କେଦାରନାଥ ଅଘଟଣ : ହେଲିକପ୍ଟର ପଙ୍ଖାରେ କଟି ଯୁବକଙ୍କ ମୃତ୍ୟୁ

ହେଲିକପ୍ଟର ପଙ୍ଖାରେ କଟି ଯୁବକଙ୍କ ମୃତ୍ୟୁ

ରୁଦ୍ରପ୍ରୟାଗ: କେଦାରନାଥ ଯାତ୍ରା ଆରମ୍ଭ ହେବା ପୂର୍ବରୁ ଉତ୍ତରାଖଣ୍ଡରେ ଏକ ବଡ଼ ଦୁର୍ଘଟଣା ଘଟିଛି। ରବିବାର ଅପରାହ୍ନରେ ହେଲିକପ୍ଟରର ପଙ୍ଖାରେ ଜଣେ ଯୁବକଙ୍କର ବେକ କଟିଯିବାରୁ ତାଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ନାଁ ଜିତେନ୍ଦ୍ର କୁମାର ସାଇନି ବୋଲି କୁହାଯାଉଛି। ସାଇନି ଉତ୍ତରାଖଣ୍ଡ ବେସାମରିକ ବିମାନ ଚଳାଚଳର ଆର୍ଥିକ ନିୟନ୍ତ୍ରକ ଥିଲେ।
ସୂଚନାନୁସାରେ, କେଦାରନାଥ ଧାମରେ ଥିବା ହେଲିପ୍ୟାଡରେ ହେଲିକପ୍ଟର ଅବତରଣ କରିବା ସମୟରେ ଜିତେନ୍ଦ୍ର ସାଇନି ହେଲିକପ୍ଟର ନିକଟକୁ ସେଲଫି ନେବାକୁ ଯାଇଥିଲେ। ଏହି ସମୟରେ ହେଲିକପ୍ଟରର ପଛପଟେ ଲାଗିଥିବା ପଙ୍ଖାରେ ତାଙ୍କର ବେକ କଟି ଯାଇଥିଲା ଏବଂ ସେ ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିଲେ। ହେଲିପ୍ୟାଡରେ ଦୁର୍ଘଟଣା ସମୟରେ ଉତ୍ତରାଖଣ୍ଡ ବେସାମରିକ ବିମାନ ଚଳାଚଳର ସିଇଓ ମଧ୍ୟ ଉପସ୍ଥିତ ଥିଲେ ବୋଲି କୁହାଯାଉଛି। ଯାଞ୍ଚ ସମୟରେ ଏହି ଦୁର୍ଘଟଣା ଘଟିଛି। କେଦାରନାଥ ଯାତ୍ରା ଏପ୍ରିଲ ୨୫ରୁ ଆରମ୍ଭ ହେବାକୁ ଥିବା ବେଳେ ପୂର୍ବରୁ ଏଭଳି ଘଟଣା ଘଟିବା ସମସ୍ତଙ୍କୁ ଦୁଃଖ ଦେଇଛି। ତେବେ କେଦାରନାଥ ଯାତ୍ରାକୁ ଦେଖି ଏବେ ପ୍ରଶାସନ ଜୋରସୋରରେ ପ୍ରସ୍ତୁତି ଆରମ୍ଭ କରିଛି। ମନ୍ଦିର ସମିତି ଏବେ ମନ୍ଦିର ସଜାଇବା କାମ ଆରମ୍ଭ କରିଛନ୍ତି। ତୀର୍ଥଯାତ୍ରୀଙ୍କ ସୁବିଧା ପାଇଁ ହେଲିକପ୍ଟର ମଧ୍ୟ କେଦାରନାଥ ଧାମରେ ଥିବା ହେଲିପ୍ୟାଡରେ ପହଞ୍ଚିସାରିଛି। ଚଳିତବର୍ଷ ପାଇଁ ଡିଜିସିଏ ୯ଟି ହେଲିକପ୍ଟରକୁ ଅନୁମତି ଦେଇଛି।

Share Now:

Kalinga News Beuro

Next Post

ଲୋକାର୍ପିତ ହେଲା ‘ଶଙ୍ଖ ଭବନ’: ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Sun Apr 23 , 2023
ଭୁବନେଶ୍ୱର: ବିଜେଡିର ରାଜ୍ୟ କାର୍ଯ୍ୟାଳୟ ‘ଶଙ୍ଖ ଭବନ’ର ଉଦଘାଟନ କରିଛନ୍ତି ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପବିତ୍ର ଅକ୍ଷୟ ତୃତୀୟ ଅବସରରେ ବିଜେଡିର ରାଜ୍ୟ କାର୍ଯ୍ୟାଳୟ ‘ଶଙ୍ଖ ଭବନ’ର ଉଦଘାଟିତ ହୋଇଛି। ୟୁନିଟ ୬ସ୍ଥିତ ସେହି ପୁରୁଣା ଜାଗାରେ ହିଁ ନିର୍ମାଣ ହୋଇଛି ବିଜେଡିର ନୂତନ କାର୍ଯ୍ୟାଳୟ ଶଙ୍ଖ ଭବନ। ଆଜି ଉଦଘାଟନୀ କାର୍ଯ୍ୟକ୍ରମରେ ମନ୍ତ୍ରୀ, ସାଂସଦ, ବିଧାୟକ ଓ ଦଳର ବରିଷ୍ଠ କର୍ମକର୍ତ୍ତା, ଛାମୁଆ ସଂଗଠନର […]
ଲୋକାର୍ପିତ ହେଲା ‘ଶଙ୍ଖ ଭବନ’-2

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial