥିବା ବେଳେ ମଣିଷ ଏବେ ସୂର୍ଯ୍ୟଙ୍କୁ ଛୁଇଁବାକୁ ଆରମ୍ଭ କରିଛି ପ୍ରୟାସ। ସୌରମଣ୍ଡଳର ସବୁଠୁ ଶକ୍ତିଶାଳି ନକ୍ଷତ୍ର ସୂର୍ଯ୍ୟଙ୍କ ନିକଟରେ ପହଞ୍ଚିବା ପାଇଁ ନାସା ସଫଳ ହୋଇଛି। ସୂର୍ଯ୍ୟଙ୍କର ତାପମାତ୍ରା ମାପିବା ପାଇଁ ନାସା ପକ୍ଷରୁ ଏକ ମହାକାଶ ଯାନ ପଠାଯାଇଛି। ଗତ ଅଗଷ୍ଟ ମାସରେ ଏହି ଯାନ ମହାକାଶକୁ ପଠାଯିବା ସଫଳ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial