୩୧ରୁ ପଲ୍‌ସ ପୋଲିଓ : ୟୁନିଟ୍‌-୪ରେ ହେବ ଉଦ୍‌ଘାଟନ

୩୧ରୁ ପଲ୍‌ସ ପୋଲିଓ

ଭୁବନେଶ୍ବର : କରୋନା ଟିକାକରଣ ପାଇଁ ଅସ୍ଥାୟୀ ଭାବେ ବନ୍ଦ ରହିଥିବା ପଲ୍‌ସ ପୋଲିଓ କାର୍ଯ୍ୟକ୍ରମ ଆସନ୍ତା ୩୧ ତାରିଖରେ ଆରମ୍ଭ ହେବ। ଜ‌ାନୁଆରି ୩୧ ତାରିଖରୁ ଆରମ୍ଭ ହୋଇ ଫେବ୍ରୁଆରି ୨ ତାରିଖ ପର୍ଯ୍ୟନ୍ତ ଚାଲିବ। ଜନ୍ମରୁ ୫ବର୍ଷ ପର୍ଯ୍ୟନ୍ତ ଶିଶୁଙ୍କ ପୋଲିଓ ବୁନ୍ଦା ଦିଆଯିବ। ୟୁନିଟ୍‌-୪ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମର ଉଦ୍‌ଘାଟନ କରାଯିବ ବୋଲି ଜଣାପଡ଼ିଛି। ଏଥିରେ ସ୍ବାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। କୋଭିଡ ପ୍ରୋଟୋକଲ ଅନୁଯାୟୀ ପଲ୍‌ସ ପୋଲିଓ କାର୍ଯ୍ୟକ୍ରମ କରିବା ଲାଗି କୁହାଯାଇଛି। ଚଳିତମାସ ୧୬ତାରିଖରେ ୩ଦିନ ଲାଗି ପୋଲିଓ କାର୍ଯ୍ୟକ୍ରମ ପାଇଁ ତାରିଖ ଧାର୍ଯ୍ୟ ହୋଇଥିଲା। ମାତ୍ର କରୋନା ଟିକାକରଣ ପାଇଁ ଏହାକୁ ୩୧ତାରିଖକୁ ଘୁଞ୍ଚାଇ ଦିଆଯାଇଥିଲା।

Share Now:

Kalinga News Beuro

Next Post

ଘର କରିବା ମହଙ୍ଗା ପଡ଼ିବ : ରାସ୍ତା, ଡ୍ରେନ୍‌ ପାଇଁ ଲୋକେ ଟଙ୍କା ଦେବେ

Sat Jan 30 , 2021
ସିଆଇଡିଏଫ୍‌ରେ ମନ ବୁଝିଲାନି, ଲାଗୁ କଲେ ଇଆଇଡିପି ଭୁବନେଶ୍ବର : ଲୋକ ଘର କରିଛନ୍ତି, କିନ୍ତୁ ଘରକୁ ଭଲ ରାସ୍ତା ନାହିଁ, ଡ୍ରେନ୍ ନାହିଁ, ସ୍ବେରେଜ୍‌ ଲାଇନ୍ ନାହିଁ, ଷ୍ଟ୍ରିଟ ଲାଇଟ୍‌ ନାହିଁ। ଯେଉଁଠି ରାସ୍ତା ଅଛି ତାହା ଖାଲଖମାରେ ଭର୍ତ୍ତି ହୋଇଛି। ଡ୍ରେନ୍‌ ନଥିବାରୁ ଘରେ ପାଣି ପଶୁଛି। ବାରମ୍ବାର ଅଭିଯୋଗ କଲେ ବି ସମସ୍ୟାର ସମାଧାନ ହେଉନି। ସହରାଞ୍ଚଳବାସୀଙ୍କର ଏହି ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାର […]
ଘର କରିବା ମହଙ୍ଗା ପଡ଼ିବ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial