କରୋନା ଟିକା ଦେବାରେ ଆମେରିକାକୁ ପଛରେ ପକାଇଲା ଭାରତ

ପ୍ରଥମ ସ୍ଥାନରେ ଭାରତ

ନୂଆଦିଲ୍ଲୀ: ଆମେରିକାକୁ ଆଜି ପଛରେ ପକାଇଛ ଭାରତ। କରୋନା ଟିକା ଦେବାରେ ସବୁ ଦେଶଠାରୁ ଭାରତ ଆଗରେ ରହିଛି। ଆଜି ଏନେଇ କେନ୍ଦ୍ର ସରକାର ଜଣାଇଛନ୍ତି। ଭାରତରେ ଗୋଟେ ଦିନରେ ୩୦,୯୩,୮୬୧ଜଣଙ୍କୁ ଟିକା ଦିଆଯାଉଥିବା ବେଳେ ଆମେରିକାରେ ୨୯,୯୮,୫୩୩ଜଣଙ୍କୁ ଟିକା ଦିଆଯାଉଛି। ଏହି ଦୁଇଟି ଦେଶ ପଛକୁ ରହିଛି ବ୍ରାଜିଲ, ଯେଉଁଠି ଗୋଟେ ଦିନରେ ୬, ୪୬,୮୬୫ଜଣଙ୍କୁ ଟିକା ଦିଆଯାଉଛି। ଦେଶରେ ସମୁଦାୟ ୮.୭୦ କୋଟି ଡୋଜ ଲୋକଙ୍କୁ ଦିଆଯାଇ ସାରିଥିବା କହିଛି ସ୍ୱାସ୍ଥ୍ୟ ମନ୍ତ୍ରାଳୟ। ଆଜି ସକାଳ ୭ଟା ପର୍ଯ୍ୟନ୍ତର ରିପୋର୍ଟ ଅନୁଯାୟୀ, ୧୩,୩୨,୧୩୦ ସେସନ ମାଧ୍ୟମରେ ୮,୭୦,୭୭,୪୭୪ ଟିକା ଡୋଜ ଦିଆଯାଇଛି। ଏଥିମଧ୍ୟରେ ପ୍ରଥମେ ଡୋଜ ନେଇଛନ୍ତି ୮୯,୬୩,୭୨୪ ସ୍ୱାସ୍ଥ୍ୟ ସେବା କର୍ମଚାରୀ ଏବଂ ଦ୍ୱିତୀୟ ଡୋଜ ନେଇଛନ୍ତି ୫୩,୯୪,୯୧୩ ସ୍ୱାସ୍ଥ୍ୟ ସେବା କର୍ମଚାରୀ। ଏହା ସହ ୯୭,୩୬,୬୨୯ ଫ୍ରଣ୍ଟଲାଇନ କର୍ମଚାରୀ ପ୍ରଥମ ଡୋଜ ନେଇଥିବା ବେଳେ, ୪୩,୧୨,୮୨୬ ଫ୍ରଣ୍ଟଲାଇନ କର୍ମଚାରୀ ଦ୍ବିତୀୟ ଡୋଜ ନେଇଛନ୍ତି। ଏହା ବ୍ୟତୀତ ୬୦ବର୍ଷରୁ ଅଧିକ ୩,୫୩,୭୫,୯୫୩ ଏବଂ ୧୦,୦୦,୭୮୭ ହିତାଧିକାରୀଙ୍କୁ ଯଥାକ୍ରମେ ପ୍ରଥମ ଏବଂ ଦ୍ୱିତୀୟ ଡୋଜ ଦିଆଯାଇଥିବାବେଳେ ୪୫ରୁ ୬୦ବର୍ଷ ବୟସ୍କ ୨,୧୮,୬୦,୭୦୯ ଏବଂ ୪,୩୧,୯୩୩ ହିତାଧିକାରୀଙ୍କୁ ଯଥାକ୍ରମେ ପ୍ରଥମ ଏବଂ ଦ୍ୱିତୀୟ ଡୋଜ ଦିଆଯାଇଛି। ଗତ ୨୪ଘଣ୍ଟା ମଧ୍ୟରେ ୩୩ଲକ୍ଷରୁ ଅଧିକ ଡୋଜ ଦିଆଯାଇଥିବା ଜଣାପଡ଼ିଛି।

Share Now:

Kalinga News Beuro

Next Post

ଡିଜିଟାଲ ୱାଲେଟରେ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜମା ରଖିହେବ: ରିଜର୍ଭ ବ୍ୟାଙ୍କ

Wed Apr 7 , 2021
ମୁମ୍ବାଇ : ଆଜି ରିଜର୍ଭ ବ୍ୟାଙ୍କ ଦ୍ୱାରା ଘୋଷିତ ମୁଦ୍ରାନୀତି ସମୀକ୍ଷାରେ ସୁଧହାର ଅପରିବର୍ତ୍ତିତ ରଖାଯିବା ସହ ଆଉ କେତେକ ଗୁରୁତ୍ବପୂର୍ଣ୍ଣ ଘୋଷଣା କରାଯାଇଛି। ତାହା ମଧ୍ୟରେ ରହିଛି ପେମେଣ୍ଟ ବ୍ୟାଙ୍କ ଖାତା ବା ଡିଜିଟାଲ ୱାଲେଟର ସର୍ବାଧିକ ବାଲାନ୍ସ ରାଶି ବୃଦ୍ଧି ଓ ଅଣବ୍ୟାଙ୍କିଙ୍ଗ୍ ପେମେଣ୍ଟ ସଂସ୍ଥାମାନଙ୍କୁ ଆରଟିଜିଏସ ଓ ଏନଇଏଫଟି ସେବା ପ୍ରଦାନ ପାଇଁ ଅନୁମତି। ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ଘୋଷଣା ଅନୁସାରେ ଗ୍ରାହକମାନେ […]
ଡିଜିଟାଲ ଓ୍ବାଲେଟରେ ୨ ଲକ୍ଷ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial