ଗୋବରୀରେ ଯୁବକଙ୍କୁ ଟାଣିନେଲା କୁମ୍ଭୀର

ଗୋବରୀରେ ଯୁବକଙ୍କୁ ଟାଣିନେଲା କୁମ୍ଭୀର

କେନ୍ଦ୍ରାପଡ଼ା : ଗୋବରୀ ନଈରେ ଗାଧୋଉଥିବା ବେଳେ ଜଣେ ଯୁବକଙ୍କୁ କୁମ୍ଭୀର ଟାଣି ନେଇଛି। ଆଜି ଏଭଳି ଏକ ଅଭାବନୀୟ ଘଟଣା ପଟ୍ଟାମୁଣ୍ତାଇ ବ୍ଲକ୍‌ ଡିହାପଡ଼ା ପଞ୍ଚାୟତ କୁପୁଣୀ ପୋଲ ତଳେ ଦେଖିବାକୁ ମିଳିଛି। ନିଖୋଜ ଯୁବକ ଜଣକ ହେଉଛନ୍ତି କୁପୁଣି ଗାଁର ନିତ୍ୟାନନ୍ଦ ସେନାପତିଙ୍କ ପୁଅ ଶିବାନନ୍ଦ ସେନାପତି(୩୦)। ସୂଚନାନୁଯାୟୀ, ନିଖୋଜ ଶିବଶଙ୍କର ଗୁଜୁରାଟରେ ରହି କାମ କରୁଥିଲେ। ଲକଡାଉନ୍‌ ଯୋଗୁ ସେ ଘରକୁ ପଳାଇ ଆସିଥିଲେ। ଆଜି ଦିନ ପ୍ରାୟ ୧ଟା ବେଳେ ସେ ନଈକୁ ଗାଧେଇବାକୁ ଯାଉଥିଲେ। ସେ ଜେନାସାହି ପଟରେ ଗାଧୋଉଥିବା ବେଳେ ଅପରପାର୍ଶ୍ବ କୁପୁଣି ଘାଟରେ ବି କିଛି ଲୋକ ଗାଧୋଉଥିଲେ। ଏଭଳି ସ୍ଥିତିରେ ଶିବଶଙ୍କର ଜେନାସାହି ପଟୁ ପହଁରି କୁପୁଣି ଘାଟ ପଟକୁ ଚାଲି ଆସିଥିଲେ। ଏହାପରେ ପୁଣି ସେପଟକୁ ପହଁରି ଯାଉଥିବାବେଳେ ମଝି ନଈରେ ହଠାତ‌ ବୁଡ଼ି ଯାଇଥିଲେ। ଗାଧୋଉଥିବା ଅନ୍ୟ ଲୋକମାନେ ଏହା ଦେଖିବା ପରେ ଏକ ହୁଲି ଡଙ୍ଗାରେ ଯାଇ ଶିବାନନ୍ଦଙ୍କୁ ଖୋଜାଖୋଜି କରିଥିଲେ। ହେଲେ ସେଠାରେ ଏକ କୁମ୍ଭୀର ଭାସୁଥିବା ଦେଖିବାକୁ ପାଇଥିଲେ। ଶିବଶଙ୍କରଙ୍କ କୌଣସି ପତ୍ତା ମିଳିନବାରୁ କେନ୍ଦ୍ରାପଡ଼ା ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ସନ୍ଧ୍ୟା ଯାଏ ଖୋଜାଖୋଜି କରିଥିଲେ ହେଁ, ନିଖୋଜ ଶିବାନନ୍ଦଙ୍କ କୌଣସି ପତ୍ତା ମିଳିନାହିଁ। କେନ୍ଦ୍ରାପଡ଼ା ଅଗ୍ନିଶମ ଅଧିକାରୀ ବୀରଭଦ୍ର ଟୁଡୁ କହିଛନ୍ତି ଯେ ଖୋଜିଲା ବେଳେ ସେଠାରେ ଏକ କୁମ୍ଭୀର ଭାସୁଥିବା ବିଭାଗର କର୍ମଚାରୀ ଦେଖିଛନ୍ତି। କିନ୍ତୁ ତାଙ୍କୁ କୁମ୍ଭୀର ଟାଣି ନେଇଛି କି’ ସେ ବୁଡ଼ି ଯାଇଛନ୍ତି, ତାହା କହିହେବ ନାହିଁ।

Share Now:

Kalinga News Beuro

Next Post

ସତ୍ୟନଗର ଶ୍ମଶାନ ବିବାଦ ଘନେଇଲା : କରୋନା ଆକ୍ରାନ୍ତଙ୍କୁ ଏଠାରେ ନ ପୋଡ଼ିବାକୁ ମାନବାଧିକାର କମିସନଙ୍କ ନିକଟରେ ଦାବି କଲେ ସ୍ଥାନୀୟ ବାସିନ୍ଦା

Tue Oct 13 , 2020
ସ୍ୱର୍ଗଦ୍ୱାରରେ ବାରଣ ପାଇଁ ସତ୍ୟନଗର ଚାପ ବଢ଼ିଛି: ବିଏମ୍‌ସି କମିସନର ଭୁବନେଶ୍ୱର : ସତ୍ୟନଗର ଶ୍ମଶାନରେ ପ୍ରାୟ ୨ହଜାର କରୋନା ଆକ୍ରାନ୍ତ ଓ ସନ୍ଦିଗ୍ଧଙ୍କର ଶବ ଦାହ ହୋଇସାରିଲାଣି। ଏପ୍ରିଲ-ମେ’ ମାସରୁ ଲଗାତାର ଏଠାରେ କରୋନା ଆକ୍ରାନ୍ତଙ୍କ ଶବଦାହ ହେଉଛି। ଆରମ୍ଭରୁ ଦିନକୁ ୨ରୁ ୩ଜଣ କରୋନା ଆକ୍ରାନ୍ତଙ୍କ ଶବଦାହ ହେଉଥିବା ବେଳେ ଏବେ ଏହା ୩୦ରୁ ୪୦ଜଣରେ ପହଞ୍ଚିଲାଣି। କେବଳ ସତ୍ୟନଗର ଶ୍ମଶାନରେ ରାଜ୍ୟର ପ୍ରାୟ ୮୦% କରୋନା […]
ସତ୍ୟନଗର ଶ୍ମଶାନ ବିବାଦ ଘନେଇଲା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial