ରାଜଧାନୀରେ କ‌ରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୬୭୯୧ରେ ପହଞ୍ଚିଲା

ରାଜଧାନୀରେ କ‌ରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୬୭୯୧

ଭୁବନେଶ୍ବର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜଧାନୀ ଭୁବନେଶ୍ବରରୁ ୩୬୯ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଭୁବନେଶ୍ବର ମହାନଗର ନିଗମ ଟୁଇଟ କରି ସୂଚନା ଦେଇଛି। ଆଜି ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟାଇନରୁ ୬୫ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୩୦୪ଜଣ ରହିଛନ୍ତି। ତେବେ ଚିହ୍ନଟ କରୋନା ଆକ୍ରାନ୍ତଙ୍କୁ ମିଶାଇଲେ ରାଜଧାନୀରେ ଏଯାବତ ୯୬୭୯୧ଟି କରୋନା ମାମଲା ସାମ୍ନାକୁ ଆସିଛି। ସେହିପରି ୯୪୪୭୬ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ଭୁବନେଶ୍ବର ମହାନଗର ନିଗମ ଟୁଇଟ କରି ସୂଚନା ଦେଇଛି। ଏବେ ବି ୧୬୧୧ଟି ସକ୍ରିୟ ମାମଲା ରହିଥିବା ବେଳେ ୬୮୩ଜଣଙ୍କ ମୃତ୍ୟୁ ହୋଇଛି।

Share Now:

Kalinga News Beuro

Next Post

ହଜି ଯିବ ଦ୍ବିତୀୟ ବିଶ୍ବଯୁଦ୍ଧ ସ୍ମାରକୀ : ପାରା ସେବାକେନ୍ଦ୍ରର ଅଧାଅଂଶ ହେବ କ୍ବାର୍ଟର

Wed Jul 21 , 2021
କଟକ: ଦ୍ବିତୀୟ ବିଶ୍ବଯୁଦ୍ଧ ପରେ ଓଡ଼ିଶା ପୁଲିସ ବିଭାଗରେ ଆରମ୍ଭ ହୋଇଥିଲା ପାରା ସେବାକେନ୍ଦ୍ର। ଅନେକ ରୋଚକ ତଥା ଐତିହାସିକ ଘଟରାର ସାକ୍ଷୀ ଥିବା ଏହି କେନ୍ଦ୍ରକୁ ବିଶ୍ବ ଐତିହ୍ୟ ସ୍ମାରକୀ ମାନ୍ୟତା ପାଇଁ ଗୋଟିଏ ପଟେ ନିଷ୍ପତ୍ତି ହୋଇଥିବା ବେଳେ ଅନ୍ୟପଟେ ପରକୁ ପର ଯେଉଁ ନିଷ୍ପତ୍ତି ନିଆଯାଉଛି, ସେଥିରେ ଖୁବଶୀଘ୍ର ଏହା ହଜି ଯିବା ଭଳି ଆଶଙ୍କା ସୃଷ୍ଟି ହୋଇଛି। ପ୍ରଥମେ ସେବା କେନ୍ଦ୍ରର ପଦବି ଗୁଡିକୁ […]
ହଜି ଯିବ ଦ୍ବିତୀୟ ବିଶ୍ବଯୁଦ୍ଧ ସ୍ମାରକୀ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial