ଯୁବାକ୍ଷୀ ହେଲେ ସିବିଏସଇ ଟପ୍ପର : ରଖିଲେ ୧୦୦% ନମ୍ବର

ଯୁବାକ୍ଷୀ ହେଲେ ସିବିଏସଇ ଟପ୍ପର

ନୋଇଡା : ଉତ୍ତରପ୍ରଦେଶ ନୋଇଡାର ଯୁବାକ୍ଷୀ ବିଗ୍ ସିବିଏସଇ ୧୨ଶ ଶ୍ରେଣୀ ପରୀକ୍ଷାରେ ପରଫେକ୍ସ ରେଜଲ୍ଟ ହାସଲ କରି ସମଗ୍ର ଦେଶରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ପରଫେକ୍ଟ ରେଜଲ୍ଟ ଅର୍ଥ ସେ ମୋଟ ୫୦୦ ମାର୍କରୁ ୫୦୦ ହାସଲ କରିଛନ୍ତି। ନୋଇଡା ଆମିଟି ଇଣ୍ଟରନ୍ୟାସନାଲ ସ୍କୁଲର ଛାତ୍ରୀ ଯୁବାକ୍ଷୀ ସିବିଏସଇ ୧୨ଶ ପରୀକ୍ଷାରେ ଇଂରାଜୀ, ଇତିହାସ, ରାଜନୀତି ବିଜ୍ଞାନ, ସାଇକୋଲୋଜୀ (ମନସ୍ତତ୍ତ୍ବ) ଓ ଚିତ୍ରକଳା ପରୀକ୍ଷା ଦେଇଥିଲେ। ଏସବୁ ପେପରରେ ସେ ୧୦୦ରୁ ୧୦୦ ମାର୍କ ରଖିଛନ୍ତି। ଫଳରେ ମୋଟ ୫୦୦ ମାର୍କରୁ ସେ ୫୦୦ ରଖିପାରିଛନ୍ତି। ପିଲାଙ୍କ ମଧ୍ୟରେ ଅଯଥା ପ୍ରତିଯୋଗିତାକୁ ରୋକିବାକୁ ସିବିଏସଇ ପକ୍ଷରୁ ଟପ୍ପର ତାଲିକା ପ୍ରକାଶ କରାଯାଏ ନାହିଁ। ତେବେ ପରଫେକ୍ଟ ରେଜଲ୍ଟ ହାସଲ କରିଥିବାରୁ ତାଙ୍କୁ ଅନୌପଚାରିକ ଭାବେ ସିବିଏସଇ ଟପ୍ପର ବୋଲି କୁହାଯାଉଛି।
ଏହି ଫଳାଫଳ ସମ୍ପର୍କରେ ପ୍ରତିକ୍ରିୟା ପ୍ରକାଶ କରି ଯୁବାକ୍ଷୀ କହିଛନ୍ତି ଯେ ସେ ଗଭୀର ମନଯୋଗ ସହ ପରିଶ୍ରମ କରିଚାଲିଥିଲେ। କିନ୍ତୁ ପ୍ରକୃତରେ ରେଜଲ୍ଟ ଏପରି ହେବ ବୋଲି ସେ ଭାବିନଥିଲେ ବୋଲି କହିଛନ୍ତି। ଶତ ପ୍ରତିଶତ ମାର୍କ ରଖିଥିଲେ ବି ସେ ନିଜର ପସନ୍ଦଯୋଗ୍ୟ ବିଶ୍ବବିଦ୍ୟାଳୟ ଦିଲ୍ଲୀ ବିଶ୍ବ ବିଦ୍ୟାଳୟରେ ନାମ ଲେଖାଇବାର ସୁଯୋଗ ପାଇବେ କି ନା ସେ ସମ୍ପର୍କରେ ଏବେ ବି ସନ୍ଦିହାନ ଅଛନ୍ତି। କାରଣ ଏଥିପାଇଁ ତାଙ୍କୁ କମନ ୟୁନିଭର୍ସିଟି ଏଣ୍ଟ୍ରାନ୍ସ ଟେଷ୍ଟ (ସିୟୁଇଟି) ପାଶ କରିବାକୁ ହେବ। ତାଙ୍କର ଆଉ ଗୋଟିଏ ସିୟୁଇଟି ପେପର ବାକି ଅଛି।

Share Now:

Kalinga News Beuro

Next Post

ଦେଶରେ ୩ୟ ମଙ୍କିପକ୍ସ ମାମଲା କେରଳର ମାଲାପ୍ପୁରମକୁ ଚିହ୍ନଟ

Fri Jul 22 , 2022
କୋଚି : କେରଳର ଦେଶର ୩ୟ ମଙ୍କିପକ୍ସ ମାମଲା ଚିହ୍ନଟ ହୋଇଛି। କେରଳ ମାଲାପ୍ପୁରମର ଜଣେ ୩୫ ବର୍ଷୀୟ ଯୁବକ ମଙ୍କିପକ୍ସ ଆକ୍ରାନ୍ତ ଥିବା ଜଣାଯାଇଛି। ସେ ୟୁଏଇରୁ ଜୁଲାଇ ୬ରେ ଭାରତ ଫେରିଥିଲେ। ଜ୍ବର ହେବାକୁ ସେ ମଞ୍ଜରି ମେଡିକାଲ କଲେଜରେ ୧୩ ତାରିଖରେ ଭର୍ତ୍ତି ହୋଇଥିଲେ ଓ ଜୁଲାଇ ୧୫ରୁ ତାଙ୍କ ଶରୀରେ ଲକ୍ଷଣ ଦେଖାଯାଇଥିଲା। ଏହା ପରେ ତାଙ୍କ ନମୁନା ନିଆଯାଇଥିଲା, ଯାହାକି ପଜିଟିଭ ବାହାରିଥିଲା। […]
ଦେଶରେ ୩ୟ ମଙ୍କିପକ୍ସ ମାମଲା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial