ରାଜଧାନୀରେ କରୋନା ସ୍ଥିତି ଉଦ୍‌ବେଗଜନକ : ‌ସେପ୍ଟେମ୍ବରରେ ୮ ହଜାର ଆକ୍ରାନ୍ତ

ରାଜଧାନୀରେ କରୋନା ସ୍ଥିତି

ଦିନକରେ ୩୦୬ ପଜିଟିଭ୍, ସମୁଦାୟ ସଂଖ୍ୟା ୧୯ହଜାର ନିକଟତର

ଭୁବନେଶ୍ୱର : ଚଳିତ ସେପ୍ଟେମ୍ବରରେ ରାଜଧାନୀରେ କରୋନା ସ୍ଥିତି ଉଦ୍‌ବେଗଜନକ ରହିଛି। ଗତ ୨୦ ଦିନରେ ୮,୧୬୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରେ ଅଧିକାଂଶ ଆକ୍ରାନ୍ତ ସ୍ଥାନୀୟ ସଂକ୍ରମିତ। ରାଜଧାନୀରେ ପୂର୍ବରୁ ଦୈନିକ ୫ଶହ ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ଏବେ ଏହା ୩ଶହକୁ ଖସି ଆସିଛି। ତଥାପି ସଂକ୍ରମଣ ବିପଦ ଟଳି ନାହିଁ। ଚିହ୍ନଟ ୩୦୬ ଆକ୍ରାନ୍ତଙ୍କ ମଧ୍ୟରେ ୨୧୮ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। ଏହାସହ ୧୨୩ଜଣ ସଙ୍ଗରୋଧରୁ ଚିହ୍ନଟ ହୋଇଛନ୍ତି। ଏଥିରେ ଟଙ୍କପାଣି ରୋଡ୍‌, ୟୁନିଟ-୮, ସତ୍ୟନଗରରୁ ୪ଜଣ ଲେଖାଏଁ, ଆଇଆରସି ଭିଲେଜ, ଖଣ୍ଡଗିରି ବିହାର, କେଦାରଗୌରୀ ବିହାର, ପାତ୍ରପଡ଼ା, ଶୈଳଶ୍ରୀ ବିହାର, ୟୁନିଟ-୯ରୁ ୩ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି। ଏହାସହ ୪ଜଣ ପୁଲିସ କର୍ମଚାରୀ, ସିଆରପିଏଫ୍‌ କ୍ୟାମ୍ପସ୍‌ରୁ ପୁଣି ୨ଜଣ ସଂକ୍ରମିତ ହୋଇଛନ୍ତି। ରାଜଧାନୀର ଅନ୍ୟ ଅଞ୍ଚଳରୁ ମଧ୍ୟ ସଙ୍ଗ‌ରୋଧରୁ ‌ରୋଗୀ ବାହାରିଛନ୍ତି। ସ୍ଥାନୀୟ ସଂକ୍ରମିତରେ ଲକ୍ଷ୍ମୀସାଗରରୁ ୧୦ଜଣ, ସହିଦନଗର ଓ ୟୁନିଟ୍‌-୯ରୁ ୭ଜଣ ଲେଖାଏଁ, ଖଣ୍ଡଗିରି, ଚକେଇସିଆଣି, ଆଇଆରସି ଭିଲେଜ, ଶୈଳଶ୍ରୀ ବିହାରରୁ ୪ ଜଣ ଲେଖାଏଁ, ଟଙ୍କପାଣି ରୋଡ୍‌ ଜୁଡିସିଆଲ୍‌ କଲୋନିରୁ ୫, ସିଆରପିଏଫ୍‌ କ୍ୟାମ୍ପସ୍‌ରୁ ୫, ପ୍ରଶାନ୍ତି ବିହାର, ପାଇକନଗର, ଲିଙ୍ଗରାଜ ନଗର, ଗୌରୀ ନଗର, ୟୁନିଟ୍‌-୧, ୟୁନିଟ୍‌-୨, ୟୁନିଟ-୪, ଭିଏସ୍‌ଏସ୍‌ ନଗର, ପୁରୁଣା ଭୁବନେଶ୍ବର, ପୁରୁଣା ଏଜି କଲୋନି, ନନ୍ଦନ ବିହାର, ଗାଡ଼କଣ ଓ ଅନ୍ୟ ଅଞ୍ଚଳରୁ ପୁଳା ପୁଳା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଦୁଇ ଦିନ ଭିତରେ ସିଆରପିଏଫ୍‌ କ୍ୟାମ୍ପସ୍‌ରୁ ୪୫ଜଣ ଆକ୍ରାନ୍ତ ଚିହ୍ନଟ ହୋଇ ସାରଲେଣି। ରାଜଧାନୀରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୧୮,୮୯୮ରେ ପହଞ୍ଚିଛି। ତହିଁରୁ ୧୪,୪୯୨ଜଣ ସୁସ୍ଥ ହୋଇସାରିଲେଣି। ଏବେ ବି ୩୮୭୪ ‌ରୋଗୀଙ୍କ ଚିକିତ୍ସା ଜାରି ରହିଛି। ଅପରପକ୍ଷରେ ଗତ ୨୦ ଦିନରେ ରାଜଧାନୀରେ ୨୬ଜଣ କରୋନା ରୋଗୀଙ୍କ ମୃତ୍ୟୁ ହୋଇସାରିଲାଣି। ରାଜଧାନୀରେ ଏବେ ସୁଦ୍ଧା ୬୮ଜଣଙ୍କ ମୃତ୍ୟୁ ହୋଇଛି।

Share Now:

Kalinga News Beuro

Next Post

୧୦ ଦିନରେ ୩ ଆୟୁଷ ଡାକ୍ତର ସଂକ୍ରମିତ: ରାଜଧାନୀରେ ଡାକ୍ତରଙ୍କ ରହଣୀକୁ ନେଇ ଅସନ୍ତୋଷ

Tue Sep 22 , 2020
ମୃତ୍ୟୁ ପରେ ଆୟୁଷ ଡାକ୍ତରଙ୍କୁ ଦିଆଯାଉନି ଉପଯୁକ୍ତ ସମ୍ମାନ ଭୁବନେଶ୍ୱର : ରାଜଧାନୀରେ କରୋନା ମୁକାବିଲା ନେଇ ରାଜ୍ୟ ସରକାର ଆୟୁର୍ବେଦିକ ଓ ହୋମିଓପ୍ୟାଥିକ ଡାକ୍ତରଙ୍କୁ ନିୟୋଜିତ କରିଛନ୍ତି। ମାତ୍ର କାର୍ଯ୍ୟରେ ଯୋଗ ଦେବାର ୧୦ ଦିନ ଭିତରେ ଏ ପର୍ଯ୍ୟନ୍ତ ୩ଜଣ ମେଡିକାଲ ଅଫିସର୍‌ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। କୋଭିଡ୍‌ ଡ୍ୟୁଟିରେ ନିୟୋଜିତ ଡାକ୍ତରଙ୍କୁ ଉପଯୁକ୍ତ ସୁବିଧା ଦିଆଯାଉ ନଥିବା ଅଭିଯୋଗ ହୋଇଛି। ଏ ସଂକ୍ରାନ୍ତରେ ବିଏମ୍‌ସି […]
୧୦ ଦିନରେ ସଂକ୍ରମିତ ହେଲେଣି ୩ ଆୟୁଷ ଡାକ୍ତର

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial