ଗୁଜରାଟ ମୁଖ୍ୟମନ୍ତ୍ରୀ ହେଲେ ବିଜୟ ରୂପାନୀ

ଅହମ୍ମଦାବାଦ: ଷଷ୍ଠ ଥର ପାଇଁ ଗୁଜରାଟରେ ସରକାର ଗଠନ କରିଛି ବିଜେପି। ଆଜି ବିଜୟ ରୂପାନୀ ଦ୍ୱିତୀୟ ଥର ପାଇଁ ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ରାଜ୍ୟପାଳ ଓ. ପି. କୋହଲି ରୂପାନୀଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଗାନ୍ଧିନଗରରେ ଆୟୋଜିତ ଭବ୍ୟ ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଅମିତ ଶାହା, ନୀତିଶ କୁମାରଙ୍କ ସମେତ ୧୮ ଏନ୍‌ଡିଏ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଉପସ୍ଥିତ ଥିଲେ। ରୂପାନୀଙ୍କ ନୂଆ କ୍ୟାବିନେଟ୍‌ରେ କେତେକ ପୁରୁଣା ଓ ନୂଆ ଚେହେରା ସହିତ ୧୯ ମନ୍ତ୍ରୀ ସାମିଲ ହୋଇଛନ୍ତି।

Share Now:

Kalinga News Beuro

Leave a Reply

Next Post

ଯାଦବ ପରିବାର ସୁଷମାଙ୍କୁ ଭେଟିଲେ

Wed Dec 27 , 2017
ନୂଆଦିଲ୍ଲୀ: କୁଳଭୂଷଣ ଯାଦବଙ୍କ ପରିବାର ତାଙ୍କୁ ଇସଲାମାବାଦରେ ଭେଟି ଫେରିବା ପରେ ଗତକାଲି ବିଦେଶ ମନ୍ତ୍ରୀ ସୁଷମା ସ୍ୱରାଜଙ୍କୁ ଭେଟିଛନ୍ତି। ବିଦେଶ ସଚିବ ଏସ୍‌ ଜୟଶଙ୍କର ଏବଂ ବିଦେଶମନ୍ତ୍ରାଳୟ ପ୍ରବକ୍ତା ରବିଶ କୁମାର ମଧ୍ୟ କୁଳଭୂଷଣଙ୍କ ପରିବାର ସହିତ ଉପସ୍ଥିତ ଥିଲେ। ପାକିସ୍ତାନ ସରକାର ଯୋଜନାବଦ୍ଧ ଭାବେ କୁଳଭୂଷଣଙ୍କ ପରିବାରକୁ ଅପମାନିତ କରିଥିବାରୁ ଭାରତ ପାକିସ୍ତାନର ବିଶ୍ୱସନୀୟତା ଉପରେ ପ୍ରଶ୍ନ ଉଠାଇଛି । ମାନବିକତା ଆଧାରରେ ସାକ୍ଷାତ ସୁଯୋଗ ଦେଇଥିବା […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial