୨୪ ଘଣ୍ଟାରେ ଭୁବନେଶ୍ବରରୁ ୧୧୧ଜଣ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବରରୁ ୧୧୧ଜଣ କରୋନା

ଭୁବନେଶ୍ବର: ଏବେ ରାଜଧାନୀରେ କରୋନା ସଂକ୍ରମଣ ସ୍ଥିର ରହିଛି। ଗତ କିଛି ଦିନ ହେଲାଣି ସଂକ୍ରମିତଙ୍କ ସଂଖ୍ୟା ୩୦୦ଭିତରେ ରହୁଛି। ଆଜି ରାଜ୍ୟ ରାଜଧାନୀରେ ଗତ ୨୪ ଘଣ୍ଟା ମଧ୍ୟରେ ୧୧୧ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୬୬ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି। ଚିହ୍ନଟ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୧୬ଜଣ ଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୯୫ଜଣ ରହିଛନ୍ତି। ଏଯାବତ ରାଜଧାନୀରୁ ୧୧୩୭୫୧ଜଣ ଚିହ୍ନଟ ହୋଇଥିବା ବେଳେ ୧୦୯୩୩୦ଜଣ କରୋନାରେ ସଂକ୍ରମିତ ସୁସ୍ଥ ହୋଇଥିବା ଭୁବନେଶ୍ବର ମହାନଗର ନିଗମ ସୂଚନା ଦେଇଛି। ଏବେ ବି ଭୁବନେଶ୍ବରରେ ୩୩୭୨ଜଣ ସକ୍ରିୟ କରୋନା ଆକ୍ରାନ୍ତ ଥିବା ବେଳେ ୧୦୨୮ଜଣଙ୍କର ମୃତ୍ୟୁ ହୋଇଛି। ସକ୍ରିୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ଏବେ ବି ଆମକୁ ସତର୍କ ରହିବା ସହିତ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ଅବଲମ୍ବନ କରିବାକୁ ସରକାର ପରାମର୍ଶ ଦେଇଛନ୍ତି।

Share Now:

Kalinga News Beuro

Next Post

ଆନ୍ଧ୍ରର ଅମାନବୀୟ କାଣ୍ଡ : ଗଛମୂଳରେ ଲୋକଙ୍କର କଲା ଚକ୍ଷୁପରୀକ୍ଷା

Wed Oct 6 , 2021
କୋରାପୁଟ: କୋଟିଆରେ ଅମାନବିକା କାର୍ଯ୍ୟ ଚଳାଇଛି ଆନ୍ଧ୍ର ସରକାର। ଜଗନ ସରକାରଙ୍କ ଇଙ୍ଗିତରେ ପାର୍ବତୀପୁରମ ପ୍ରଶାସନ କୋରାପୁଟ ଜିଲ୍ଲା ପଟାଙ୍ଗୀ ବ୍ଲକ କୋଟିଆ ଗ୍ରାମପୁଞ୍ଜରେ ଲୋକଙ୍କୁ ଉଠାଇ ନେଇ ଗଛମୂଳେ କରୁଛି ଚକ୍ଷୁ ପରୀକ୍ଷା। ଆଜି ସକାଳୁ ସଲପଗୁଡା, ହରମାଣ୍ଡିଗି, ଫାଟୁ ସିନେରୀ ଓ ଫଗୁଣ ସିନେରୀର ଶତାଧିକ ଲୋକଙ୍କୁ କମ୍ପାଣ୍ଡର ଗାଡିରେ ଉଠାଇ ନେଇ ଥୋନମ୍‌ ଯିବା ରାସ୍ତାରେ ଏକ ଗଛମୂଳେ କରିଛି ଚକ୍ଷୁ ପରୀକ୍ଷା। ଏହାସହ ମଗଣାରେ […]
ଆନ୍ଧ୍ରର ଅମାନବୀୟ କାଣ୍ଡ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial