ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ କମଳା ପୁଜାରୀଙ୍କୁ କଟକ ସ୍ଥାନାନ୍ତର

ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ କମଳା ପୁଜାରୀ

କୋରାପୁଟ : ପଦ୍ମଶ୍ରୀ କମଳା ପୁଜାରୀଙ୍କୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି। ଅଧିକ ଚିକିତ୍ସା ଆବଶ୍ୟକ ପଡୁଥିବାରୁ ଜିଲ୍ଲା ମୁଖ୍ୟ ଚିିତ୍ସାଳୟ ଡାକ୍ତରୀ ଟିମ୍ ଓ ଜିଲ୍ଲା ପ୍ରଶାସନର ନିଷ୍ପତ୍ତି କ୍ରମେ ଏହି ପଦକ୍ଷେପ ନିଆଯାଇଥିବା ଡାକ୍ତର ସୂଚନା ଦେଇଛନ୍ତି। ଗତ କିଛିଦିନ ପୂର୍ବେ କମଳା ପୂଜାରୀଙ୍କୁ ଜ୍ଵର ଝାଡା ହେବା ସହିତ ଦୁର୍ବଳ ଅନୁଭବ ହେବାରୁ ତାଙ୍କୁ ଡାକ୍ତର ଖାନରେ ଭର୍ତି କରା ଯାଇଥିଲା। ତେବେ ଚିକିତ୍ସା ପରେ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥାରେ ଉନ୍ନତି ପରିଲକ୍ଷିତ ହୋଇଥିଲା ଏବଂ ପତଳା ଝାଡା ଓ ଜ୍ଵର କମିଯାଇଥିଲା। କୋରାପଟ ଜିଲ୍ଲା ପ୍ରଶାସନ ପକ୍ଷରୁ ଜୟପୁର ଉପଜିଲ୍ଲପାଳ ବେଦବର ପ୍ରଧାନ ମଧ୍ୟ ଚିକିତ୍ସାଲୟକୁ ଯାଇ କମଳାଙ୍କ ସ୍ବାସ୍ଥ୍ୟ ଅବସ୍ଥା ପଚାରି ବୁଝିଥିଲେ। ସେ ସବୁ ସମସ୍ୟାରୁ ଉପଶମ ମିଳିଥିଲେ ବି ତାଙ୍କ ୟୁରିଆ କ୍ରିୟଟିନ ଅଧିକ ରହୁଥିବା ଯୋଗୁଁ ତାର ପରୀକ୍ଷା ଓ ସ୍ବତନ୍ତ୍ର ଚିକିତ୍ସା ପାଇଁ ତାଙ୍କୁ କଟକ ଏସ୍‌ସିବିକୁ ସ୍ଥାନାନ୍ତର କରଯାଇଥିବା ଡାକ୍ତର ସୂଚନା ଦେଇଛନ୍ତି। ତେବେ ବିଗତ ଦିନରେ ତାଙ୍କ କିଡନୀରେ ସମସ୍ୟା ଦେଖାଯାଇଥିବା ବେଳେ କୋରାପୁଟସ୍ଥିତ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲା।

Share Now:

Kalinga News Beuro

Next Post

ଅପରାଧିରୁ ନିମିକି ବ୍ୟବସାୟୀ-ବାଙ୍କା

Wed Aug 24 , 2022
ମିଟୁ ପତ୍ନୀ ଓ ପୁଅ ବଦଳାଇ ଦେଲେ ପେସା କଟକ: ଯେଉଁ ହାତରେ ଦିନେ ବୋମା, ବନ୍ଧୁକ ଧରୁଥିଲେ ଆଜି ସେହି ହାତରେ ନିମିକି ଛାଣୁଛନ୍ତି ବାଙ୍କା ମିଟୁ। ଗୋଟିଏ ସମୟରେ ଅପରାଧ ଦୁନିଆରେ ସକ୍ରିୟ ବାଙ୍କା ମିଟୁ ଏବେ ପତ୍ନୀ ଓ ପୁଅ ପାଇଁ ଅପରାଧ ଦୁନିଆ ଛାଡ଼ି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇଛନ୍ତି। କଟକ ସହରର ବିଭିନ୍ନ ଅଞ୍ଚଳରେ ଥିବା ଦୋକାନରେ ସେ ଏବେ ନିମିକି […]
ବାଙ୍କା ମିଟୁ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial