ଭୁବନେଶ୍ୱର : ନବୀନ ନିବାସରେ ଆଜି ସମ୍ବଲପୁର, ସୁନ୍ଦରଗଡ଼ ଓ ଢେଙ୍କାନାଳ ଲୋକସଭା ନିର୍ବାଚନ ମଣ୍ଡଳୀ ପାଇଁ ସମୀକ୍ଷା ହୋଇଛି। କେଉଁ ଆସନରେ କିଏ ପ୍ରାର୍ଥୀ ହେବେ ସେନେଇ ବିଜେଡି ସୁପ୍ରିମୋ ନିଷ୍ପତ୍ତି ନେବେ। ପ୍ରଥମେ ସମ୍ବଲପୁର ସଂସଦୀୟ କ୍ଷେତ୍ରର ସମୀକ୍ଷା କରାଯାଇଛି। ବୈଠକ ପରେ ବିଧାୟକ ରୋହିତ ପୂଜାରୀ କହିଛନ୍ତି ୭ଟି ବିଧାନସଭା ସହ ଲୋକସଭା ଆସନ ପାଇଁ ମଧ୍ୟ ଆଲୋଚନା ହୋଇଛି। ଲୋକସଭାରୁ କିଏ ଲଢ଼ିବେ ସେ ନିଷ୍ପତ୍ତି ମୁଖ୍ୟମନ୍ତ୍ରୀ ନେବେ। ବୈଠକରେ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ନବ ଦାସଙ୍କ ପୁଅ ବିଶାଳ ଦାସ, ବଣେଇର ପୂର୍ବତନ ବିଧାୟକ ଭୀମସେନ ଚୌଧୁରୀ, ଛେଣ୍ଡିପଦା ବିଧାୟକ ସୁଶାନ୍ତ ବେହେରା ସାମିଲ ହୋଇଥିଲେ।
ସେହିପରି ସୁନ୍ଦରଗଡ଼ର ପୂର୍ବତନ ବିଧାୟକ ଯୋଗେଶ ସିଂ, ବିଜେଡି ନେତା ମଙ୍ଗଳା କିଷାନ, ସୁନ୍ଦରଗଡ଼ ପର୍ଯ୍ୟବେକ୍ଷକ ପ୍ରୀତିରଞ୍ଜନ ଘଡ଼ାଇ, ସାରଦା ନାୟକ ଓ ଦିଲ୍ଲୀପ ତିର୍କୀ ପ୍ରମୁଖ ଉପସ୍ଥିତ ଅଛନ୍ତି। ବୈଠକରେ ସୁନ୍ଦରଗଡ଼ ବିଧାୟକ ଜୁଏଲ ଓରାମଙ୍କୁ ହରାଇବାକୁ ଯୋଜନା କରାଯାଇଛି। ଏହାସହ ଦଳ କିପରି ୭ଟି ବିଧାନସଭା ଆସନରେ ବିଜୟୀ ହେବ, ସେନେଇ ମଧ୍ୟ ସ୍ୱତନ୍ତ୍ର ଯୋଜନା ହୋଇଛି। ସେହିପରି ଢେଙ୍କାନାଳର ସଂସଦୀୟ କ୍ଷେତ୍ର ପାଇଁ ମଧ୍ୟ ଆଲୋଚନା କରାଯାଉଛି। ବିଧାୟକ ମୁକେଶ ପାଲ, ରଜନୀକାନ୍ତ ସିଂହ, ସୁଧୀର ସାମଲ, ସୀମାରାଣି ନାୟକ, ନୃସିଂହ ସାହୁ, ମହେଶ୍ୱର ସାହୁ ପ୍ରମୁଖ ଉପସ୍ଥିତ ଅଛନ୍ତି।
ନବୀନ ନିବାସରେ ୩ ଲୋକସଭା କ୍ଷେତ୍ର ପାଇଁ ସମୀକ୍ଷା : ନିଷ୍ପତ୍ତି ନେବେ ବିଜେଡି ସୁପ୍ରିମୋ

Share Now: