ଆଜି ରାଜ୍ୟରେ ୩୯୯୧ ଆକ୍ରାନ୍ତ ଚିହ୍ନଟ: ୧୬୭୬ ସ୍ଥାନୀୟ ସଂକ୍ରମଣ

ରାଜ୍ୟରେ ୩୯୯୧ ଜଣ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ବର: ଗୋଟିଏ ଦିନରେ ଓଡ଼ିଶାରେ ରେକର୍ଡ ସଂଖ୍ୟକ ପ୍ରାୟ ୪ ହଜାର ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଫଳରେ ଓଡ଼ିଶାରେ ମୋଟ କରୋନା ଆକ୍ରାନ୍ତ ସଂଖ୍ୟା ୧ଲକ୍ଷ ୩୯ ହଜାର ଟପିଯାଇଛି। ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଜାରି ସୂଚନା ଅନୁସାରେ ଗତ ୨୪ ଘଣ୍ଟାରେ ରାଜ୍ୟରେ ୩୯୯୧ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ସଙ୍ଗରୋଧ କେନ୍ଦ୍ରରୁ ୨୩୧୫ ଓ ସ୍ଥାନୀୟ ଅଞ୍ଚଳରୁ ୧୬୭୬ ଆକ୍ରାନ୍ତ ଅଛନ୍ତି। ଏହା ଫଳରେ ରାଜ୍ୟରେ କରୋନା ପଜିଟିଭ୍‌ ସଂଖ୍ୟା ୧ ଲକ୍ଷ ୩୯ ହଜାର ୧୨୧କୁ ବୃଦ୍ଧି ପାଇଛି। ୩୦ଟି ଜିଲ୍ଲାରୁ ଏହି ସବୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏବେ ଆସନ୍ତୁ ଜାଣିବା କେଉଁ ଜିଲ୍ଲାରେ ଆଜି କେତେଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬୮୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକ ଜିଲ୍ଲାରୁ ଦ୍ବିତୀୟ ସର୍ବାଧିକ ୩୯୨ ଜଣ ଓ ପୁରୀରୁ ୩୩୨ ପଜିଟିଭ ଚିହ୍ନଟ ହୋଇଛନ୍ତି, ବରଗଡରୁ ୧୬୯ , ମୟୁରଭଞ୍ଜରୁ ୧୬୦, ଯାଜପୁର ଜିଲ୍ଲାରୁ ୧୪୮, କେନ୍ଦ୍ରାପଡ଼ାରୁ ୧୪୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଅପରପକ୍ଷରେ ନୟାଗଡ଼ ଜିଲ୍ଲାରୁ ୪୮, ଗଞ୍ଜାମ ଜିଲ୍ଲାରୁ ୯୫, ବଲାଙ୍ଗୀର ଜିଲ୍ଲାରୁ୧୮୦, ବାଲେଶ୍ବର ଜିଲ୍ଲାରୁ ୭୪, କୋରାପୁଟ ଜିଲ୍ଲାରୁ ୧୨୭, ଭଦ୍ରକ ଜିଲ୍ଲାରୁ ୮୨, ରାୟଗଡ଼ା ଜିଲ୍ଲାରୁ ୫୮, ସୁନ୍ଦରଗଡ଼ ଜିଲ୍ଲାରୁ ୯୮, ଜଗତସିଂହପୁର ଜିଲ୍ଲାରୁ ୧୦୯, ସମ୍ବଲପୁର ଜିଲ୍ଲାରୁ ୧୦୪, କଳାହାଣ୍ଡି ଜିଲ୍ଲାରୁ ୭୪, ଯାଜପୁର ଜିଲ୍ଲାରୁ ୧୪୮, କନ୍ଧମାଳ ଜିଲ୍ଲାରୁ ୫୭, ମାଲକାନଗିରି ଜିଲ୍ଲାରୁ ୧୯, ଗଜପତି ଜିଲ୍ଲାରୁ ୧୮, ଝାରସୁଗୁଡ଼ା ଜିଲ୍ଲାରୁ ୪୯, ଢେଙ୍କାନାଳ ଜିଲ୍ଲାରୁ ୧୦୧, ନବରଙ୍ଗପୁର ଜିଲ୍ଲାରୁ ୧୨୫, କେନ୍ଦୁଝର ଜିଲ୍ଲାରୁ ୮୧, ସୁବର୍ଣ୍ଣପୁର ଜିଲ୍ଲାରୁ ୭୪, ଅନୁଗୁଳ ଜିଲ୍ଲାରୁ ୧୧୪, ନୂଆପଡ଼ା ଜିଲ୍ଲାରୁ ୯୬, ଦେବଗଡ଼ରୁ ୧୮ ଓ ବୌଦ୍ଧ ଜିଲ୍ଲାରୁ ୪୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏବେ ରାଜ୍ୟରେ ମୋଟ୍ ୧,୦୫,୨୯୫ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୩୧୮୨ ରହିଛି।

Share Now:

Kalinga News Beuro

Next Post

ରାଜଧାନୀରେ ଦନ୍ତା: କଲୋନୀରେ ପଶି ଭାଙ୍ଗିଲା ପାଚେରୀ

Thu Sep 10 , 2020
ଭୁବନେଶ୍ବର : ପୁଣି ରାଜଧାନୀରେ ପଶିଲା ହାତୀ। ଭୁବନେଶ୍ବରର ଖଣ୍ଡଗିରିସ୍ଥିତ ଭରତପୁର ଜିଏ କଲୋନୀରେ ଦନ୍ତାହାତୀ ପଶିଯାଇଥିବା ସୂଚନା ମିଳିଛି। କରୋନୀରେ ଥିବା ଏକ ଘର ପରିସରକୁ ଏକ ଦନ୍ତାହାତୀ ପଶି ପାଚେରୀ ଭାଙ୍ଗିବା ସହ ଏକ କଦଳୀଗଛକୁ ଦଳିଦେଇଛି। ହାତୀକୁ ଘଉଡ଼ାଇବା ଲାଗି ବନ ବିଭାଗର ଟିମ ଘଟଣାସ୍ଥଳରେ ପହଞ୍ଚି କାମ ଆରମ୍ଭ କରିଛନ୍ତି। ଅନ୍ୟପଟେ ହାତୀ ଭୟରେ ଆତଙ୍କିତ ଅବସ୍ଥାରେ ରହୁଛନ୍ତି କଲୋନୀବାସୀ। କେତେବେଳେ କାହାର ଜୀବନ […]
ରାଜଧାନୀରେ ଦନ୍ତା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial