୮ ଜୁଲାଇ ଯାଏ ଓଡ଼ିଶା ହାଇକୋର୍ଟ ଓ ଏହାର ସମସ୍ତ କାର୍ଯ୍ୟାଳୟ ବନ୍ଦ

କଟକ: ଆସନ୍ତାକାଲିଠୁ ଜୁଲାଇ ୮ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ହାଇକୋର୍ଟ ଏବଂ ଏହାର ସମସ୍ତ କାର୍ଯ୍ୟାଳୟ ବନ୍ଦ ରହିବ। ହାଇକୋର୍ଟ ରେଜିଷ୍ଟ୍ରାରଙ୍କ ପକ୍ଷରୁ ଏ ନେଇ ବିଧିବଦ୍ଧ ଭାବେ ନିର୍ଦ୍ଦେଶ ଜାରି କରାଯାଇଛି। କଟକ ସହର ସଟ୍‌ଡାଉନ୍‌କୁ ଦୃଷ୍ଟିରେ ରଖି ହାଇକୋର୍ଟ ବନ୍ଦ ନେଇ ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି। ଯେଉଁସବୁ ଶୁଣାଣି ୬ ତାରିଖରୁ ୮ ତାରିଖ ପର୍ଯ୍ୟନ୍ତ ହେବାକୁ ଥିଲା ତାହା ହେବନାହିଁ। ୬ ତାରିଖରେ ହେବାକୁ ଥିବା ବେଞ୍ଚ୍‌ ଶୁଣାଣି ଆସନ୍ତା ୯ ତାରିଖରେ ବସିବ। କଟକ ସହରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି। ଏହାକୁ ଦୃଷ୍ଟିରେ ରଖି କଟକ ସହରକୁ ଜୁଲାଇ ୮ ତାରିଖ ମଧ୍ୟରାତ୍ର ଯାଏ ସଟ୍‌ଡାଉନ୍ କରାଯାଇଛି।

Share Now:

Kalinga News Beuro

Next Post

ଖୋଲିବନି କୋଣାର୍କ, ଅନ୍ୟ ଐତିହ୍ୟ ଖୋଲିବା ନିଷ୍ପତ୍ତି ନେବେ ରାଜ୍ୟ ସରକାର

Sun Jul 5 , 2020
ଭୁବନେଶ୍ବର : ଜୁଲାଇ ୬ ତାରିଖରୁ ଐତିହ୍ୟ କୀର୍ତ୍ତିରାଜି ସ୍ଥଳ ଖୋଲିବାକୁ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ ମନ୍ତ୍ରୀ ପ୍ରହଲ୍ଲାଦ ସିଂହ ପଟେଲ ଘୋଷଣା କରିବା ପରେ ଭୁବନେଶ୍ବର ଏଏସ୍‌ଆଇ ସର୍କଲ ମୁଖ୍ୟ ଅରୁଣ ମଲ୍ଲିକ ରାଜ୍ୟ ସରକାରଙ୍କୁ ଚିଠି ଲେଖିଛନ୍ତି। ରାଜ୍ୟରେ ଏଏସ୍‌ଆଇର ଭୁବନେଶ୍ବର, କଟକ ଓ ଢେଙ୍କାନାଳ ସବ-ସର୍କଲ୍‌ରେ ଥିବା ୩୧ଟି କୀର୍ତ୍ତିରାଜି ସ୍ଥଳ ଖୋଲିବାକୁ ସବୁ ପ୍ରକାର ପ୍ରସ୍ତୁତି କରିଥିବା ଏଏସ୍‌ଆଇ ଜଣାଇଛି। ତେବେ […]

ଆହୁରି ପଢ଼ନ୍ତୁ

Most Read

Social media & sharing icons powered by UltimatelySocial