ଅଗଷ୍ଟ ୩୧ ପର୍ଯ୍ୟନ୍ତ କୋଭିଡ କଟକଣା ବୃଦ୍ଧି କଲେ କେନ୍ଦ୍ର ସରକାର

ଅଗଷ୍ଟ ୩୧ ପର୍ଯ୍ୟନ୍ତ କୋଭିଡ କଟକଣା ବୃଦ୍ଧି

ନୂଆଦିଲ୍ଲୀ : କେନ୍ଦ୍ର ସରକାର ଆଜି କୋଭିଡ୍ କଟକଣା ଗୁଡ଼ିକୁ ଆସନ୍ତା ଅଗଷ୍ଟ ୩୧ ପର୍ଯ୍ୟନ୍ତ ବଢାଇଦେଇଛନ୍ତି। ଦେଶରେ ସାମଗ୍ରିକ ଭାବେ ସଂକ୍ରମଣ କମୁଥିଲେ ମଧ୍ୟ କେତେକ ଜିଲ୍ଲାରେ ପଜିଟିଭିଟି ହାର ୧୦ ପ୍ରତିଶତ ଉପରେ ଥିବାରୁ ଅଧିକ ସତର୍କ ରହିବାକୁ କେନ୍ଦ୍ର ସରକାର ରାଜ୍ୟ ସରକାରମାନଙ୍କୁ କହିଛନ୍ତି। ରାଜ୍ୟ ମୁଖ୍ୟ ଶାସନ ସଚିବମାନଙ୍କୁ ପତ୍ର ଲେଖି କେନ୍ଦ୍ର ଗୃହ ସଚିବ ଅଜୟ ଭଲ୍ଲା କହିଛନ୍ତି ଯେ ଦେଶରେ ସଂକ୍ରମଣ କମୁଥିଲେ ବି ତାହାକୁ ନେଇ ଆମେ ବେପରୁଆ ହେବା ଉଚିତ ନୁହେଁ। ରାଜ୍ୟଗୁଡ଼ିକରେ କଡ଼ାକଡ଼ିଭାବେ କୋଭିଡ ନିୟମାବଳୀ ପାଳନ ପାଇଁ ସେ ପରାମର୍ଶ ଦେଇଛନ୍ତି। ବିଶେଷକରି ଆଗକୁ ପାର୍ବଣ ଋତୁ ଥିବାରୁ ଜନଗହଳି ହେଉଥିବା ସ୍ଥାନରେ କଟକଣା କଡ଼ାକଡ଼ି କରିବାକୁ ସେ ପରାମର୍ଶ ଦେଇଛନ୍ତି। ସେହିପରି ସଂକ୍ରମଣ କମିବା ସହ ରାଜ୍ୟମାନେ ଅନଲକ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏହି ପ୍ରକ୍ରିୟାକୁ ସତର୍କତାର ସହ କରିବାକୁ ସେ ପରାମର୍ଶ ଦେଇଛନ୍ତି। ଦେଶର ୨୭ଟି ଜିଲ୍ଲାରେ ଗତ ସପ୍ତାହରୁ ସଂକ୍ରମଣ ପୁଣି ବଢିବା ଆରମ୍ଭ କରିଛି, ଯାହାକି ଏକ ଚିନ୍ତାର କାରଣ ବୋଲି ଗତକାଲି ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଥିଲା।

Share Now:

Kalinga News Beuro

Next Post

ସହିଦ ସପ୍ତାହରେ ହାର୍ଡକୋର ମାଓବାଦୀ ଗିରଫ

Wed Jul 28 , 2021
ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡର ଦନ୍ତେଵାଡା ଜିଲ୍ଲାରେ ଜଣେ ହାର୍ଡକୋର ମାଓବାଦୀ ଗିରଫ ହୋଇଛି। ସହିଦ ସପ୍ତାହ ବେଳେ ପୁଲିସକୁ ମିଳିଛି ଏକ ବଡ ସଫଳତା। ଗିରଫ ହୋଇଥିବା ମାଓବାଦୀ ଜଣକ ହେଲା ହନ୍ଦା କର୍ରା ମାଣ୍ଡବୀ। ଗରିଫ ମାଓବାଦୀ କଟେକଲ୍ୟାଣ ଏରିଆ କମିଟିର କମାଣ୍ଡର ଭାବେ କାମ କରୁଥିଲା। ଗତ ୧୮ ବର୍ଷ ଧରି ସେ ମାଓ ସଂଗଠନରେ ସକ୍ରିୟ ଭାବେ କାମ କରୁଥିଲା। ବିଶେଷ ସୂତ୍ରରୁ ଖବର […]
ହାର୍ଡକୋର ମାଓବାଦୀ ଗିରଫ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial