ପାରିବେଶିକ ଅବକ୍ଷୟର ପରିଣତି : ବିଲୁପ୍ତି ଦ୍ବାରଦେଶରେ ୩୮,୦୦୦ ପ୍ରାଣୀ ପ୍ରଜାତି

ବିଲୁପ୍ତି ଦ୍ବାରଦେଶରେ ପ୍ରାଣୀ ପ୍ରଜାତି-1

ଫ୍ରାନ୍ସ : ‘ଇଣ୍ଟର୍‌ନ୍ୟାସ୍‌ନାଲ୍‌ ୟୁନିୟନ୍‌ ଫର୍‌ କଞ୍ଜର୍‌ଭେସନ୍‌ ଅଫ୍ ନେଚର୍‌’ (ଆଇୟୁସିଏନ୍‌) ଗଣନା ଅନୁସାରେ ତିଷ୍ଠି ରହିବାକୁ ଥିବା ୧୩୮,୦୦୦ ଜୀବ ଓ ଉଦ୍ଭିଦ ପ୍ରଜାତିରୁ ପ୍ରାୟ ୨୮% ସମ୍ପ୍ରତି ଚିରକାଳ ପାଇଁ ବିଲୋପ ହୋଇଯିବା ଆଶଙ୍କା ଦେଖାଦେଇଛି। ପ୍ରାକୃତିକ ଜଗତ୍‌ରେ ମଣିଷର ଧ୍ବଂସାତ୍ମକ କାର୍ଯ୍ୟକଳାପ ପ୍ରଭାବରୁ ଏଭଳି ହେଉଥିବା କଥା ଏହି ବୈଶ୍ବିକ ସଂରକ୍ଷଣ ସଂସ୍ଥାନ ଦୋଦୁଲ୍ୟମାନ ପରିସ୍ଥିତିରେ ଥିବା ପ୍ରାଣୀ ପ୍ରଜାତିଙ୍କୁ ସୁରକ୍ଷିତ ରଖିବା ଉଦ୍ଦେଶ୍ୟରେ ଆୟୋଜିତ ସମ୍ମିଳନୀରେ କହିଛି। ଫ୍ରାନ୍ସର ମାସିଲି ନଗରୀରେ ଅନୁଷ୍ଠିତ ‘ଆଇୟୁସିଏନ୍‌’ ସମ୍ମିଳନୀରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ପ୍ରାକୃତିକ ବାସସ୍ଥାନ କ୍ଷୟ, ଅତିରିକ୍ତ ଶୋଷଣ ଏବଂ ବେଆଇନ ବାଣିଜ୍ୟ ଅନେକ ଦଶନ୍ଧି ଧରି ବୈଶ୍ବିକ ବନ୍ୟଜନ୍ତୁ ସଂଖ୍ୟା ହ୍ରାସ କରାଇଥିବା ବେଳେ ଏବେ ଜଳବାୟୁ ପରିବର୍ତ୍ତନ ଏଥିପ୍ରତି ପ୍ରତ୍ୟକ୍ଷ ବିପଦ ଭାବେ ଉଭା ହୋଇଛି।

ଆଇୟୁସିଏନ୍‌ ପକ୍ଷରୁ ପ୍ରକାଶିତ ରେଡ୍ ଲିଷ୍ଟରେ କୋମୋଡୋ ଡ୍ରାଗନ୍ ‘ବିଲୋପ ହେବାକୁ ଯାଉଥିବା ପ୍ରଜାତି’ ଚିହ୍ନଟ ନିମନ୍ତେ ପ୍ରସ୍ତୁତ ସଦ୍ୟତମ ‘ରେଡ୍‌ ଲିଷ୍ଟ୍‌’ରେ ସମ୍ପ୍ରତି ‘କୋମୋଡୋ ଡ୍ରାଗନ୍‌’ ସ୍ଥାନ ପାଇଛି। ଏହାର କାରଣ ହେଉଛି ଇଣ୍ଡୋନେସୀୟ ପ୍ରାକୃତିକ ଆବାସସ୍ଥଳୀରେ ସମୁଦ୍ର ପତ୍ତନ ଓ ତାପମାତ୍ରା ବୃଦ୍ଧି। ସେହିପରି, ବୃକ୍ଷ ଛେଦନ ଯୋଗୁଁ ‘ଇବୋନି’ ଏବଂ ‘ରୋଜ୍‌ଉଡ୍‌’କୁ ମଧ୍ୟ ଏ ବର୍ଷ ପ୍ରଥମ ଥର ପାଇଁ ବିଲୋପନ ତାଲିକାଭୁକ୍ତ କରାଯାଇଛି। ‘ଆଇୟୁସିଏନ୍‌’ ସାର୍କ ଓ ରେ’ଙ୍କ (ହାଙ୍ଗର ଓ ଶଙ୍କୁଚଜାତୀୟ ଜଳଜୀବ) ପାଇଁ ମଧ୍ୟ ଉଦ୍‌ବେଗ ପ୍ରକାଶ କରିଛି। ଏବେ ୩୭% ସାର୍କ ଓ ରେ’ ବିଲୟମୁଖୀ। ସୂଚନା ଅନୁସାରେ ଟୁନା ମାଛଙ୍କ ତୁଳନାରେ ମଧ୍ୟ ଏମାନଙ୍କ ସଂଖ୍ୟା କମିବାରେ ଲାଗିଲାଣି। ଏହା ବ୍ୟତିରେକେ, ଉଭୟଚର ପ୍ରାଣୀ ୩୩%, ସ୍ତନ୍ୟପ୍ୟାୟୀ ପ୍ରାଣୀ ୨୬% ଏବଂ ୧୨% ପକ୍ଷୀ ପ୍ରଜାତି ବିଲୁପ୍ତ ପଥରେ ପହଞ୍ଚିଲେଣି। ବିଲୁପ୍ତି ପଥେ ହାଙ୍ଗର ଓ ଶଙ୍କୁଚଜାତୀୟ ଜଳଜୀବ କିନ୍ତୁ, ଏହି ‘ରେଡ୍‌ ଲିଷ୍ଟ୍‌’ରେ କେତେକ ପ୍ରଜାତିଙ୍କୁ ସଂରକ୍ଷଣ କରାଯିବା ଆଶା ଥିବା କଥା ଉଲ୍ଲେଖ ରହିଛି। ସେମାନଙ୍କ ମଧ୍ୟରେ ଅଛି, ବ୍ୟାବସାୟିକ ଭାବେ ମରାଯାଉଥିବା ୪ ପ୍ରକାରର ଟୁନା ମାଛ। ବିଶେଷ ଉଦ୍ୟମ ଫଳରେ ଉକ୍ତ ୪ ପ୍ରଜାତିର ଟୁନା ମାଛରୁ ‘ନୀଳପକ୍ଷ’ ଟୁନା ମାଛ ସମ୍ପ୍ରତି ନିରାପଦ ‌କ୍ଷେତ୍ରକୁ ଚାଲି ଆସିଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ‘ଆଇୟୁସିଏନ୍‌’ର ‘ରେଡ୍‌ ଲିଷ୍ଟ୍‌’ ପ୍ରତିବର୍ଷ ଅନେକ ପ୍ରଜାତିର ପୁନଃଗଣନା କରେ। ଏହି ସଂସ୍ଥାନ ଚିହ୍ନଟ କରିଥିବା ୧୩୮,୩୭୪ ପ୍ରଜାତିରୁ ୩୮,୦୦୦ ବିଲୁପ୍ତ ହେବାର ଆଶଙ୍କା ଉପସ୍ଥିତ ହୋଇଛି। କହିବାକୁ ଗଲେ, ମାତ୍ରାଧିକ କ୍ଷୟ ହେଉଥିବା ପ୍ରାଣୀ ଓ ଉଦ୍ଭିଦମାନଙ୍କର ସଂଖ୍ୟା ଓ ବିବିଧତା ରୋକିବାକୁ କରାଯାଉଥିବା ଉଦ୍ୟମ ମୋଟାମୋଟି ବିଫଳ ହୋଇଛି।

Share Now:

Kalinga News Beuro

Next Post

ସୋସିଆଲ୍‌ ମିଡିଆରେ ଆଉ ଜଣେ ଆଞ୍ଜେଲ ପ୍ରିୟା : ସାଢ଼େ ୬ ଲକ୍ଷ ଟଙ୍କା ଚୂନ ଲଗାଇ ଗିରଫ ହେଲେ ଯୁବତୀ

Sat Sep 11 , 2021
ଲକ୍ଷେ ୩୩ ହଜାର ଟଙ୍କା, ୩ଟି ପାସ୍‌ବୁକ୍, ୨ଟି ମୋବାଇଲ ଜବତ ଭୁବନେଶ୍ବର : କାହାକୁ ଡାକ୍ତର କହନ୍ତି ତ କାହାକୁ ପରିଚୟ ଦିଅନ୍ତି ବ୍ୟୁଟିସିଆନ୍। ପୁଣି କାହାକୁ ଶିକ୍ଷୟିତ୍ରୀ କହି ସଂପର୍କ ବଢ଼ାନ୍ତି। ଏମିତି ସୋସିଆଲ୍‌ ମିଡିଆରେ ରୂପ ଓ ପରିଚୟ ବଦଳାଇ ଲକ୍ଷଲକ୍ଷ ଟଙ୍କା ଠକୁଥିବା ରୢାକେଟ୍‌ର ମାଷ୍ଟରମାଇଣ୍ଡ ଜଣେ ଯୁବତୀଙ୍କୁ ସହିଦନଗର ଥାନା ପୁଲିସ ଗିରଫ କରିଛି। ସେ ହେଲେ ବାଲୁଗାଁ ନାଚୁଣୀ ଅଞ୍ଚଳର ପ୍ରିୟଙ୍କା […]
ନୂଆ ଆଞ୍ଜେଲ ପ୍ରିୟା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial