ସତ୍ୟବାଦୀରେ ୫ଟି ସଚିବଙ୍କୁ କାଳିମାଡ଼

ସତ୍ୟବାଦୀରେ ୫ଟି ସଚିବଙ୍କୁ କାଳିମାଡ଼

ସାକ୍ଷୀଗୋପାଳ: ପୁରୀ ଜିଲ୍ଲା ସତ୍ୟବାଦୀରେ ୫ଟି ସଚିବ ଭି କାର୍ତ୍ତିକେୟନ ପାଣ୍ଡିଆନଙ୍କୁ କାଳିମାଡ଼ ହୋଇଥିବାର ଖବର ମିଳିଛି। କେବଳ ୫ଟି ସଚିବ ନୁହେଁ, ପୁରୀ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଉପରେ ମଧ୍ୟ କାଳିମାଡ଼ ହୋଇଛି। ସତ୍ୟବାଦୀ ୟୁଜିଏସ କଲେଜ ପରିସରରେ ୫ଟି ସଚିବ ଭି କେ ପାଣ୍ଡିଆନଙ୍କୁ କାଳିମାଡ଼ ହୋଇଛି। ୟୁଜିଏସ କଲେଜ କାର୍ଯ୍ୟକ୍ରମକୁ ଯାଉଥିବା ବେଳେ ସଚିବଙ୍କ ଉପରେ କାଳିମାଡ଼ ହୋଇଛି। କାଳିମାଡ଼ କରିଥିବା ବ୍ୟକ୍ତିଙ୍କୁ ପୁଲିସ ଉଠାଇ ନେଇଛି। କାଳିମାଡ଼ କରିଥିବା ବ୍ୟକ୍ତି କଣାସ ଅଞ୍ଚଳର ଭାସ୍କର ସାହୁ ବୋଲି ଜଣାଯାଇଛି। ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ୫ଟି ସଚିବ ଭି.କେ.ପାଣ୍ଡିଆନ ୨ ଦିନିଆ ପୁରୀ ଗସ୍ତରେ ଯାଇଥିଲେ। କିନ୍ତୁ ସତ୍ୟବାଦୀରେ ତାଙ୍କ ଉପରକୁ କାଳିମାଡ଼ ହୋଇଥିଲା। ଏହା ପୂର୍ବରୁ ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ ଶ୍ରୀ ପାଣ୍ଡିଆନ୍‌ଙ୍କ ଗସ୍ତକୁ ନେଇ ବିରୋଧ ପ୍ରଦର୍ଶନ କରାଯାଇଛି। କଳାପତାକା ଦେଖାଯିବା ସହିତ ଅଣ୍ଡାମାଡ଼ ହୋଇଛି।

Share Now:

Kalinga News Beuro

Next Post

ହଜାରେ କୋଟିର କ୍ରିପ୍ଟୋ ଠକେଇ : ଡେଭିଡ ଗେଜଙ୍କ ବିରୋଧରେ ଲୁକ ଆଉଟ ସରକୁରାଲ ଜାରି

Sat Aug 19 , 2023
ଭୁବନେଶ୍ୱର: କ୍ରିପ୍ଟୋ ପୁଞ୍ଜି ନିବେଶ ନାଁରେ ହଜାର କୋଟିରୁ ଉର୍ଦ୍ଧ୍ଵ ଠକେଇ ମାମଲାରେ ସଂସ୍ଥାର ଅନ୍ତର୍ଜାତୀୟ ମୁଖ୍ୟ ଡେଭିଡ ଗେଜଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ। ତାଙ୍କ ବିରୋଧରେ ଲୁକ ଆଉଟ ସରକୁରାଲ ଜାରି ହୋଇଛି। ଡେଭିଡ ବିରୋଧରେ ଲୁକ ଆଉଟ ସରକୁରାଲ ଜାରି କରିଛି ବ୍ୟୁରୋ ଅଫ ଇମିଗ୍ରେସନ। ଓଡ଼ିଶା କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲୁ) ପୂର୍ବରୁ ଲୁକ ଆଉଟ ସରକୁରାଲ ଜାରି କରିବାକୁ ଅନୁରୋଧ କରିଥିଲା। ଏସଟିଏ ଟୋକେନ୍ ସଂସ୍ଥା […]
ହଜାରେ କୋଟିର କ୍ରିପ୍ଟୋ ଠକେଇ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial