ଜଙ୍ଗଲୀ ଶୁଆ ଚୋରାଚାଲାଣ ଅଭିଯୋଗରେ ଦୁଇ ଗିରଫ

ରାଉରକେଲା: ଜଙ୍ଗଲୀ ଶୁଆ ଚୋରାଚାଲାଣ ଅଭିଯୋଗରେ ଦୁଇଜଣଙ୍କୁ ଗିରଫ କରିଛି ବନ ବିଭାଗ। ଦୁଇ ଅଭିଯୁକ୍ତ ହେଲେ ମୁନ୍ନା ସାହୁ(୩୪) ଏବଂ ମହମ୍ମଦ ତମାସ। ଉଭୟଙ୍କ ଘର ରାଉରକେଲାରେ। ଏମାନେ ରାଉରକେଲା ସେକ୍ଟର-୨ ବସଷ୍ଟାଣ୍ଡ ଆଡ଼କୁ ଏକ ବାଇକ୍ ଯୋଗେ ୧୦ଟି ଜଙ୍ଗଲୀ ଶୁଆ ଧରି ଯାଉଥିଲେ। ଏହି ସମୟରେ ବନ ବିଭାଗର କର୍ମଚାରୀମାନେ ଉଭୟଙ୍କୁ ଧରିଥିଲେ। ଘଟଣାସ୍ଥଳରୁ ୧୦ଟି ଜଙ୍ଗଲୀ ଶୁଆ ଉଦ୍ଧାର କରାଯାଇଥିଲା। ପରେ ସେମାନଙ୍କ ଭଡ଼ା ଘରୁ ଆହୁରି ୭୨ଟି ଶୁଆ ଉଦ୍ଧାର କରିଥିଲେ ବନ କର୍ମଚାରୀ। ଉଭୟଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ କରାଯାଉଛି ବୋଲି ବନଖଣ୍ଡ ଅଧିକାରୀ ଯଶୋବନ୍ତ ସେଠୀ ସୂଚନା ସଦଇଛନ୍ତି।

Share Now:

Kalinga News Beuro

Next Post

ଓଡ଼ିଆ ବିଶ୍ୱବିଦ୍ୟାଳୟ ସୌଧର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

Wed Jan 24 , 2024
ପୁରୀ: ପୁରୀ ଜିଲ୍ଲା ସତ୍ୟବାଦୀ ସ୍ଥିତ ଓଡ଼ିଆ ବିଶ୍ୱବିଦ୍ୟାଳୟ ସୌଧର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଛି। ଏହାକୁ ଭର୍ଚ୍ଚୁଆଲ ମୋଡରେ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହାପରେ ପରେ ରାଜ୍ୟବାସୀଙ୍କୁ ସମ୍ବୋଧନ କରିବା କ୍ରମରେ ମୁଖ୍ୟମନ୍ତ୍ରୀ ଓଡ଼ିଆ ଭାଷାର ଗାରିମା ବଖାଣିଛନ୍ତି। ମୁଖ୍ୟମନ୍ତ୍ରୀ ଏହି ଅବସରରେ ଉତ୍କଳମଣି ଗୋପବନ୍ଧୁ ଦାସ ଓ ଆଦିକବି ଶାରଳା ଦାସଙ୍କୁ ମନେ ପକାଇଥିଲେ। ଓଡ଼ିଆ ଭାଷାର ସୁରକ୍ଷା ପାଇଁ ସଂଗ୍ରାମ କରିଥିବା ତଥା […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial