‘ତୁମ ସାଥେ ମୋ‌ତେ ନେଇ ଯାଅ’ : ସହିଦ ଯବାନଙ୍କ ଜୁଇରେ ଶୋଇପଡ଼ିଲେ ପତ୍ନୀ

ସହିଦ ଯବାନଙ୍କ ଜୁଇରେ ଶୋଇପଡ଼ିଲେ ପତ୍ନୀ

ମାଲକାନଗିରି : ଦାନ୍ତେୱାଡା ମାଓବାଦୀ ଆକ୍ରମଣ ଘଟଣାରେ ସହିଦ ହୋଇଥିବା ଜଣେ ଯବାନଙ୍କ ସଂସ୍କାର ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ବେଳେ ଜୁଇ ପାଇଁ ସଜଡ଼ା ହୋଇଥିବା କାଠ ଉପରେ ଶୋଇଯାଇଥିଲେ ତାଙ୍କ ପତ୍ନୀ। ଏକା ସାଙ୍ଗେ ଦାହ କରିବାପାଇଁ ଜିଦ୍‌ ଧରି ବସିଥିଲେ। ଏହି ଘଟଣା ସେଠାରେ ଏକ ଶୋକାକୁଳ ପରିବେଶ ସୃଷ୍ଟି କରିଥିଲା। ଏହି ଘଟଣା ଘଟିଥିଲା ଛତିଶଗଡ଼ର ବିଜାପୁର ଜିଲ୍ଲା ଅନ୍ତର୍ଗତ ନିରାମ ଗ୍ରାମରେ, ଯେଉଁଠି ସହିଦ ଯବାନ ଲଖମୁ ରାମ ମଡକାମିଙ୍କ ଶବସଂସ୍କାର ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିଲା। ନିରାମ ହେଉଛି ସହିଦଙ୍କ ଜନ୍ମମାଟି। ସହିଦ ଲଖମୁ୍ଙ୍କ ‌ଶେଷ ଦର୍ଶନ ପାଇଁ ଗାଁରେ ଲୋକଙ୍କ ପ୍ରବଳ ଭିଡ଼ ହୋଇଥିଲା। ବୀର ଯବାନ ପୁଅକୁ ହରାଇ ଗ୍ରାମବାସୀଙ୍କ ଆଖି ବି ଲୁହରେ ଭରି ଯାଇଥିଲା। ଶୋକାକୁଳ ପରିବେଶରେ ସମ୍ପର୍କୀୟମାନେ ସହିଦଙ୍କ ପାର୍ଥିବ ଶରୀରକୁ ଶଶ୍ମାନକୁ ନେଇଥିଲେ। ଶ୍ମଶାନରେ ଅନ୍ତିମ ସତ୍କାର ପାଇଁ ଜୁଇରେ କାଠ ସଜଡ଼ା ଯାଇଥିଲା। ହଠାତ୍‌ ‘ନିଜ ଜୀବନ ସାଥୀର ଜୁଇ ଜଳିବା ଦେଖି ପାରିବିନି’ ବୋଲି କହି ସହିଦ ଲଖମଙ୍କୁ ମୁଖାଗ୍ନି ଦେବାପୂର୍ବରୁ ଜୁଇ ଉପରେ ଶୋଇ ଯାଇଥିଲେ ପତ୍ନୀ ତୁଲେ ମଡକାମି। ସ୍ୱାମୀ ସହିତ ଗୋଟିଏ ଜୁଇରେ ଜାଳି ଦେବାପାଇଁ ଲୋକଙ୍କୁ ନେହୁରା ହୋଇଥିଲେ। ‘ ତୁମକୁ ଛାଡ଼ି ବଞ୍ଚିପାରିବି ନାହିଁ। ତୁମ ସହିତ ମତେ ନେଇ ଯାଅ,’ ବୋଲି ବାରମ୍ବାର କୋହମିଶା କଣ୍ଠରେ କହିଥିଲେ। ଏହା ଦେଖିବା ପରେ ଅନ୍ତିମ ସତ୍କାର ପାଇଁ ଯାଇଥିବା ସର୍ମ୍ପକୀୟମାନେ ତୁଲେଙ୍କୁ ବହୁ ସମୟ ଧରି ବୁଝାଶୁଝା କରିଥିଲେ। ବହୁକଷ୍ଟରେ ସେ ଜୁଇରୁ ତଳକୁ ଓହ୍ଲାଇଥିଲେ। ଏହାପରେ ସହିଦ ଯବାନଙ୍କ ଅନ୍ତିମ ସତ୍କାର ହୋଇଥିଲା।
ସୂଚନାଯୋଗ୍ୟ ଯେ ସହିଦ ଲଖମୁ ରାମ ମଡକାମି ୧୯୮୪ ଜୁନ୍ ୫ ତାରିଖରେ ଜନ୍ମଗ୍ରହଣ କରିଥିଲେ। ସେ ୨୦୧୬ ମସିହା ଜାନୁଆରି ୨୯ ତାରିଖରେ ଡିଆରଜିରେ ଭର୍ତ୍ତି ହୋଇଥିଲେ। ତାଙ୍କ ପିତାଙ୍କ ନାମ ସୁନ୍ନାରାମ। ତାଙ୍କର ଦୁଇଟି ପୁଅ ଓ ଗୋଟିଏ ଝିଅ ରହିଛନ୍ତି। ମାଲକାନଗିରି ସୀମାନ୍ତ ଛତିଶଗଡ଼ ରାଜ୍ୟର ଦାନ୍ତେୱାଡାରେ ମାଓବାଦୀଙ୍କ ବଡ଼ଧରଣର ଆକ୍ରମଣରେ ୧୦ ଜଣ ଡିଆରଜି ଯବାନ ସହିଦ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ଥିଲେ ଲଖମୁ।

Share Now:

Kalinga News Beuro

Next Post

ବେକ କାଟି ଛାତ ଉପରୁ ତଳକୁ ଡେଇଁ ଜୀବନ ହାରିଲେ ଟ୍ରକ୍ ଚାଳକ

Sun Apr 30 , 2023
ନରସିଂହପୁର : କଟକ ଜିଲ୍ଲା ନରସିଂହପୁର ପୁରୁଣା ଚକାମୁଣ୍ଡା ଗାଁରେ ଜଣେ ଲୋକ ନିଜର ବେକ କାଟି ଛାତ ଉପରୁ ତଳକୁ ଡେଇଁ ଆତ୍ମହତ୍ୟା କରିଥିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି। ସେ ସାନ ଭାଇର ମୃତ୍ୟୁ ପରେ ସଂପୂର୍ଣ୍ଣ ଭାବେ ଭାଙ୍ଗି ପଡ଼ି ଏଭଳି ପଦକ୍ଷେପ ନେଇଥିବା କୁହାଯାଉଛି। ମୃତ ବ୍ୟକ୍ତିଙ୍କ ନାଁ ମଧୁସୂଦନ ଜେନା। ତାଙ୍କୁ ୫୪ ବର୍ଷ ହୋଇଥିଲା। ମାସେ ପୂର୍ବରୁ ତାଙ୍କ […]
ତଳକୁ ଡେଇଁ ଜୀବନ ହାରିଲେ ଟ୍ରକ୍ ଚାଳକ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial