ବ୍ଲାକ ପଙ୍ଗସକୁ ମହାମାରୀ ଘୋଷଣା କଲେ ରାଜ୍ୟ ସରକାର: ସ୍ୱାସ୍ଥ୍ୟମନ୍ତ୍ରୀ

ବ୍ଲାକ ପଙ୍ଗସକୁ ମହାମାରୀ ଘୋଷଣା କଲେ ରାଜ୍ୟ ସରକାର

ଭୁବନେଶ୍ୱର: ବ୍ଲାକ ପଙ୍ଗସକୁ ମହାମାରୀ ଘୋଷଣା କଲେ ରାଜ୍ୟ ସରକାର। ମହାମାରୀ ଘୋଷଣା ନେଇ ସୂଚନା ଦେଲେ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ। ମହାମାରୀ ଘୋଷଣା କରିବାକୁ ପରାମର୍ଶ ଦେଇଥିଲା କେନ୍ଦ୍ର ସରକାର। ରାଜ୍ୟରେ ବ୍ଲାକ ଫଙ୍ଗସ ରୋଗୀ ଚିହ୍ନଟ ହେବା ପରେ ଏଭଳି ପଦକ୍ଷେପ ନେଇଛି ରାଜ୍ୟ ସରକାର। ପୂର୍ବରୁ ତେଲେଙ୍ଗାନା ଓ ରାଜସ୍ଥାନ ସରକାର ଏହାକୁ ମହାମାରୀ ଘୋଷଣା କରିଛନ୍ତି। କରୋନା ସଂକ୍ରମିତଙ୍କ ଠାରେ ଏହି ରୋଗ ଦେଖିବାକୁ ମିଳୁଛି। ଏହି ରୋଗରେ ସଂକ୍ରମିତ ହେବା ପରେ ରୋଗୀଙ୍କର ଆଖି ନଷ୍ଟ ହୋଇଯାଉଛି। ଏହି ରୋଗରେ ପୀଡିତ ଜଣେ ବ୍ୟକ୍ତିଙ୍କର ଗତକାଲି ଦିଲ୍ଲୀ ମୂଲଚନ୍ଦ ହସ୍ପିଟାଲରେ ମୃତ୍ୟୁ ହୋଇଛି। ଏହାକୁ ନଜରରେ ରଖି ତେଲେଙ୍ଗାନା ସରକାର ଏକ ନିର୍ଦ୍ଦେଶାନାମା ଜାରି କରିଛନ୍ତି। ନିର୍ଦ୍ଦେଶ ମୁତାବକ ଏହି ରୋଗରେ ପୀଡିତ ହୋଇ ଆସୁଥିବା ଲୋକମାନଙ୍କର ସୂଚନା ତୁରନ୍ତ ସରକାରଙ୍କ ନିକଟରେ ପହଂଚାଇବାକୁ କୁହାଯାଇଛି। ଅନ୍ୟପଟେ କରୋନା ସଂକ୍ରମଣରେ ସବୁଠାରୁ ଆଗରେ ଥିବା ମହାରାଷ୍ଟ୍ରରେ ଏବେ ସଂକ୍ରମଣ ହାର କମିଥିବା ବେଳେ ବ୍ଲାକ ଫଙ୍ଗସ୍ ସଂକ୍ରମଣ ସରକାରଙ୍କ ଚିନ୍ତା ବଢାଇଛି। ବ୍ଲାକ ଫଙ୍ଗସ୍ ସଂକ୍ରମଣରେ ମହାରାଷ୍ଟ୍ରରେ ୯୦ ଜଣଙ୍କର ଜୀବନ ଯାଇଥିବା କଥା କୁହାଯାଇଛି। ଏହାସହ ୧୫୦୦ ରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

Share Now:

Kalinga News Beuro

Next Post

ଆୟକର ରିଟର୍ଣ୍ଣ ଫାଇଲ ଶେଷ ତାରିଖକୁ ବୃଦ୍ଧି କଲା ଆୟକର ବିଭାଗ

Thu May 20 , 2021
ନୂଆଦିଲ୍ଲୀ : ଦେଶରେ କରୋନା ମହାମାରୀର ୨ୟ ଲହର ଯ଼ୋଗୁଁ ଟିକସଦାତା ମାନେ ପ୍ରଭାବିତ ହୋଇଥିବାରୁ ଆୟକର ବିଭାଗ ପକ୍ଷରୁ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ଆୟକର ରିଟର୍ଣ୍ଣ ଫାଇଲ କରିବାର ଶେଷ ତାରିଖକୁ ୨ ମାସ ପର୍ୟ଼୍ୟନ୍ତ ବୃଦ୍ଧି କରିଛନ୍ତି। ଆୟକର ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ବ୍ୟକ୍ତିଗତ ଆୟକରଦାତାମାନଙ୍କ ପାଇଁ ରିଟର୍ଣ୍ଣ ଫାଇଲ କରିବାର ଶେଷ ତାରିଖ ୩୧ ଜୁଲାଇ ଥିବାବେଳେ ତାହାକୁ ୩୦ ସେପ୍ଟେମ୍ବରକୁ […]
ଆୟକର ରିଟର୍ଣ୍ଣ ଫାଇଲ ତାରିଖକୁ ବୃଦ୍ଧି କଲା ଆୟକର ବିଭାଗ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial