ଅଗଷ୍ଟରୁ ୨ ରୁ ୧୭ ବର୍ଷ ପିଲାଙ୍କୁ ଦିଆଯିବ କରୋନା ଟିକା-ସ୍ୱାସ୍ଥ୍ୟମନ୍ତ୍ରୀ

ଅଗଷ୍ଟରୁ ୨ ରୁ ୧୭ ବର୍ଷ ପିଲାଙ୍କୁ ଟିକା

ନୂଆଦିଲ୍ଲୀ: ଭାରତରେ ଆସନ୍ତା ମାସରେ ୧୮ବର୍ଷରୁ କମ ପିଲାଙ୍କୁ ଦିଆଯିବ କରୋନା ଟିକା। ବିଜେପିର ସଂସଦୀୟ ବୈଠକରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟା। ଭାରତ ବାୟୋଟେକ ଦ୍ୱାରା ପ୍ରସ୍ତୁତ କୋଭାକ୍ସିନ୍ ଟିକାର ପରୀକ୍ଷା ବର୍ତ୍ତମାନ ଚାଲିଛି। ଏହା ସଫଳ ହେଲେ ଯଥାଶୀଘ୍ର ୨ ରୁ ୧୭ ବର୍ଷ ପିଲାଙ୍କୁ ଟିକା ଦିଆଯିବ। ଆସନ୍ତା ମାସରୁ ଏହା ଆରମ୍ଭ ହୋଇପାରେ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି। ସୂଚନା ମୁତାବକ, ମେ’ ୧୨ରେ, ଡିସିଜିଆଇ ଭାରତ ବାୟୋଟେକକୁ ଦୁଇ ବର୍ଷରୁ କମ୍ ପିଲାମାନଙ୍କ ଉପରେ କୋଭାକ୍ସିନର ଦ୍ୱିତୀୟ ପର୍ଯ୍ୟାୟ ଓ ତୃତୀୟ ପର୍ଯ୍ୟାୟ ପରୀକ୍ଷା କରିବାକୁ ଅନୁମତି ପ୍ରଦାନ କରିଥିଲା। ଏହା ପରେ ଜୁନ୍ ୭ରେ, ଦିଲ୍ଲୀ ଏମ୍ସରେ ୨ରୁ ୧୭ବର୍ଷ ବୟସର ପିଲାମାନଙ୍କୁ କୋଭିଡ -୧୯ ଟିକା ଦେବା ପାଇଁ ଭାରତ ବାୟୋଟେକ ପରୀକ୍ଷା ଆରମ୍ଭ କରିଥିଲା। ତେବେ ୧୮ବର୍ଷରୁ କମ ବୟସ୍କ ପିଲାଙ୍କୁ କରୋନା ଟିକା ଦିଆଯିବା ନେଇ ଅନେକ ଦିନରୁ ଲୋକେ ଅପେକ୍ଷା କରିଥିବା ବେଳେ ଏବେ ଅପେକ୍ଷାର ଅନ୍ତ ହେଲା ଭଳି ଲାଗୁଛି। ଆଗକୁ ପିଲାଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ବିଦ୍ୟାଳୟକୁ ସମ୍ପୂର୍ଣ୍ଣ ଭାବେ ଖୋଲିବାକୁ ସରକାର ଯୋଜନା କରୁଥିବାବେଳେ ଇଣ୍ଡୋନେସିଆରେ କରୋନାରେ ଶିଶୁଙ୍କ ବର୍ଦ୍ଧିତ ମୃତ୍ୟୁ ସଂଖ୍ୟା ସରକାରଙ୍କ ଚିନ୍ତା ବଢାଇଦେଇଛି। ଅନ୍ୟପକ୍ଷରେ, କରୋନାର ତୃତୀୟ ଲହରକୁ ରୋକିବାକୁ ହେଲେ ପିଲାଙ୍କ ଟିକାକରଣ ଉପରେ ଗୁରୁତ୍ୱ ଦିଆଯିବା ଜରୁରୀ ବୋଲି ଏମ୍ସ ମୁଖ୍ୟ ଡଃ ରଣଦୀପ ଗୁଲେରିଆ କହିଛନ୍ତି।
ସୂଚନା ମୁତାବକ, ଇଣ୍ଡୋନେସିଆରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ହଠାତ ବୃଦ୍ଧି ପାଇଛି। ମୃତ ଶିଶୁଙ୍କ ମଧ୍ୟରେ ଅଧିକାଂଶ ଶିଶୁ ୫ ବର୍ଷରୁ କମ। ଇଣ୍ଡୋନେସିଆରେ ଏଯାଏଁ ୩୦ ଲକ୍ଷ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସେଥି ମଧ୍ୟରୁ ଆକ୍ରାନ୍ତ ଶିଶୁଙ୍କ ହାର ସାଢେ ବାର ପ୍ରତିଶତ। ଏମାନଙ୍କ ମଧ୍ୟରୁ ପାଖାପାଖି ୮ଶହ ଶିଶୁଙ୍କର କରୋନାରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ତେବେ କରୋନାର ତୃତୀୟ ଲହର କେତେବେଳେ ଯେ ଭାରତୀୟ ଶିଶୁଙ୍କୁ ଆକ୍ରାନ୍ତ କରିବ ସେ ନେଇ ସରକାର ଚିନ୍ତାରେ।

Share Now:

Kalinga News Beuro

Next Post

କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ହେବେ ବାସବରାଜ ବୋମାଇ : ଆସନ୍ତା କାଲି ଶପଥ ଗ୍ରହଣ

Tue Jul 27 , 2021
ବେଙ୍ଗାଲୁରୁ : ବରିଷ୍ଠ ବିଜେପି ନେତା ବାସବରାଜ ବୋମାଇ ହେବେ କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ। ଆଜି ସଂଧ୍ୟାରେ ବସିଥିବା ବିଜେପି ବିଧାୟକ ଦଳ ବୈଠକ ପରେ ଏହି ଘୋଷଣା କରାଯାଇଛି। ଏହି ବୈଠକରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜି.କିଷନ ରେଡ୍ଡୀଙ୍କୁ ଏଥିପାଇଁ କେନ୍ଦ୍ରୀୟ ପର୍ୟ୍ୟବେକ୍ଷକ ଭାବେ ଉପସ୍ଥିତ ଥିଲେ। ଆସନ୍ତା କାଲି ଅପରାହ୍ନ ୩ ଟା ୨୦ରେ ଶ୍ରୀ ବୋମାଇଙ୍କ ଶପଥ ଗ୍ରହଣ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ […]
କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial