ମେଡିକାଲ ମାଫିଆଙ୍କର ସାହସ ଅଛି ତା ଅମୀର ଖାନଙ୍କ ବିରୋଧରେ ମୁହଁ ଖୋଲନ୍ତୁ: ବାବା ରାମଦେବ

ବାବା ରାମଦେବ

ନୂଆଦିଲ୍ଲୀ: ଆଲୋପାଥି ବନାମ ଆୟୁର୍ବେଦର ଯୁଦ୍ଧ ବନ୍ଦ ହେବାର ନାମ ନେଉନାହିଁ। ବର୍ତ୍ତମାନ ଏହି ବିତର୍କ ରାମଦେବ ବନାମ ଫାର୍ମା କମ୍ପାନୀରେ ପହଞ୍ଚିଛି। ଏଲୋପାଥି ଉପରେ ଦେଇଥିବା ବୟାନକୁ ପ୍ରତ୍ୟାହାର ପରେ ମଧ୍ୟ ଯୋଗ ଗୁରୁ ପଛକୁ ଫେରିବାକୁ ପ୍ରସ୍ତୁତ ନାହାନ୍ତି। ବାବା ରାମଦେବ ଆଜି ଫିଲ୍ମ ଅଭିନେତା ଆମୀର ଖାନଙ୍କ କାର୍ଯ୍ୟକ୍ରମ ‘ସତ୍ୟମେବ ଜୟତେ’ର ଏକ ପୁରୁଣା ଭିଡିଓ ସେୟାର କରି ବିତର୍କକୁ ଆହୁରି ଆଗକୁ ବଢ଼ାଇଛନ୍ତି। ଏହି ଭିଡିଓରେ ଦାବି କରାଯାଉଛି ଯେ ଫାର୍ମା କମ୍ପାନୀ ଏବଂ ଡାକ୍ତରଙ୍କ ସହଭାଗୀତା ହେତୁ ଏକଚାଟିଆ ଯୋଗୁଁ ଅନେକ ଲୋକଙ୍କୁ ଅଧିକ ମୂଲ୍ୟରେ ଔଷଧ କିଣିବାକୁ ବାଧ୍ୟ ହେବାକୁ ପଡୁଛି। ଭିଡିଓରେ ବ୍ୟାଖ୍ୟା କରାଯାଇଛି ଯେ ଡାକ୍ତରଙ୍କ ଦ୍ୱାରା ଲିଖିତ ଔଷଧ ଅପେକ୍ଷା ଜେନେରିକ୍ ଔଷଧ ଶସ୍ତା ହୋଇଥିଲେ ବି ରୋଗୀ ମହଙ୍ଗା ଔଷଧ ସେବନ କରିବାକୁ ବାଧ୍ୟ ହେଉଛନ୍ତି। ରାମଦେବ ଟ୍ୱିଟ୍ କରି ଲେଖିଛନ୍ତି, ‘ଯଦି ଏହି ମେଡିକାଲ୍ ମାଫିଆମାନଙ୍କର ସାହସ ଅଛି, ତେବେ ଅମୀର ଖାନଙ୍କ ବିରୋଧରେ ମୋର୍ଚ୍ଚା ଖୋଲନ୍ତୁ।’ ସୂଚନା ଥାଉ କି ଏଲୋପାଥି ଡାକ୍ତରଙ୍କ ଉପରେ ବୟାନ ଦେଇ ବାବା ରାମଦେବ ବିବାଦ ଭିତରକୁ ଟାଣି ହୋଇ ଆସିଥିଲେ। ଆଇଏମଏ ଖୋଲାଖୋଲି ଭାବେ ରାମଦେବଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲା। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷ ବର୍ଦ୍ଧନ ବାବା ରାମଦେବଙ୍କୁ ଚିଠି ଲେଖିଥିଲେ ଯାହା ପରେ ଯୋଗ ଗୁରୁ ତାଙ୍କ ବିବୃତ୍ତି ପ୍ରତ୍ୟାହାର କରିଥିଲେ। କିନ୍ତୁ ଏହାର କିଛି ସମୟ ପରେ ରାମଦେବ ଡାକ୍ତର ଏବଂ ଫାର୍ମା କମ୍ପାନୀମାନଙ୍କୁ ପ୍ରଶ୍ନ ପଚାରି ଏକ ଖୋଲା ଚିଠି ଲେଖିଥିଲେ।

Share Now:

Kalinga News Beuro

Next Post

କରୋନାରେ ଆଖି ବୁଜିଲେ ନବବଧୂ : ନାଇଡୁପେଟାରେ ଉତ୍ତେଜନା, ଜାତୀୟ ରାଜପଥ ଅବରୋଧ

Sun May 30 , 2021
ରାୟଗଡ଼ା: କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଥିବା ନବବଧୂର ମୃତ୍ୟୁକୁ ନେଇ ରାୟଗଡାରେ ଉତ୍ତେଜନା ପ୍ରକାଶ ପାଇଛି। ଚିକିତ୍ସା ଅବହେଳାରୁ ନବବଧୁର ମୃତ୍ୟୁ ହୋଇଥିବା ଅଭିଯୋଗରେ ନାଇଡୁପେଟା ଗ୍ରାମବାସୀ ୩୨୬ ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ। ୩ ଘଣ୍ଟାର ଆନ୍ଦୋଳନ ପରେ ଘଟଣାର ତଦନ୍ତ ପାଇଁ ପ୍ରଶାସନ ପ୍ରତିଶୃତି ଦେବା ପରେ ରାସ୍ତାରୋକ ହଟିଛି। ନାଇଡୁପେଟାର ଜି. ତ୍ରିବେଣୀ (୨୧) ମେ ୨୧ ତାରିଖରେ ବିବାହ କରିଥିଲେ। ୨୬ […]
କରୋନାରେ ଆଖି ବୁଜିଲେ ନବବଧୂ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial