ରାଜଧାନୀରେ ୨୪ ଘଣ୍ଟା ମଧ୍ୟରେ ୧୨୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ

ଗତ ୨୪ ଘଣ୍ଟା ମଧ୍ୟରେ ୧୨୪ଜଣ

ଭୁବନେଶ୍ବର: ଏବେ ରାଜଧାନୀରେ କରୋନା ସଂକ୍ରମଣ ସ୍ଥିର ରହିଛି। ଗତ କିଛି ଦିନ ହେଲାଣି ସଂକ୍ରମିତଙ୍କ ସଂଖ୍ୟା ୩୦୦ଭିତରେ ରହୁଛି। ଆଜି ରାଜ୍ୟ ରାଜଧାନୀରେ ଗତ ୨୪ ଘଣ୍ଟା ମଧ୍ୟରେ ୧୨୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୮୦ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି। ଚିହ୍ନଟ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୩୫ଜଣ ଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୭୦ଜଣ ରହିଛନ୍ତି। ଏଯାବତ ରାଜଧାନୀରୁ ୧୧୯୯୨୨ଜଣ ଚିହ୍ନଟ ହୋଇଥିବା ବେଳେ ୧୧୭୧୫୪ଜଣ କରୋନାରେ ସଂକ୍ରମିତ ସୁସ୍ଥ ହୋଇଥିବା ଭୁବନେଶ୍ବର ମହାନଗର ନିଗମ ସୂଚନା ଦେଇଛି। ଏବେ ବି ଭୁବନେଶ୍ବରରେ ୧୬୭୮ଜଣ ସକ୍ରିୟ କରୋନା ଆକ୍ରାନ୍ତ ଥିବା ବେଳେ ୧୦୬୯ଜଣଙ୍କର ମୃତ୍ୟୁ ହୋଇଛି। ସକ୍ରିୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ଏବେ ବି ଆମକୁ ସତର୍କ ରହିବା ସହିତ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ଅବଲମ୍ବନ କରିବାକୁ ସରକାର ପରାମର୍ଶ ଦେଇଛନ୍ତି।

Share Now:

Kalinga News Beuro

Next Post

ଘଣ୍ଟାପ୍ରତି ୫,୮୬,୮୦୦ କି.ମି. ବେଗରେ ଗତି କରିବ ମହାକାଶଯାନ ‘ପାର୍କର ସୋଲାର୍‌ ପ୍ରୋବ୍’

Mon Nov 15 , 2021
ନୂଆଦିଲ୍ଲୀ: ଯଥା ସମ୍ଭବ ନିକଟରୁ ଥାଇ ସୂର୍ଯ୍ୟ ଉପରେ ଅଧ୍ୟୟନ କରୁଥିବା ମହାକାଶଯାନ ‘ପାର୍କର ସୋଲାର୍‌ ପ୍ରୋବ୍’ ନଭେମ୍ବର ୨୧ ତାରିଖ ଦିନ ୧୦ମ ଥର ଲାଗି ସୂର୍ଯ୍ୟର ନିକଟତର ହେବ। ଏଥର ସୂର୍ଯ୍ୟ ନିକଟ ଦେଇ ଉଡ଼ିଯିବା ବେଳେ ଏହା ଘଣ୍ଟାପ୍ରତି ୫,୮୬,୮୦୦ କି.ମି. ବେଗରେ ଗତି କରି ନୂଆ ରେକର୍ଡ ସୃଷ୍ଟି କରିବ। ସେତେବେଳ ଏହି ମହାକାଶଯାନ ସୂର୍ଯ୍ୟପୃଷ୍ଠ ଠାରୁ ପ୍ରାୟ ୮.୫ ନିୟୁତ କିଲୋମିଟର ଦୂରରେ […]
‘ପାର୍କର ସୋଲାର୍‌ ପ୍ରୋବ୍’

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial