ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଉତ୍ତେଜନା

ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଉତ୍ତେଜନା

ଭଦ୍ରକ: ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟ ପରିସରରେ ଛାତ୍ରଛାତ୍ରୀଙ୍କ ଉତ୍ତେଜନା ଦେଖା ଦେଇଛି। ଯୁକ୍ତତିନ ଦ୍ୱିତୀୟ ବର୍ଷର ସମସ୍ତ ବିଭାଗର ଅଧିକାଂଶ ଛାତ୍ରଛାତ୍ରୀମାନଙ୍କ ସେକେଣ୍ଡ ସେମିଷ୍ଟାର ପରୀକ୍ଷାରେ ବ୍ୟାକ ଲାଗିଥିବା ନେଇ ଉ‌‌ତ୍ତେଜନା ଲାଗିରହିଛି। କଲେଜ ମୁଖ୍ୟ ଫାଟକ ତାଲା ପକାଇ ବିକ୍ଷୋଭ କରୁଛନ୍ତି ଛାତ୍ରଛାତ୍ରୀ। କରୋନା ସମୟରେ ସେକେଣ୍ଡ ସେମିଷ୍ଟାର ପରୀକ୍ଷା ହୋଇ ନଥିବା ବେଳେ କିପରି ବ୍ୟାକ ଲାଗିଲା ତାହାକୁ କେନ୍ଦ୍ର କରି ଅଶାନ୍ତି ଦେଖା ଦେଇଛି। ଗତକାଲି ସେକେଣ୍ଡ ସେମିଷ୍ଟାର ପରୀକ୍ଷାର ରେଜଲ୍ଟ ବାହାରିଥିବା ବେଳେ ଅଧିକାଂଶ ଛାତ୍ରଛାତ୍ରୀମାନଙ୍କର ବ୍ୟାକ ରହିଥିଲା ତାକୁ ନେଇ ଉତ୍ତେଜନା ଦେଖାଦେଇଛି। ଛାତ୍ରଛାତ୍ରୀମାନଙ୍କ ଅଭିଯୋଗ ଯାହାର ପ୍ରଥମ ସେମିଷ୍ଟାର ବ୍ୟାକ ଥିଲା ତାଙ୍କର ସେକେଣ୍ଡ ସେମିଷ୍ଟାର ବ୍ୟାକ କରାଯାଇଛି। ତେବେ ଅଧ୍ୟକ୍ଷ କହିଛନ୍ତି ସରକାର ନିୟମାନୁସାରେ ସମସ୍ତ କାର୍ଯ୍ୟ କରାଯାଇଛି। ତେବେ ଛାତ୍ର ଅଶାନ୍ତି ଦେଖି ପଦକ୍ଷେପ ନିଆଯିବ।

Share Now:

Kalinga News Beuro

Next Post

ରାଜନୈତିକ ମୋଡ଼ ନେଉଛି ନୂଆପଲ୍ଲୀ ସଂଘବଦ୍ଧ ଆକ୍ରମଣ ଘଟଣା : ଜେଲ୍‌ ଗଲେ ୧୭ ଅଭିଯୁକ୍ତ, ୨୦ରୁ ଅଧିକ ଫେରାର

Thu Mar 18 , 2021
ଭୁବନେଶ୍ବର : ନୂଆପଲ୍ଲୀରେ ୫୦ରୁ ଅଧିକ ଯୁବକ ନୂଆପଲ୍ଲୀ ଆଇଆରସି ଭିଲେଜ୍‌ ପ୍ଲଟ ନମ୍ବର ଏନ୍‌୩/୨୧୧ରେ ଭଡ଼ାରେ ରହୁଥିବା ପ୍ରଣବ ରାୟଙ୍କ ଘରେ ପଶି ସଂଘବଦ୍ଧ ଆକ୍ରମଣ କରିବା ଏବଂ ଆସବାବପତ୍ର ଭାଙ୍ଗିବା ଘଟଣାରେ ବୁଧବାର ପୁଲିସ ୧୭ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏମାନଙ୍କ ମଧ୍ୟରେ ଜ‌ଣେ ହାବିଲଦାର, ଜଣେ ଓକିଲ, ଚିଟ୍‌ଫଣ୍ଡ ଠକ, ଘର ମାଲିକ ବିଜୟ ନାୟକ ଓ ତାଙ୍କ ପତ୍ନୀ ସଂଯୁକ୍ତା […]
ନୂଆପଲ୍ଲୀ ସଂଘବଦ୍ଧ ଆକ୍ରମଣ ଘଟଣା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial