କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ହେବେ ବାସବରାଜ ବୋମାଇ : ଆସନ୍ତା କାଲି ଶପଥ ଗ୍ରହଣ

କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ

ବେଙ୍ଗାଲୁରୁ : ବରିଷ୍ଠ ବିଜେପି ନେତା ବାସବରାଜ ବୋମାଇ ହେବେ କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ। ଆଜି ସଂଧ୍ୟାରେ ବସିଥିବା ବିଜେପି ବିଧାୟକ ଦଳ ବୈଠକ ପରେ ଏହି ଘୋଷଣା କରାଯାଇଛି। ଏହି ବୈଠକରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜି.କିଷନ ରେଡ୍ଡୀଙ୍କୁ ଏଥିପାଇଁ କେନ୍ଦ୍ରୀୟ ପର୍ୟ୍ୟବେକ୍ଷକ ଭାବେ ଉପସ୍ଥିତ ଥିଲେ। ଆସନ୍ତା କାଲି ଅପରାହ୍ନ ୩ ଟା ୨୦ରେ ଶ୍ରୀ ବୋମାଇଙ୍କ ଶପଥ ଗ୍ରହଣ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ଘୋଷଣା ପରେ ନିଜ ପ୍ରତିକ୍ରିୟାରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ବୋମାଇ କର୍ଣ୍ଣାଟକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କାର୍ୟ୍ୟକ୍ରମଗୁଡ଼ିକୁ ଆଗେଇ ନେବେ ବୋଲି ସେ ଆଶା କରୁଛନ୍ତି। ଇସ୍ତଫା ଦେଇଥିବା ବିଏସ ୟେଦୁୟେରପ୍ପାଙ୍କ ପରି ବୋମାଇ ମଧ୍ୟ ପ୍ରଭାବଶାଳୀ ଲିଙ୍ଗାୟତ ସଂପ୍ରଦାୟର ବ୍ୟକ୍ତି। ସେ ମଧ୍ୟ ୟେଦୁୟେରପ୍ପାଙ୍କ ଘନିଷ୍ଠ ଭାବେ ଜଣାଶୁଣା। ୧୯୬୦ ଜାନୁଆରି ୨୮ରେ ଜନ୍ମିତ ବାସବରାଜ ବୋମାଇଙ୍କ ପିତା ଏସଆର ବୋମାଇ ମଧ୍ୟ ପୂର୍ବରୁ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଥିଲେ।

Share Now:

Kalinga News Beuro

Next Post

ଅଗଷ୍ଟ ୩୧ ପର୍ଯ୍ୟନ୍ତ କୋଭିଡ କଟକଣା ବୃଦ୍ଧି କଲେ କେନ୍ଦ୍ର ସରକାର

Wed Jul 28 , 2021
ନୂଆଦିଲ୍ଲୀ : କେନ୍ଦ୍ର ସରକାର ଆଜି କୋଭିଡ୍ କଟକଣା ଗୁଡ଼ିକୁ ଆସନ୍ତା ଅଗଷ୍ଟ ୩୧ ପର୍ଯ୍ୟନ୍ତ ବଢାଇଦେଇଛନ୍ତି। ଦେଶରେ ସାମଗ୍ରିକ ଭାବେ ସଂକ୍ରମଣ କମୁଥିଲେ ମଧ୍ୟ କେତେକ ଜିଲ୍ଲାରେ ପଜିଟିଭିଟି ହାର ୧୦ ପ୍ରତିଶତ ଉପରେ ଥିବାରୁ ଅଧିକ ସତର୍କ ରହିବାକୁ କେନ୍ଦ୍ର ସରକାର ରାଜ୍ୟ ସରକାରମାନଙ୍କୁ କହିଛନ୍ତି। ରାଜ୍ୟ ମୁଖ୍ୟ ଶାସନ ସଚିବମାନଙ୍କୁ ପତ୍ର ଲେଖି କେନ୍ଦ୍ର ଗୃହ ସଚିବ ଅଜୟ ଭଲ୍ଲା କହିଛନ୍ତି ଯେ ଦେଶରେ ସଂକ୍ରମଣ […]
ଅଗଷ୍ଟ ୩୧ ପର୍ଯ୍ୟନ୍ତ କୋଭିଡ କଟକଣା ବୃଦ୍ଧି

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial