ଚୀନ ଡ୍ରୋନକୁ ଗୁଳିକରି ଖସାଇବାକୁ ତାଇଓ୍ବାନ ସେନାକୁ ନିର୍ଦ୍ଦେଶ

ଚୀନ ଡ୍ରୋନକୁ ଗୁଳି

ତାଇପେଈ : ତାଇଓ୍ବାନ ଅଂଚଳରେ ଉତ୍ତେଜନା ସାମାନ୍ୟ ହ୍ରାସ ପାଇଥିଲେ ବି ଚୀନର ସାମରିକ କାର୍ଯ୍ୟକଳାପ ଜାରି ରହିଛି। ଚୀନର ଗୁପ୍ତଚର ଡ୍ରୋନ ଗୁଡ଼ିକ ତାଇଓ୍ବାନ ଉପରେ ଉଡ଼ୁଥିବାରୁ ତାଇଓ୍ବାନ ସରକାର ଚିନ୍ତାରେ ପଡ଼ିଯାଇଛନ୍ତି। ବିଶେଷକରି ଚୀନର ଡ୍ରୋନଗୁଡ଼ିକ ତାଇଓ୍ବାନର ସାମରିକ ପ୍ରତିଷ୍ଠାନ ଓ ସେନାଛାଉଣୀ ଉପରେ ଉଡ଼ି ଫଟୋ ଉଠାଉଥିବାରୁ ତାଇଓ୍ବାନର ସୁରକ୍ଷା ପ୍ରତି ବିପଦ ବଢିଯାଇଛି। ଏହାକୁ ଦୃଷ୍ଟିରେ ରଖି ଚୀନ ଡ୍ରୋନଗୁଡ଼ିକୁ ଦେଖିବା ମାତ୍ରେ ଗୁଳିକରି ଖସେଇଦେବାକୁ ତାଇଓ୍ବାନ ସେନା ନିର୍ଦ୍ଦେଶ ଦେଇଛି। ଏପରିକି ବଡ଼ ଡ୍ରୋନ ହେଲେ ରକେଟ୍ ମାରି ଖସେଇ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ନିର୍ଦ୍ଦେଶ କାର୍ଯ୍ୟକାରୀହେଲେ ଉତ୍ତେଜନା ପୁଣି ବଢିବାର ସମ୍ଭାବନା ରହିଛି।
ଗତ ଶନିବାର ଦିନ ଚୀନର ଡ୍ରୋନଗୁଡ଼ିକ ତାଇଓ୍ବାନର କିନମେନଠାରେ ଥିବା ଏକ ସୈନ୍ୟ ଚୌକି ଉପରେ ଉଡ଼ି ଫଟୋ ଉଠାଇଥିଲେ। ଚୀନ ଡ୍ରୋନକୁ ଦେଖିବାପରେ ତାଇଓ୍ବାନ ସୈନିକମାନେ ଚେତାବନୀ ସୂଚକ ଫାୟାର କରିଥିଲେ। ଏହା ପରେ ଡ୍ରୋନଗୁଡ଼ିକ ପଳାଇଯାଇଥିଲେ। ତେବେ ବାରମ୍ବାର ଚୀନ ଡ୍ରୋନଗୁଡ଼ିକ ସୀମା ଲଙ୍ଘନ କରୁଥିବାରୁ ତାଇଓ୍ବାନ ସେନାର ଚିନ୍ତା ବଢିଯାଇଛି। ଏଣିକି ଚେତାବନୀ ସତ୍ତ୍ବେ ଯଦି ଡ୍ରୋନଗୁଡ଼ିକ ଅନୁପ୍ରବେଶ କରନ୍ତି ତେବେ ସେଗୁଡ଼ିକୁ ପ୍ରଥମେ ଚେତାବନୀ ଦିଆଯିବ, ତଥାପି ନମାନିଲେ ଗୁଳି କରି ଖସାଇଦିଆଯିବାକୁ ସେନାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ତାଇଓ୍ବାନ ସେନାର କିନମେନ ଡିଫେନ୍ସ କମାଣ୍ଡ ପକ୍ଷରୁ କୁହାଯାଇଛି।

Share Now:

Kalinga News Beuro

Next Post

କମୁଛି କରୋନା ସଂକ୍ରମଣ : ରାଜ୍ୟରେ ଦିନକ ମଧ୍ୟରେ ୨୩୨ ସଂକ୍ରମିତ ଚିହ୍ନଟ

Tue Aug 30 , 2022
ଭୁବନେଶ୍ବର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ନୂଆ ୨୩୨ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧-୧୮ ବର୍ଷ ବୟସ ମଧ୍ୟରେ ୩୮ ଜଣ ଅଛନ୍ତି। ୧୩୬ ଜଣ ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମିତ ଅଛନ୍ତି ୯୬ ଜଣ। ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳ ଜିଲ୍ଳାରୁ ଜଣେ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଭଦ୍ରକରୁ ଜଣେ, ବଲାଙ୍ଗୀରରୁ ୮ ଜଣ, ବୌଦ୍ଧରୁ […]
ରାଜ୍ୟରେ ଦିନକ ମଧ୍ୟରେ ୨୩୨ ସଂକ୍ରମିତ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial