କରୋନାରେ ଆଖି ବୁଜିଲେ ନବବଧୂ : ନାଇଡୁପେଟାରେ ଉତ୍ତେଜନା, ଜାତୀୟ ରାଜପଥ ଅବରୋଧ

କରୋନାରେ ଆଖି ବୁଜିଲେ ନବବଧୂ

ରାୟଗଡ଼ା: କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଥିବା ନବବଧୂର ମୃତ୍ୟୁକୁ ନେଇ ରାୟଗଡାରେ ଉତ୍ତେଜନା ପ୍ରକାଶ ପାଇଛି। ଚିକିତ୍ସା ଅବହେଳାରୁ ନବବଧୁର ମୃତ୍ୟୁ ହୋଇଥିବା ଅଭିଯୋଗରେ ନାଇଡୁପେଟା ଗ୍ରାମବାସୀ ୩୨୬ ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ। ୩ ଘଣ୍ଟାର ଆନ୍ଦୋଳନ ପରେ ଘଟଣାର ତଦନ୍ତ ପାଇଁ ପ୍ରଶାସନ ପ୍ରତିଶୃତି ଦେବା ପରେ ରାସ୍ତାରୋକ ହଟିଛି। ନାଇଡୁପେଟାର ଜି. ତ୍ରିବେଣୀ (୨୧) ମେ ୨୧ ତାରିଖରେ ବିବାହ କରିଥିଲେ। ୨୬ ତାରିଖରେ ଅସୁସ୍ଥତା ଅନୁଭବ କରିବା ପରେ କୋଭିଡ ସ୍ୱାବ ପରୀକ୍ଷା କରିଥିଲେ। ରିପୋର୍ଟ ପଜିଟିଭ ଆସିବା ପରେ ରାତିରେ ତ୍ରିବେଣୀଙ୍କୁ ଜେକେପୁର କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଦୁଇ ଦିନ ତଳେ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବା ପରେ ହିମୋଗ୍ଲୋବିନ କମ ଥିବା ଜଣା ପଡିଥିଲା। ଆବଶ୍ୟକ ରକ୍ତ ପ୍ରଦାନ ପରେ ମଧ୍ୟ ତ୍ରିବେଣୀଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ଉନ୍ନତି ପରିଲକ୍ଷିତ ହୋଇନଥିଲା। ଫଳରେ ଆଜି ସକାଳେ ତାଙ୍କର ମୃତ୍ୟୁ ହୋଇଥିଲା। ଖବର ପାଇ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିବା ସହ ମେଡିକାଲରେ ଠିକ ଚିକିତ୍ସା ହେଉନଥିବା ଅଭିଯୋଗ କରିଥିଲେ। ପ୍ରତିବାଦରେ ଗାଁ ଦେଇ ଯାଇଥିବା ଜାତୀୟ ରାଜପଥକୁ ଲୋକେ ଅବରୋଧ କରିଥିଲେ। ଖବର ପାଇ ଉପଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ପ୍ରଧାନ, ତହସିଲଦାର ଉମା ଶଙ୍କର ବେହେରା, ଚାନ୍ଦିଲି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିଥିଲେ। ମେଡିକାଲରେ ଉତ୍ତମ ଚିକିତ୍ସା ଦିଗରେ ଧ୍ୟାନ ଦିଆଯିବା ସହ ନବବଧୂ ମୃତ୍ୟୁ ଘଟଣାର ତଦନ୍ତ କରିବାକୁ ପ୍ରତିଶୃତି ପରେ ମଧ୍ୟାହ୍ନ ୧୨ ଟାରେ ରାସ୍ତାରୋକ ହଟିଥିଲା।

Share Now:

Kalinga News Beuro

Next Post

ରାଜ୍ୟରେ କମିବାରେ ଲାଗିଛି ପଜିଟିଭ ହାର: ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ

Sun May 30 , 2021
ଭୁବନେଶ୍ୱର: ରାଜ୍ୟରେ କରୋନାର ସ୍ଥିତି ନେଇ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର ଆଜି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଇଛନ୍ତି। ସେ କହିଛନ୍ତି ଯେ ରାଜ୍ୟରେ ପଜିଟିଭ ହାର କମିଛି। ମେ ୨୨ ରେ ସର୍ବାଧିକ ୧୨୮୫୨ ପଜିଟିଭ ଚିହ୍ନଟ ହୋଇଥିଲେ। ଏହା ପରେ ବାତ୍ୟା ପାଇଁ ଟେଷ୍ଟ କମିବାରୁ ପଜିଟିଭ ସଂଖ୍ୟା କମିଥିଲା। ମାତ୍ର ପରବର୍ତ୍ତୀ ପର୍ଯ୍ୟାୟରେ ଟେଷ୍ଟ ବଢ଼ିଥିଲେ ବି ସଂକ୍ରମଣ କମିଛି। ମେ ୨୨ […]
ରାଜ୍ୟରେ କମିବାରେ ଲାଗିଛି ପଜିଟିଭ ହାର

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial