ଓମିକ୍ରନକୁ ନେଇ ଆସିଲା ଆଶ୍ୱସ୍ତିକର ଖବର: ଘାତକ ହେଉନି ଭୂତାଣୁର ନୂଆ ଭାରିଆଣ୍ଟ

ଘାତକ ହେଉନି ଭୂତାଣୁ

ନୂଆଦିଲ୍ଲୀ: ‘ଓମିକ୍ରନ’କୁ ନେଇ ସାରା ବିଶ୍ୱରେ ଆତଙ୍କ ଦେଖାଦେଇଥିବା ବେଳେ ଦକ୍ଷିଣ ଆଫ୍ରିକାର ବୈଜ୍ଞାନିକମାନେ ଦେଇଥିବା ତଥ୍ୟ ସାମାନ୍ୟ ଆଶ୍ୱସ୍ତି ଆଣିଛି। ଏହି ତଥ୍ୟ ଅନୁସାରେ ଯଦିଓ ‘ଓମିକ୍ରନ’ ଅଧିକ ସଂକ୍ରାମକ, ହେଲେ କମ୍ ଘାତକ। ଡେଲଟା ଭାରିଆଣ୍ଟ ତୁଳନାରେ ଏହି ନୂଆ ଭାରିଆଣ୍ଟ ୨ ଗୁଣରୁ ଅଧିକ ବେଗରେ ବ୍ୟାପୁଛି, ହେଲେ ‘ଓମିକ୍ରନ’ରେ ଆକ୍ରାନ୍ତ ହେବା ପରେ ଗମ୍ଭୀର ହେବାର ମାମଲା ମଧ୍ୟ କମ୍ ରହିଛି। ଓମିକ୍ରନକୁ ନେଇ ସାରା ବିଶ୍ୱବାସୀ ଚିନ୍ତାରେ ଥିବା ବେଳେ କରୋନାର ଏହି ଭାରିଆଣ୍ଟ ବିଷୟରେ ନୂଆ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି। ଦକ୍ଷିଣ ଆଫ୍ରିକାରେ ବୈଜ୍ଞାନିକମାନେ ଅନୁଧ୍ୟାନ ପରେ ଯେଉଁ ତଥ୍ୟ ପାଇଛନ୍ତି ସେ ଅନୁସାରେ, ଯଦିଓ ଓମିକ୍ରନ ଅଧିକ ସଂକ୍ରାମକ, ହେଲେ ଏହାର ଲକ୍ଷଣ ମଧ୍ୟମ ରହୁଛି ଏବଂ ମୃତ୍ୟୁସଂଖ୍ୟା ମଧ୍ୟ କମ ରହୁଛି। ଓମିକ୍ରନରେ ଆକ୍ରାନ୍ତ ହେବା ପରେ ରୋଗୀ ଗୁରୁତର ହେବା ଖୁବ୍ କମ୍। କେତେକ କ୍ଷେତ୍ରରେ ଓମିକ୍ରନ ଭାରିଆଣ୍ଟ ଟିକାର ପ୍ରତିରୋଧକ କ୍ଷମତାକୁ ମଧ୍ୟ ଭେଦ କରିପାରୁଛି ବୋଲି ବୈଜ୍ଞାନିକମାନେ କହିଛନ୍ତି। ତେବେ ଏନେଇ ଗବେଷଣା ଶେଷ ହୋଇନାହିଁ ଓ ଏଥିପାଇଁ ଅଧିକ ଗବେଷଣା ଆବଶ୍ୟକ ବୋଲି ସେମାନେ କହିଛନ୍ତି। ସେପଟେ ଓମିକ୍ରନକୁ ନେଇ ଅବହେଳା ନୁହେଁ ବରଂ ସତର୍କ ରହିବାକୁ ଚେତାଇ ଦେଇଛନ୍ତି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ ବୈଜ୍ଞାନିକ ଡାକ୍ତର ସୌମ୍ୟା ସ୍ୱାମୀନାଥନ। ସେ କହିଛନ୍ତି ଯେ, ଟିକା ନେଇନଥିବା ଓ ଛୋଟ ପିଲା ଓମିକ୍ରନରେ ଆକ୍ରାନ୍ତ ହେବାର ଆଶଙ୍କା ଅଧିକ। ତେଣୁ ଟିକାକରଣକୁ ବଢ଼ାଇବା ଓ ଛୋଟ ପିଲାଙ୍କୁ ଟିକା ଦେବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି। ନଭେମ୍ବରରେ ପ୍ରଥମେ ଦକ୍ଷିଣ ଆଫ୍ରିକାରେ ଓମିକ୍ରନ ଚିହ୍ନଟ ହେବା ପରେ ଏହା ୪୦ରୁ ଅଧିକ ଦେଶକୁ ବ୍ୟାପିଗଲାଣି।

Share Now:

Kalinga News Beuro

Next Post

ଶତାୟୁ ଶିକ୍ଷକ ପଦ୍ମଶ୍ରୀ ନନ୍ଦ କିଶୋର ପୃଷ୍ଟିଙ୍କ ପରଲୋକ

Tue Dec 7 , 2021
ଯାଜପୁର: ପଦ୍ମଶ୍ରୀ ସମ୍ମାନପ୍ରାପ୍ତ ଶିକ୍ଷକ ନନ୍ଦ କିଶୋର ପୃଷ୍ଟି ଆଉ ନାହାନ୍ତି। ଆଜି ଦିନ ୧ଟା ୨୮ ମିନିଟ୍ ସମୟରେ ୧୦୩ ବର୍ଷ ବୟସରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ସେ ଶେଷନିଃଶ୍ବାସ ତ୍ୟାଗ କରିଛନ୍ତି। ଏ ନେଇ ନନ୍ଦ ସାରଙ୍କ ନାତି ଖଗେଶ୍ବର ପୃଷ୍ଟି ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ସେ ଅସୁସ୍ଥ ହେବା ପରେ ନନ୍ଦ ସାରଙ୍କୁ ଗତ ୩୦ ତାରିଖରେ ପ୍ରଥମେ ଯାଜପୁର ରୋଡ୍ ଡାକ୍ତରଖାନାରେ ଭର୍ତ୍ତି […]
ପଦ୍ମଶ୍ରୀ ନନ୍ଦ କିଶୋର ପୃଷ୍ଟିଙ୍କ ପରଲୋକ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial