ଗୀର୍ଜାରେ ଛୁରାମାଡ଼ ଖାଇ ବ୍ରିଟିସ୍‌ ସାଂସଦ ଡେଭିଡ୍‌ ଆମେସ୍‌ ନିହତ

ବ୍ରିଟିସ୍‌ ସାଂସଦ ଡେଭିଡ୍‌ ଆମେସ୍‌ ନିହତ

ଲଣ୍ଡନ୍‌: ଶୁକ୍ରବାର ଦିନ ଗୋଟାଏ ଗୀର୍ଜାରେ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ୍‌ଙ୍କ ‘କଞ୍ଜର୍‌ଭେଟିଭ୍‌ ପାର୍ଟି’ର ସାଂସଦ ଡେଭିଡ୍‌ ଆମେସ୍‌ ଛୁରାମାଡ଼ରେ ନିହତ ହୋଇଛନ୍ତି। ତାଙ୍କ ‘ଇଲେକ୍ଟୋରାଲ୍‌ ଜିଲ୍ଲା’ରେ ଭୋଟର୍‌ମାନଙ୍କୁ ଭେଟୁଥିବା ବେଳେ ଜଣେ ବ୍ୟକ୍ତି ତାଙ୍କୁ ଛୁରି ଭୁସି ହତ୍ୟା କରିଛନ୍ତି। ଶୁକ୍ରବାର ମଧ୍ୟାହ୍ନ ସମୟରେ ପୂର୍ବାଞ୍ଚଳ ଇଂଲଣ୍ଡ୍‌ର ସାଉଥ୍‌ଏଣ୍ଡୱେଷ୍ଟ ଇସେକ୍ସ୍‍ର ସାଂସଦ ଭାବେ ପ୍ରତିନିଧିତ୍ୱ କରୁଥିବା ୬୯ ବର୍ଷିୟ ଡେଭିଡ୍‌ ଆମେସ୍‌ଙ୍କୁ ଲି-ଅନ୍‌-ସି ଠାରେ ଥିବା ବେଲ୍‌ଫେୟାର୍ସ ମେଥଡିଷ୍ଟ୍‍ ଚର୍ଚରେ ସଭା କରୁଥିବା ବେଳେ ଆକ୍ରମଣର ସରବ୍ୟ ହୋଇଥିଲେ। ପୁଲିସ ତତ୍‌କ୍ଷଣାତ୍‌ ଗୀର୍ଜାରେ ଚଢ଼ାଉ କରି ୨୫ ବର୍ଷିୟ ଆତତାୟୀଙ୍କୁ ଗିରଫ କରିବା ସହ ହତ୍ୟାକାଣ୍ଡରେ ବ୍ୟବହୃତୁ ଛୁରିକୁ ଜବତ କରିଛି। ଏହି ଘଟଣାରେ ଅନ୍ୟ କେହି ସମ୍ପୃକ୍ତ ଅଛନ୍ତି ବୋଲି ସେମାନଙ୍କର ମନେହେଉ ନ ଥିବା କଥା ପୁଲିସ କହିଛି। ପୁଲିସ କହିଛି, ସାଂସଦଙ୍କୁ ବଞ୍ଚାଇବା ଲାଗି ଗୀର୍ଜା ମଧ୍ୟକୁ ଜରୁରୀକାଳୀନ ଚିକିତ୍ସା ସେବା ପ୍ରଦାନକାରୀଙ୍କୁ ଅଣାଯାଇଥିଲେ ବି, ସେମାନଙ୍କର ଉଦ୍ୟମ ବୃଥା ହୋଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଘଟଣାସ୍ଥଳରେ ହିଁ ତାଙ୍କର ପ୍ରାଣବାୟୁ ଉଡ଼ିଗଲା। ଏହି ଘଟଣା ସହ ଆତଙ୍କବାଦୀମାନଙ୍କ ସମ୍ପୃକ୍ତି ରହିଛି କି, ନାହିଁ, ତାହା ପୁଲିସ ତଦନ୍ତ କରୁଛି। ଘଟଣାସ୍ଥଳରେ ଥିବା ଜଣେ ସ୍ଥାନୀୟ କାଉନ୍‌ସିଲର୍‌ ଗଣମାଧ୍ୟମକୁ କହିଛନ୍ତି, ଡେଭିଡ୍‌ଙ୍କ ଉପରେ ଆତତାୟୀଜଣକ ବହୁବାର ଛୁରାମାଡ଼ କରିଥିଲେ। ଆମେସ୍‌ଙ୍କ ମୃତ୍ୟୁ ଖବର ପାଇ ଇଂଲଣ୍ଡ୍‌ ପାର୍ଲାମେଣ୍ଟ୍‌ରେ ଥିବା ସହଯୋଗୀମାନେ ଶୋକବ୍ୟକ୍ତି କରିବା ସହ ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ପ୍ରତି ମାସର ପ୍ରଥମ ଓ ତୃତୀୟ ଶୁକ୍ରବାର ଦିନ ଡେଭିଡ୍‌ ନିୟମିତ ଭାବେ ଭୋଟର୍‌ମାନଙ୍କ ସହ ବାର୍ତ୍ତାଳାପ କରୁଥିଲେ। ଆମେସ୍‌ ବିବାହିତ ଓ ତାଙ୍କର ୫ଜଣ ସନ୍ତାନସନ୍ତତି ଅଛନ୍ତି। ୧୯୮୩ରେ ସେ ପ୍ରଥମେ ବେସିଲ୍‌ଡନ୍‌ରୁ ପାର୍ଲାମେଣ୍ଟ୍‌କୁ ନିର୍ବାଚିତ ହୋଇଥିଲେ। ପରେ ୧୯୯୭ରେ ସେ ସାଉଥ୍‌ଏଣ୍ଡୱେଷ୍ଟରେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରି ବିଜୟୀ ହୋଇଥିଲେ।

Share Now:

Kalinga News Beuro

Next Post

ଆର୍‌ୟନ୍‌ ଖାନ ଗିରଫ ଘଟଣା : ବୈଦେଶିକ ମନ୍ତ୍ରାଳୟର ସହାୟତା ଲୋଡ଼ିଲା ଏନସିବି

Sat Oct 16 , 2021
ନୂଆଦିଲ୍ଲୀ : ଅକ୍ଟୋବର ୨ ତାରିଖରେ ମୁମ୍ୱାଇର କ୍ରୁଜ ଡ୍ରଗ୍ସ ପାର୍ଟି ଘଟଣାରେ ବଲିଉଡ ଷ୍ଟାର ଶାହାରୁଖ ଖାନଙ୍କ ପୁଅ ଆର୍‌ୟନ୍‌ ଖାନଙ୍କ ପାଇଁ ଅଡୁଆ କମିବାର ନାଁ ଧରୁନି। ଆର୍‌ୟନ୍‌ଙ୍କ ଜାମିନ୍ ନେଇ ଆଗାମୀ ଶୁଣାଣି ହେବ ଅକ୍ଟୋବର ୨୦ ତାରିଖରେ। ଏହା ଭିତରେ ଆର୍‌ୟନ୍‌ ଖାନଙ୍କୁ ଆର୍ଥର ରୋଡ୍ ଜେଲକୁ ପଠାଇ ଦିଆଯାଇଛି। ସେପଟେ ମାମଲାରେ ଏନସିବି ଆଣିଛି ନୂଆ ଖିଅ। ଆର୍‌ୟନ୍‌ଙ୍କ ଫୋନରେ ହୋଇଥିବା ଡ୍ରଗ୍ସ […]
ଆର୍‌ୟନ୍‌ ଖାନ ଗିରଫ ମାମଲା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial