ଆଜିଠୁ ସମଗ୍ର ଦେଶରେ ୧୮ ବର୍ଷରୁ ଊର୍ଦ୍ଧ୍ବ ବୟସ୍କଙ୍କୁ ଦିଆଯିବ ଟିକା

ତୃତୀୟ ପର୍ଯ୍ୟାୟ କୋଭିଡ୍‌-୧୯ ଟିକାକରଣ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ପୂର୍ବ ଘୋଷଣା ଅନୁଯାୟୀ ଆଜି ସମଗ୍ର ଦେଶରେ ତୃତୀୟ ପର୍ଯ୍ୟାୟ କୋଭିଡ୍‌-୧୯ ଟିକାକରଣ ଆରମ୍ଭ ହେଉଛି। ଏଥିରେ ୧୮ରୁ ୪୪ ବର୍ଷ ବୟସବର୍ଗର ନାଗରିକମାନଙ୍କୁ ଟିକା ଦିଆଯିବ। କିନ୍ତୁ, ଯଥେଷ୍ଟ ସଂଖ୍ୟକ ଟିକା ନ ଥିବାରୁ କେତେକ ରାଜ୍ୟ ସରକାର ଆଜି ଟିକାକରଣ କେନ୍ଦ୍ରଗୁଡ଼ିକରେ ଧାଡ଼ି ନ ବାନ୍ଧିବା ପାଇଁ ନାଗରିକମାନଙ୍କୁ ଅନୁରୋଧ କରିଛନ୍ତି। ଦିଲ୍ଲୀ, ଓଡ଼ିଶା, ଉତ୍ତରାଖଣ୍ଡ, ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ ଏବଂ ପଞ୍ଜାବରେ ୧୮ରୁ ୪୪ ବର୍ଷ ବୟସ୍କ ବର୍ଗର ନାଗରିକମାନଙ୍କୁ ଦିଆଯିବା ନିମନ୍ତେ ଯଥେଷ୍ଟସଂଖ୍ୟକ ଟିକା ନାହିଁ। ତେଣୁ, ଏ ମାସର ଅନ୍ୟ କୌଣିସ ତାରିଖରେ ସେମାନେ ଏହି ଅଭିଯାନ ଆରମ୍ଭ କରିବେ। ଏହାଛଡ଼ା, ବଛା ବଛା କେତୋଟି ଜିଲ୍ଲାରେ ଏହି ଟିକାକରଣ ଅଭିଯାନ ଆରମ୍ଭ କରିବେ ବୋଲି କେତେକ ରାଜ୍ୟ ମଧ୍ୟ ଘୋଷଣା କରିଛନ୍ତି। ସେହିଭଳି, ବୃହନ୍‌ମୁମ୍ବାଇ ମୁନିସ୍‌ପାଲ୍‌ କର୍ପୋରେସନ୍ କହିଛି ଯେ, ସୀମିତସଂଖ୍ୟକ ଟିକା ଥିବାରୁ ଆଜି ମାତ୍ର ୫ଟି କେନ୍ଦ୍ରରେ ଟିକାକରଣ ଅଭିଯାନ ଆରମ୍ଭ ହେବ। କେରଳରେ ମଧ୍ୟ ଆଜି ଏହି ଟିକାକରଣ ଅଭିଯାନ ଆରମ୍ଭ ‌ନ ହେବାର ଆଶଙ୍କା ଅଛି ବୋଲି ମୁଖ୍ୟମନ୍ତ୍ରୀ ପିନରାୟି ବିଜୟନ କହିଛନ୍ତି।

Share Now:

Kalinga News Beuro

Next Post

କୋଭିଡ୍‌ ମୁକାବିଲା ପାଇଁ ୮୮୭୩ କୋଟି ଟଙ୍କାର ବିପର୍ଯ୍ୟୟ ପାଣ୍ଠି ରିଲିଜ୍ କଲା କେନ୍ଦ୍ର

Sat May 1 , 2021
ନୂଆଦିଲ୍ଲୀ: କୋଭିଡ୍‌-୧୯ ସଙ୍କଟ ମୁକାବିଲା ଏବଂ ‘କଣ୍ଟେନ୍‌ମେଣ୍ଟ୍‌’ ପଦକ୍ଷେପ ଗ୍ରହଣ କରିବା ନିମନ୍ତେ କେନ୍ଦ୍ର ସରକାର ‘ରାଜ୍ୟ ବିପର୍ଯ୍ୟୟ ମୁକାବିଲା ପାଣ୍ଠି’ ପାଇଁ ଅଗ୍ରୀମ ଭାବେ ପ୍ରଥମ କିସ୍ତିରେ ୮,୮୭୩.୬ କୋଟି ଟଙ୍କା ରିଲିଜ୍‌ କରିଛି। କୋଭିଡ୍‌-୧୯ ‘‌କଣ୍ଟେନ୍‌ମେଣ୍ଟ୍‌’ ପଦକ୍ଷେପ ନିମନ୍ତେ ରାଜ୍ୟ ସରକାର ‘ରାଜ୍ୟ ବିପର୍ଯ୍ୟୟ ମୁକାବିଲା ପାଣ୍ଠି’ର ୫୦% ବ୍ୟବହାର କରିପାରିବେ। ଗତ ୨୪ ଘଣ୍ଟା ମଧ୍ୟରେ ପ୍ରଥମ କରି ଦେଶରେ କୋଭିଡ୍‌-୧୯ ଆକ୍ରାନ୍ତଙ୍କ ସଂଖ୍ୟା ୪ […]
୮୮୭୩ କୋଟି ଟଙ୍କାର ବିପର୍ଯ୍ୟୟ ପାଣ୍ଠି ରିଲିଜ୍ କଲା କେନ୍ଦ୍ର

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial