ନେହେରୁଙ୍କୁ ପ୍ରଧାନମନ୍ତ୍ରୀ କରିବାକୁ କଂଗ୍ରେସରୁ କେହି ଚାଁହୁନଥିଲେ: କେନ୍ଦ୍ର ମନ୍ତ୍ରୀ

ଆରସିପି ସିଂ

ନୂଆଦିଲ୍ଲୀ: କେନ୍ଦ୍ର ମନ୍ତ୍ରୀ ତଥା ଜନତା ଦଳ ୟୁନାଇଟେଡ ନେତା ଆରସିପି ସିଂ ଆଜି ଏକ କାର୍ଯ୍ୟକ୍ରମରେ ‘ପରିବାରବାଦ ଏବଂ ଏହାର ରାଜନୈତିକ ପରିଣାମ’ ଶୀର୍ଷକରେ ଭାଷଣ ଦେଇଛନ୍ତି। ତେବେ ଆରସିପି ଆଜି ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁଙ୍କୁ ନେଇ ବିବାଦୀୟ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ ନରେନ୍ଦ୍ର ମୋଦୀ ଏବଂ ନୀତୀଶ କୁମାର ହେଉଛନ୍ତି ଏମିତି ଦୁଇ ଜଣ ନେତା ଯାହାଙ୍କ ପାଇଁ ଜନତା ହିଁ ପରିବାର। ତେବେ ଆରସିପି ପରିବାରବାଦ ଭାଷଣର ଆରମ୍ଭରେ ଜବାହର ଲାଲ ନେହେରୁ ଏବଂ ତାଙ୍କ ପରିବାର ଉପରେ କଡ଼ା ଆକ୍ରମଣ କରିଥିଲେ। ଜେଡିୟୁ ନେତା ଦାବି କରିଛନ୍ତି ଯେ ସ୍ୱାଧୀନତା ପରେ ନେହେରୁଙ୍କୁ ପ୍ରଧାନମନ୍ତ୍ରୀ କରିବାକୁ କଂଗ୍ରେସରେ କେହି ଚାହୁଁନଥିଲେ। ତାଙ୍କ କହିବାନୁସାରେ, କଂଗ୍ରେସର ସଂଗଠନ ଏବଂ କଂଗ୍ରେସ ୱାର୍କିଂ କମିଟିର ସଦସ୍ୟମାନେ ଚାହୁଁଥିଲେ ଯେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ପ୍ରଧାନମନ୍ତ୍ରୀ ହୁଅନ୍ତୁ। ସେତେବେଳେ ଦେଶର ରାଜନୀତିରେ ପରିବାରବାଦର ମୂଳଦୁଆ ପକାଯାଇଥିଲା। ପରିବାରବାଦ ହେତୁ ପଟେଲ ଏବଂ ଆମ୍ବେଦକରଙ୍କ ଭଳି ନେତାଙ୍କୁ କଂଗ୍ରେସ ମଧ୍ୟରେ କିଭଳି ଅବହେଳା କରାଯାଇଥିଲା ଆରସିପି ସିଂ ବିସ୍ତୃତ ଭାବରେ ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି ଯେ ୧୯୫୪ ମସିହାରେ ଭାରତ ରତ୍ନ ଆରମ୍ଭ ହେବା ପରେ ଅର୍ଥାତ୍ ୧୯୫୫ ମସିହାରେ ନେହେରୁ ଭାରତ ରତ୍ନ ଗ୍ରହଣ କରିଥିବାବେଳେ ୧୯୯୧ ରେ ରାଜୀବ ଗାନ୍ଧୀଙ୍କ ସହ ପଟେଲଙ୍କୁ ଭାରତ ରତ୍ନ ପ୍ରଦାନ କରାଯାଇଥିଲା। ଆରସିପି ସିଂଙ୍କ ଏହି ବିବୃତ୍ତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। କାରଣ ଆଜି ପର୍ଯ୍ୟନ୍ତ ନୀତୀଶ କୁମାର ଏବଂ ଅନ୍ୟ ଜେଡିୟୁ ନେତାମାନେ ଜବାହରଲାଲ ନେହେରୁଙ୍କ ଉପରେ ସିଧାସଳଖ ଆକ୍ରମଣରୁ ଦୂରେଇ ରହିଥିଲେ।

Share Now:

Kalinga News Beuro

Next Post

ମହିଳା ବିଶ୍ବ ମୁଷ୍ଟିଯୁଦ୍ଧରେ ସ୍ବର୍ଣ୍ଣ ଜିତି ଇତିହାସ ରଚିଲେ ନିଖତ୍ ଜରିନ୍

Thu May 19 , 2022
ଇସ୍ତାନବୁଲ: ଭାରତୀୟ ମହିଳା ମୁ‌ଷ୍ଟିଯୋଦ୍ଧା ନିଖତ ଜରୀନ (୫୨ କେଜି) ଆଇବିଏ ମହିଳା ବିଶ୍ବ ମୁଷ୍ଟିପ୍ରତିଯୋଗିତାରେ ସ୍ବର୍ଣ୍ଣ ଜିତିଛନ୍ତି। ଆଜି ଫାଇନାଲ୍‌ ମୁକାବିଲାରେ ସେ ଥାଇଲ୍ୟାଣ୍ଡର ଜୁଟାମାସ୍ ଜିତପୋଙ୍ଗକୁ ପରାସ୍ତ କରି ବକ୍ସିଂ ବିଶ୍ୱ ଚାମ୍ପିଅନସିପରେ ନିଖତ୍ ଜରିନ୍ ସ୍ୱର୍ଣ୍ଣ ଜିତିଛନ୍ତି। ଆଜିର ମୁକାବିଲାରେ ସେ ନିଜର ପ୍ରତିଦ୍ୱନ୍ଦୀଙ୍କ ଉପରେ ଦବଦବା ବଜାୟ ରଖି ୫-୦ରେ ଏକତରଫା ଭାବେ ଜିତିଛନ୍ତି। ସୂଚନାଥାଉ କି ଗତକାଲି ସେମିଫାଇନାଲ୍‌ରେ ନିଖତ ୫-୦ରେ ବ୍ରାଜିଲର […]
ସ୍ବର୍ଣ୍ଣ ଜିତି ଇତିହାସ ରଚିଲେ ନିଖତ୍ ଜରିନ୍

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial