ପାତିଆଲା ହିଂସା : ପଞ୍ଜାବ କାର୍ଯ୍ୟକାରୀ ସଭାପତିଙ୍କୁ ଦଳରୁ ବହିଷ୍କାର କଲା ଶିବସେନା

ପାତିଆଲା ହିଂସା

ନୂଆଦିଲ୍ଲୀ : ପଞ୍ଜାବର ପାତିଆଲାରେ ଆଜି ଶିବସେନା (ବାଳ ଠାକରେ) ଓ କେତେକ ଶିଖ ସଂଗଠନମାନଙ୍କ ମଧ୍ୟରେ ହୋଇଥିବା ସଂଘର୍ଷ ପରେ ଶିବସେନା ପକ୍ଷରୁ ପଞ୍ଜାବ କାର୍ଯ୍ୟକାରୀ ସଭାପତି ହରିଷ ସିଂଗଲାଙ୍କୁ ଦଳରୁ ବହିଷ୍କାର କରାଯାଇଛି। ତାଙ୍କ ସହିତ ଦଳର ଆଉ କେତେକ କର୍ମୀଙ୍କୁ ମଧ୍ୟ ବହିଷ୍କାର କରାଯାଇଛି। ଏ ସଂପର୍କରେ ଶିବସେନା ପଞ୍ଜାବର ସଭାପତି ଯୋଗରାଜ ଶର୍ମା ଏକ ପ୍ରେସ ବିଜ୍ଞପ୍ତି ଜାରି କରି ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ ଯେ ଏପ୍ରିଲ ୨୯କୁ ଖଲିସ୍ଥାନ ଆତଙ୍କବାଦୀମାନେ ଖଲିସ୍ଥାନ ସ୍ଥାପନା ଦିବସ ପାଳନ କରୁଛନ୍ତି। ଏହା ଉପଲକ୍ଷେ ଆତଙ୍କବାଦୀ ଗୁରପଟଓ୍ବାନ୍ତ ସିଂ ପନ୍ନୁ ପଞ୍ଜାବ, ହରିୟାଣା ଓ ହିମାଚଳ ପ୍ରଦେଶରେ ଖଲିସ୍ତାନ ପତାକା ଲଗାଇବାକୁ ନିର୍ଦ୍ଦେଶ ଦେଇଥିଲା। ଏହା ବିରୋଧରେ ଶିବସେନା ପକ୍ଷରୁ ଶୋଭାଯାତ୍ରା ବାହାର କରାଯାଇଥିଲା। ଏଥିରେ ଖଲିସ୍ଥାନ ମୁର୍ଦ୍ଦାବାଦ ସ୍ଲୋଗାନ ଦିଆଯାଇଥିଲା। ଏହାର ବିରୋଧରେ କେତେକ ଶିଖ ସଂଗଠନ ରାସ୍ତାକୁ ଓହ୍ଲାଇ ସେମାନଙ୍କ ବିରୋଧ କରିବା ଖଣ୍ଡା ବୁଲାଇଥିଲେ। ଫଳରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇଯାଇଥିଲା। ଘଟଣାସ୍ଥଳରେ ପୁଲିସ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣକୁ ଆଣିବାକୁ ଉଦ୍ୟମ କରିଥିଲେ ମଧ୍ୟ ସଫଳ ହୋଇପାରିନଥିଲା। ଏପରିକି କେତେକ ବ୍ୟକ୍ତି ପୁଲିସ ସହିତ ଯୁକ୍ତିତର୍କ କରିଥିଲେ। ଶେଷରେ ପୁଲିସ ପକ୍ଷରୁ ବାଧ୍ୟ ହୋଇ ଗୁଳି ଚଳାଇବାକୁ ପଡ଼ିଥିଲେ। ତେବେ ଏହି ଗୁଳିଚାଳନାରେ କେହି ମୃତାହତ ହୋଇଥିବାର ଖବର ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ।

Share Now:

Kalinga News Beuro

Next Post

ପ୍ରେମ ପାଇଁ ବୟଫ୍ରେଣ୍ଡଙ୍କୁ ୯୭ ଲକ୍ଷ ଟଙ୍କା ପଠାଇ ବନ୍ଧା ହେଲେ ମହିଳା ଆକାଉଣ୍ଟାଣ୍ଟ

Fri Apr 29 , 2022
ଭୁବନେଶ୍ବର: ୯୭ ଲକ୍ଷ ଟଙ୍କା ହଡ଼ପ ଅଭିଯୋଗରେ ତମାଣ୍ଡୋ ସ୍ଥିତ ସିଭିରମଣ ଇଞ୍ଜିନିୟରିଂ କଲେଜର ମହିଳା ଆକାଉଣ୍ଟାଣ୍ଟ ଗିରଫ ହୋଇଥିବା ଜଣାଯାଇଛି। ସିଭି ରମଣ ଇଞ୍ଜିନିୟରିଂ କଲେଜର ମହିଳା ଆକାଉଣ୍ଟାଣ୍ଟ ପାୟଲ ମହାପାତ୍ର ତାଙ୍କର ବୟଫ୍ରେଣ୍ଡଙ୍କୁ ୯୭ ଲକ୍ଷ ଟଙ୍କା ପଠାଉଥିବାର ଅଭିଯୋଗ ହୋଇଥିଲା। ବର୍ଷକ ଭିତରେ ସେ ଫି ବାବଦ ୯୭ ଲକ୍ଷ ଟଙ୍କା ଡିପୋଜିଟ୍ ନ କରି ଫୋନ ପେ ଜରିଆରେ ବୟଫ୍ରେଣ୍ଡଙ୍କ ପାଖକୁ ପଠାଇଥିଲେ। ସିଭିରମଣ […]
ପ୍ରେମ ପାଇଁ ବୟଫ୍ରେଣ୍ଡଙ୍କୁ ୯୭ ଲକ୍ଷ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial