ଅନଲକ ୪ : ହଟିଲା ନାଇଟ୍ କର୍ଫ୍ୟୁ, ଲକ୍‌ଡାଉନ୍, ସଟ୍‌ଡାଉନ୍

ସବୁ ଶନିବାର ସରକାରୀ ଅଫିସ୍‌ ଛୁଟି

ସବୁ ଶନିବାର ସରକାରୀ ଅଫିସ୍‌ ଛୁଟି

ଭୁବନେଶ୍ୱର : ରାଜ୍ୟ ସରକାର ସେପ୍ଟେମ୍ବର ପହିଲାରୁ ୩୦ ତାରିଖ ପର୍ଯ୍ୟନ୍ତ କରୋନା କଟକଣା ସଂକ୍ରାନ୍ତ ବିଜ୍ଞପ୍ତି ଗତକାଲି ଜାରି କରିଛନ୍ତି। ସ୍ବତନ୍ତ୍ର ରିଲିଫ୍ କମିସନରଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି, ଆସନ୍ତାମାସରେ ଲକ୍‌ଡାଉନ୍ କେବଳ ଅବରୋଧ ଅଞ୍ଚଳ ଭିତରେ ହିଁ ସୀମିତ ରହିବ। ପୂର୍ବଭଳି ଜିଲ୍ଲାପାଳ, ପୌର କମିଶନର ଏ ସଂକ୍ରାନ୍ତରେ ନିଷ୍ପତ୍ତି ନେବେ। ଏହି ଅଞ୍ଚଳ ଭିତରେ କେବଳ ଅତ୍ୟାବଶ୍ୟକ କାରବାରକୁ ଅନୁମତି ଦିଆଯିବ। ତେବେ କୌଣସି ପରିସ୍ଥିତିରେ ଅବରୋଧ ଅଞ୍ଚଳ ବ୍ୟତୀତ ଅନ୍ୟସ୍ଥାନରେ ଲକ୍‌ଡାଉନ୍ ବା ସଟ୍‌ ଡାଉନ୍ କରାଯାଇପାରିବ ନାହିଁ। ଅତି ଗୁରୁତର ସ୍ଥିତିରେ ଏ ସଂକ୍ରାନ୍ତରେକେନ୍ଦ୍ର ସରକାରଙ୍କ ଅନୁମତି ଆଣିବାକୁ ହେବ। ବିଜ୍ଞପ୍ତିରେ କୁହାଯାଇଛି ଯେ ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଧାର୍ମିକ ଅନୁଷ୍ଠାନ ଗୁଡିକ ବନ୍ଦ ରହିବ। ସୁଇମିଂ ପୁଲ୍, ପାର୍କ, ସିନେମା ହଲ, ଆମୋଦ ପ୍ରମୋଦ ଉଦ୍ୟାନ, ଥିଏଟର, ସମ୍ମେଳନ କକ୍ଷ, ରାଜନୈତିକ ସଭା,ଶିକ୍ଷା ସମାବେଶ, ସାଂସ୍କୃତିକ କାର୍ଯ୍ୟକ୍ରମ ଆଦିକୁ ଅନୁମତି ନାହିଁ। ତେବେ ମୁକ୍ତାକାଶ ଥିଏଟରକୁ ସେପ୍ଟେମ୍ବର ୨୧ ତାରିଖ ପରେ ଅନୁମତି ପ୍ରଦାନ କରାଯିବ। ସେହିଭଳି ପୂଜାଛୁଟି ଯାଏ ସ୍କୁଲ, କଲେଜ, ଅଙ୍ଗନବାଡି କେନ୍ଦ୍ର,କୋଚିଂ ସେଣ୍ଟର ଆଦି ବନ୍ଦ ରହିବ। ସେହିଭଳି ପରୀକ୍ଷା ଏବଂ ମୂଲ୍ୟାୟନ କରାଯାଇପାରିବ। ସେପ୍ଟେମ୍ବର ୨୧ ତାରିଖ ପରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଉଚ୍ଚଶିକ୍ଷା ବିଭାଗର ୫୦ ପ୍ରତିଶତ ଶିକ୍ଷକ ଓ ଅଣଶିକ୍ଷକଙ୍କୁ କେବଳ ଅନ୍‌ଲାଇନ୍ ପାଠପଢା଼ ପାଇଁ ଅନୁମତି ମିଳିବ।
କୋଭିଡ୍ କଟକଣା କ୍ଷେତ୍ରରେ ପୂର୍ବରୁ ଜାରି ହୋଇଥିବା ନିର୍ଦ୍ଦେଶ ଅନୁଯାୟୀ ସରକାରୀ ଅଫିସ, ବେସରକାରୀ କାର୍ଯ୍ୟାଳୟ ଆଦି ଚାଲିବ। ଏହାର ଉଲ୍ଲଂଘନ ହେଲେ ସଂସ୍ଥାର ମୁଖ୍ୟଙ୍କ ବିରୋଧରେ ୨୦୦୫ ବିପର୍ଯ୍ୟୟ ପରିଚାଳନା ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଦୋକାନ ବଜାର, ବ୍ୟାବସାୟିକ ପ୍ରତିଷ୍ଠାନ, ଶିଳ୍ପାନୁଷ୍ଠାନ,ବାଣିଜ୍ୟିକ ପ୍ରତିଷ୍ଠାନ ଗୁଡିକ ଖୋଲାରହିବ। କିନ୍ତୁ ସେମାନେ ସାମାଜିକ ଦୂରତା ପାଳନ କରିବେ ଓ ନିୟମିତ ବିଶୋଧନ କରିବେ। ଏହାବ୍ୟତୀତ କର୍ମଚାରୀଙ୍କ ହାତ ଧୋଇବା ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା କରିବେ। ଅଫିସରେ ଯେଭଳି ଅଧିକ ସଂଖ୍ୟକ କର୍ମଚାରୀ ନ ହେବେ, ତାହାର ଅଡିଟ୍ କରାଯିବ। ସେଲୁନ୍, ସ୍ପା, ବ୍ୟୁଟି ପାର୍ଲର, ଭଣ୍ଡାରୀ ଦୋକାନ ସବୁ ପ୍ରକାର କୋଭିଡ୍ ନିୟମ ପାଳନ କରି ଦୋକାନ ଖୋଲିବେ। ୬୫ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି ବା ୧୦ବର୍ଷରୁ କମ୍ ବୟସର ପିଲା, ଗର୍ଭବତୀ ମହିଳା, ଏକାଧିକ ରୋଗରେ ପୀଡିତ ବ୍ୟକ୍ତି ବାହାରକୁ ବାହାରିପାରିବେ ନାହିଁ। ଏହାସହିତ ପୂର୍ବରୁ ଜାରି ରହିଥିବା କରୋନା କଟକଣା ମଧ୍ୟ ବଳବତ୍ତର ରହିବ ବୋଲି ସୂଚନା ମିଳିଛି।
ସବୁ ଶନିବାର ସରକାରୀ ଅଫିସ୍‌ ଛୁଟି
ସେପ୍ଟେମ୍ବର ମାସରେ ପ୍ରତ୍ୟେକ ଶନିବାର ସରକାରୀ ଅଫିସ୍‌ ଛୁଟି ରହିବ। ବାକି ଦିନରେ ଭୁବନେଶ୍ବର ଓ କଟକରେ ସମସ୍ତ ଅଫିସ୍‌ ଖୋଲା ରହିବ। ହେଲେ ୫୦% କର୍ମଚାରୀଙ୍କୁ ନେଇ କାମ ହେବ। ଗୃପ‌ ଏ ଅଧିକାରୀମାନେ ଅଫିସ‌ ଆସିବା ସହ କେଉଁ ୫୦% କର୍ମଚାରୀ କେବେ ଆସିବେ ତାହା ଜଣାଇବେ। ଏହାବାଦ‌ ଏସ‌ଆରସି ଅଫିସ, ଓସ‌ଡମା, ପୁଲିସ, ଅଗ୍ନିଶମ ବିଭାଗ, ସ୍ବାସ୍ଥ୍ୟ ବିଭାଗ, ପୌରସଂସ୍ଥା ଆଦି ସମସ୍ତ କର୍ମଚାରୀଙ୍କୁ ନେଇ କାର୍ଯ୍ୟ କରିବ।

Share Now:

Kalinga News Beuro

Next Post

ପୁଣି ଲଦାଖରେ ଭାରତ-ଚୀନ୍‌ ସେନା ଧସ୍ତାଧସ୍ତି: ପାଙ୍ଗଙ୍ଗ ସୋରେ ସ୍ଥିତାବସ୍ଥା ବଦଳାଇବାକୁ ଚୀନ୍‌ ସେନାର ଉଦ୍ୟମ

Tue Sep 1 , 2020
ଅଗଷ୍ଟ ୨୯ ରାତିରେ କ’ଣ ଘଟିଥିଲା ? ନୂଆଦିଲ୍ଲୀ: ପୂର୍ବ ଲଦାଖର ଗଲୱାନ୍‌ ଉପତ୍ୟକାରେ ଦୀର୍ଘ ଚାରିମାସ ତଳେ ଭାରତୀୟ ଯବାନ ଏବଂ ଚୀନ ସେନା ମଧ୍ୟରେ ସୃଷ୍ଟ ମୁହାଁମୁହିଁ ସ୍ଥିତିର କରା​ଳ ରୂପ ଅଢ଼େଇ ମାସ ତଳେ ଜୁନ୍‌ ୧୫ ତାରିଖ ରାତିରେ ରକ୍ତାକ୍ତ ସଂଘର୍ଷର ରୂପ ନେଇଥିଲା। ଏଥି ଯୋଗୁଁ ସୀମାରେ ଦେଖାଦେଇଥିବା ଉତ୍ତେଜନାର ହ୍ରାସ ପାଇଁ ଦୁଇ ଦେଶ ମଧ୍ୟରେ ବିଭିନ୍ନ ସ୍ତରୀୟ ଦ୍ବିପାକ୍ଷିକ ଆଲୋଚନା […]
ଲଦାଖରେ ଭାରତ-ଚୀନ୍‌ ସେନା ପୁଣି ଧସ୍ତାଧସ୍ତି

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial