ମଦ ପିଇ ବାପାକୁ ଗୁଳି ମାରିଦେଲା ପୁଅ

ଦେବଗଡ଼: ଗତକାଲି ଥିଲା ପହିଲି ରଜ। ଦେବଗଡ଼ ଜିଲ୍ଲା କୁଣ୍ଡେଇଗୋଳା ଥାନା ଅନ୍ତଗ;ତ ଶ୍ରୁଙ୍ଗିପାଳ ଗାଁର ବାପପୁଅ ସାଗ ହୋି ମଦ୍ୟପାଳନ କଲେ। ମଦ ପିଇ ସାରିବା ପରେ କୌଣସି କଥାକୁ ନେି ଆରମ୍ଭ ହେଲା ବାପପୁଅଙ୍କ ଭିତର ଯୁକ୍ତ୍‍ି ତର୍କ। ଆଉ ଏହି ଯୁକ୍ତିତର୍କ ବଢ଼ିବଢ଼ି ଉଗ୍ର ରୁପ ଧାରଣ କଲା। ଶେଷର ପୁଅ କେଆଧରେ ଅନ୍ଧ ହୋଇ ଘରେ ରଖିଥିବା ଏକ ଦେଶୀ ପିସ୍ତଳରେ ବାପାଳ ଉପରକୁ ଗୁଳି ଚଳାଇ ଦେଲା। ଗୁଳିଟି ଖୁବ୍‌ ନିକଟରୁ ବାପାର ବାମ ପେଟରେ ପଶି ଯିବାରୁ ଘଟଣାସ୍ଥଳରେ ହିଁ ସବୁଦିନ ପାଇଁ ଆଖିବୁଜି ଦେଲା ବାପା।
ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଶ୍ରୁଙ୍ଗିପାଳ ଗାଁର ଭାଗୀରଥୀ ମୁଣ୍ଡା(୫୧ ବର୍ଷ) ଓ ଓ ଅଜୁ ମୁଣ୍ଡା(୩୦ ବର୍ଷ)ଙ୍କ ମଧ୍ୟରେ ଗତକାଳି ମଦପିଇବା ପରେ ପାଟିତୁଣ୍ଡ ହୋଇଥିିଲା। ଅଜୁ ଅତ୍ୟଧିକ ମଦପିଇବା ପରେ ହିତାହିତ ଜ୍ଞାନ ଭୁଲି ଘରେ ଲୁଚାଇ ରଖିଥିବା ଏକ ଦେଶୀ ପିସ୍ତଲ ଆଣି ହଠାତ ବାପା ଭାଗିରଥୀଙ୍କ ଉପରକୁ ଜୁଳି ଚଳାଇ ଦେଇଥିଲା। ଘଟରାସ୍ତଳରେ ଭାଗୀରଥୀଙ୍କର ମୃତ୍ୟୁ ଘଟିଥିଲା। ବିଳମ୍ବିତ ରାତିରେଏହି ଘଟଣା ଘଟିଥିବା ବେଳେ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Share Now:

Kalinga News Beuro

Leave a Reply

Next Post

ଭାରସାମ୍ୟ ହରାଇ ଓଲଟିଲା କାର, ଜଣେ ମୃତ, ୬ ଗୁରୁତର

Fri Jun 15 , 2018
ପୁରୀ: ପୁରୀ ଜିଲ୍ଲା ପିପିଲି ଥାନା ଅନ୍ତର୍ଗତ ସାତଶଙ୍ଖ ନିଖଯରେ ଗତକାଲି ବିଳମ୍ବିତ ରାତିରେ ଏକ କାର ଭାରସାମ୍ୟ ହରାଇ ଓଳଟି ପଡ଼ିବାରୁ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୬ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ଆହତମାନଙ୍କୁ ପୁରୀ ସଦର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ରାତି ପ୍ରାୟ ୨ଟା ସମୟରେ ଅନୁଗୁଳ ଜିଲ୍ଲା ତାଳଚେର ଓ ଢ଼େଙ୍କାନାଳ ଜିଲ୍ଲା ପରଜଙ୍ଗ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial