ପ୍ରଫେସର ଗଣେଶୀ ଲାଲ ଓଡ଼ିଶାର ନୂଆ ରାଜ୍ୟପାଳ

ଭୁବନେଶ୍ୱର : ବିଜେପି ରାଷ୍ଟ୍ରୀୟ ଅନୁଶାସନ ସମିତି ଅଧ୍ୟକ୍ଷ ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଘନିଷ୍ଠ ପ୍ରଫେସର ଗଣେଶୀ ଲାଲ ଓଡ଼ିଶାର ନୂତନ ରାଜ୍ୟପାଳ ଭାବରେ ଆଜି ନିଯୁକ୍ତ ହୋଇଛନ୍ତି। ଏନେଇ ରାଷ୍ଟ୍ରପତି ଭବନରୁ ନିର୍ଦ୍ଦେଶାନାମା ଜାରି କରାଯାଇଛି। ହରିୟାଣାର ସିର୍‌ସା ମହାବିଦ୍ୟାଳୟରେ ଜଣେ ଗଣିତ ଅଧ୍ୟାପକ ଭାବରେ କାର୍ଯ୍ୟ କରିଥିବା ଶ୍ରୀ ଲାଲ ପରେ ବିଜେପିରେ ଯୋଗ ଦେଇଥିଲେ। ୧୯୯୧ ମସିହାରେ ସିର୍‌ସା ଆସନରୁ ବିଜେପିରୁ ନିର୍ବାଚନ ଲଢ଼ି ପରାଜୟର ସାମ୍ନା କରିଥିଲେ। ତେବେ, ୧୯୯୬ରେ ସେହି ଆସନରୁ ହରିୟାଣା ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ଏହାସହିତ ୧୯୯୬-୯୯ରେ ବିଜେପି ଓ ହରିୟାଣା ବିକାଶ ପାର୍ଟି ମଧ୍ୟରେ ହୋଇଥିବା ମେଣ୍ଟ ସରକାରରେ ସେ ଖାଦ୍ୟମନ୍ତ୍ରୀ ଭାବରେ ମଧ୍ୟ ଦାୟିତ୍ୱ ନିର୍ବାହ କରିଥିଲେ। ଆରଏସ୍‌ଏସ୍‌ ସହିତ ଘନିଷ୍ଠ ସମ୍ପର୍କ ଥିବା ତଥା ପ୍ରଧାନମନ୍ତ୍ରୀଙ୍କ ଅତ୍ୟନ୍ତ ଘନିଷ୍ଠ ଭାବରେ ଜଣାଶୁଣା ପ୍ରଫେସର ଲାଲ ହରିୟାଣା ବିଜେପି ମୁଖ୍ୟ ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି।

ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପାୟୀଙ୍କ ସରକାର ଅମଳରୁ ପ୍ରଫେସର ଲାଲ ରାଜ୍ୟପାଳ ଭାବରେ ନିଯୁକ୍ତ ହେବାର ଥିଲେ ମଧ୍ୟ କୌଣସି କାରଣରୁ ତାହା ସମ୍ଭବ ହୋଇପାରିନଥିଲା। ଗତ ମାର୍ଚ୍ଚମାସରେ ମଧ୍ୟ ହରିୟାଣାରୁ ସେ ରାଜ୍ୟସଭାକୁ ଯିବାପାଇଁ ଆପାତତଃ ସ୍ଥିର ହୋଇଥିଲା। ମାତ୍ର, ଶେଷ ମୁହୂର୍ତ୍ତରେ ତାହା ଅଟକି ଯାଇଥିଲା। ଶେଷରେ, ରାଷ୍ଟ୍ରପତି ପ୍ରଫେସର୍‌ ଲାଲଙ୍କୁ ରାଜ୍ୟପାଳ ଭାବେ ଆଜି ନିଯୁକ୍ତି ପ୍ରଦାନ କରିଛନ୍ତି। ପୂର୍ବତନ ରାଜ୍ୟପାଳ ଡ. ଏସ୍‌ ସି ଜମିରଙ୍କ ସ୍ଥାନରେ ତାଙ୍କୁ ଏହି ନିଯୁକ୍ତ ପ୍ରଦାନ କରାଯାଇଛି। ଶ୍ରୀ ଜମିରଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ବିହାର ରାଜ୍ୟପାଳ ସତ୍ୟପାଲ ମଲ୍ଲିକ ଅତିରିକ୍ତ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ।

 

Share Now:

Kalinga News Beuro

Leave a Reply

Next Post

ବାଲିଚନ୍ଦ୍ରପୁର ଅଞ୍ଚଳରେ ପ୍ରାକୃତିକ ଗ୍ୟାସ୍‌ ଓ ପେଟ୍ରୋଲ୍‌ ସନ୍ଧାନ

Sat May 26 , 2018
ଜିଲୋଟିନ୍‌ ବିସ୍ଫୋରଣରେ ୫୦ କୋଠା କ୍ଷତିଗ୍ରସ୍ତ, ୩୦ ମିନିଟ ପାଇଁ ଥରିଲା ସମଗ୍ର ଅଞ୍ଚଳ ଭୂକମ୍ପ ସନ୍ଦେହରେ ଲୋକେ ଡରିଲେ, ଘଟଣାସ୍ଥଳରେ ଉତ୍ତେଜନା, ଥାନାରେ ଅଭିଯୋଗ ଚଣ୍ଡିଖୋଲ : ବଡ଼ଚଣା ବ୍ଲକ୍‌ ତଥା ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ଚାରିନଙ୍ଗଳ ଗହରନଗର ବିଲୁଆ ସାହିର ଚାଷ ଜମିରେ ପ୍ରାକୃତିକ ଗ୍ୟାସ୍‌ ଓ ପେଟ୍ରୋଲ୍‌ ଅନୁସନ୍ଧାନ ପାଇଁ ସର୍ଭେ ହେଉଥିବା ସମୟରେ ଜିଲୋଟିନ୍‌ ବିସ୍ଫୋରଣ ଯୋଗୁଁ ୫୦ରୁ ଅଧିକ ଲୋକଙ୍କର କୋଠାଘର କ୍ଷତିଗ୍ରସ୍ତ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial