ବଦଳିଲା ଭୁବନେଶ୍ବର ରାଜଧାନୀ ଏକ୍ସପ୍ରେସର ସମୟ

ରାଜଧାନୀ ଏକ୍ସପ୍ରେସର ସମୟ ବଦଳିଲା

ନୂଆଦିଲ୍ଲୀ : ନୂଆଦିଲ୍ଲୀରୁ ଭୁବନେଶ୍ବର ମଧ୍ୟରେ ଚଳାଚଳ କରୁଥିବା ରାଜଧାନୀ ଏକ୍ସପ୍ରେସ ଜାନୁଆରି ୯ ତାରିଖରୁ ନୂଆ ସମୟ ଅନୁସାରେ ଯାତ୍ରା କରିବ। ବଦଳା ଯାଇଥିବା ସମୟ ଅନୁଯାୟୀ ପୂର୍ବ ତୁଳନାରେ ଟ୍ରେନ୍‌ ୪୦ ମିନିଟ କମ୍ ସମୟରେ ଯାତ୍ରା ପୂରା କରିବ। ଜାନୁୟାରି ୯ରୁ ଭୁବନେଶ୍ବର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ (୦୨୮୫୫/୦୨୮୫୬) ଟ୍ରେନ୍ ଭୂବନେଶ୍ବରରୁ ପ୍ରତ୍ୟେକ ଶନିବାର ସକାଳ ୭.୧୦ ମିନିଟ୍ ପରିବର୍ତ୍ତେ ସକାଳ ୭.୧୫ ମିନିଟରୁ ଗଡିବ। ଅପରପକ୍ଷେ ନୂଆଦିଲ୍ଲୀରୁ ପ୍ରତ୍ୟେକ ରବିବାର ସଂନ୍ଧ୍ୟା ୦୫.୦୫ ମିନିଟ ବଦଳରେ ସଂନ୍ଧ୍ୟା ୫ଟାରେ ଯାତ୍ରା କରିବ। ୧୦ ଜାନୁୟାରୀରୁ ଭୁବନେଶ୍ବର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ (୦୨୮୨୫/୦୨୮୨୬) ପ୍ରତ୍ୟେକ ବୁଧବାର ଏବଂ ଶନିବାରରେ ପୂର୍ବାହ୍ନ ୧୧.୩୫ ସମୟ ପରିବର୍ତ୍ତେ ପୂର୍ବାହ୍ନ ୧୦.୩୫ ମିନିଟରେ ଭୁବନେଶ୍ବରରୁ ଛାଡ଼ିବ। ନୂଆଦିଲ୍ଲୀରୁ ପ୍ରତ୍ୟେକ ସୋମବାର ଏବଂ ଶୁକ୍ରବାର ସଂନ୍ଧ୍ୟାରେ ୦୫.୦୫ ସମୟ ପରିବର୍ତ୍ତେ ୫ଟା ବେଳେ ପ୍ରସ୍ଥାନ କରିବ। ଭୂବନେଶ୍ବର-ନୂଆଦିଲ୍ଲୀ ଏକ୍ସପ୍ରେସ୍ (୦୨୮୨୩-୦୨୮୨୪) ଜାନୁୟାରୀ ୧୧ରୁ ଭୁବନେଶ୍ବରରୁ ପ୍ରତ୍ୟେକ ସୋମବାର, ମଙ୍ଗଳବାର, ଗୁରୁବାର ଓ ଶୁକ୍ରବାର ଦିନ ସକାଳ ୦୯.୩୦ ମିନିଟରେ ପ୍ରସ୍ଥାନ କରିବ। ନୂଆଦିଲ୍ଲୀରୁ ଏହି ଟ୍ରେନ୍‌ ପ୍ରତ୍ୟେକ ମଙ୍ଗଳବାର ବୁଧବାର, ଗୁରୁବାର ଓ ଶନିବାରକୁ ସଂନ୍ଧ୍ୟା ୦୫.୦୫ ମିନିଟ ପରିବର୍ତ୍ତେ ସଂନ୍ଧ୍ୟା ୫ଟାରେ ଭୁବନେଶ୍ବର ଅଭିମୁଖେ ଯାତ୍ରା କରିବ।

Share Now:

Kalinga News Beuro

Next Post

ପାକିସ୍ତାନୀ ମହିଳା ହୋଇଛନ୍ତି ଗାଁ ମୁଖିଆ: ଉତ୍ତରପ୍ରଦେଶ ପୁଲିସର ତନାଘନା

Fri Jan 1 , 2021
ଆଗ୍ରା : ଉତ୍ତରପ୍ରଦେଶର ଏଟା ଜିଲ୍ଲାରେ ଏକ ଚାଞ୍ଚଲ୍ୟକର ଘଟଣାର ପର୍ଦ୍ଦାଫାସ ହୋଇଛି। ଜଣେ ପାକିସ୍ତାନୀ ମହିଳା ଏକ ଗ୍ରାମର ମୁଖିଆ ହୋଇଛନ୍ତି ଏବଂ ଗ୍ରାମ ପଞ୍ଚାୟତ ପରିଚାଳନା କରୁଥିବା ଘଟଣା ସମ୍ପୃକ୍ତ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଦୀର୍ଘ ଦିନ ଧରି ଉତ୍ତରପ୍ରଦେଶରେ ଭିସାରେ ଥିବା ଏହି ପାକିସ୍ତାନୀ ମହିଳା କିଭଳି ଆଧାର କାର୍ଡ ଏବଂ ଭୋଟର୍‌ ଆଇଡି ପାଇଲେ ତାହା ଜାଣିବାପାଇଁ ପୁଲିସ ତଦନ୍ତ ଆରମ୍ଭ କରିଦେଇଛି। […]
ପାକିସ୍ତାନୀ ମହିଳା ହୋଇଛନ୍ତି ଗାଁ ମୁଖିଆ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial