ରାଜଧାନୀରେ ଦନ୍ତା: କଲୋନୀରେ ପଶି ଭାଙ୍ଗିଲା ପାଚେରୀ

ରାଜଧାନୀରେ ଦନ୍ତା

ଭୁବନେଶ୍ବର : ପୁଣି ରାଜଧାନୀରେ ପଶିଲା ହାତୀ। ଭୁବନେଶ୍ବରର ଖଣ୍ଡଗିରିସ୍ଥିତ ଭରତପୁର ଜିଏ କଲୋନୀରେ ଦନ୍ତାହାତୀ ପଶିଯାଇଥିବା ସୂଚନା ମିଳିଛି। କରୋନୀରେ ଥିବା ଏକ ଘର ପରିସରକୁ ଏକ ଦନ୍ତାହାତୀ ପଶି ପାଚେରୀ ଭାଙ୍ଗିବା ସହ ଏକ କଦଳୀଗଛକୁ ଦଳିଦେଇଛି। ହାତୀକୁ ଘଉଡ଼ାଇବା ଲାଗି ବନ ବିଭାଗର ଟିମ ଘଟଣାସ୍ଥଳରେ ପହଞ୍ଚି କାମ ଆରମ୍ଭ କରିଛନ୍ତି। ଅନ୍ୟପଟେ ହାତୀ ଭୟରେ ଆତଙ୍କିତ ଅବସ୍ଥାରେ ରହୁଛନ୍ତି କଲୋନୀବାସୀ। କେତେବେଳେ କାହାର ଜୀବନ ଯିବ କହିବା ମୁସ୍କିଲ। ପ୍ରାକୃତିକ ଆବାସ ସ୍ଥଳୀକୁ ମଣିଷ ନଷ୍ଟକରି ନିଜର ସୁବିଧା ଅନୁସାରେ ବ୍ୟବହାର କରୁଥିବାରୁ ଜଙ୍ଗଲୀ ଜୀବମାନେ ଅସୁବିଧାର ସମୁଖୀନ ହେଉଛନ୍ତି। ତେଣୁ ଏପରି ଘଟଣାମାନ ବାରମ୍ବାର ଘଟୁଛି ବୋଲି ଜଣେ ପରିବେଶବିତ କହିଛନ୍ତି।

Share Now:

Kalinga News Beuro

Next Post

କୋଭିଡ୍‌ ହସ୍‌ପିଟାଲ ବାର୍ତ୍ତାଳାପ ଭାଇରାଲ ପ୍ରସଙ୍ଗ : ବୈଦ୍ୟୁତିକ ଗଣମାଧ୍ୟମର କର୍ମଚାରୀଙ୍କୁ ପୁଣି ଥରେ ଜେରା

Thu Sep 10 , 2020
ଭୁବନେଶ୍ୱର : କୋଭିଡ୍‌-୧୯ ଚିକିତ୍ସା ସମ୍ବନ୍ଧୀୟ ଭାଇରାଲ ଅଡିଓ ପ୍ରସାରଣକୁ ନେଇ ପୂର୍ବରୁ ୩ ଥର ଜେରା ହୋଇସାରିଥିବା ଏକ ବୈଦୁତିକ ଗଣମାଧ୍ୟମ କର୍ମଚାରୀଙ୍କୁ ଆଜି କ୍ୟାପିଟାଲ ଥାନା ପୁଲିସ ପୁଣି ଥରେ ଜେରା କରିଛି। ଆଜି ଅପରାହ୍ନରେ ତାଙ୍କୁ ଦୀର୍ଘ ତିନିଘଣ୍ଟା ଧରି ଜେରା କରାଯାଇଛି। ଗତ ଅଗଷ୍ଟ ୨୦ ତାରିଖରେ ଶେଷ ଥର ପାଇଁ ଜେରା ହୋଇଥିବା ଏହି କର୍ମଚାରୀଙ୍କୁ ୨୦ ଦିନ ପରେ ପୁଣି ଜେରା […]
ଗଣମାଧ୍ୟମର କର୍ମଚାରୀଙ୍କୁ ପୁଣି ଜେରା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial