ଭଞ୍ଜସେନାଦ୍ୱାରା ୯ଘଣ୍ଟିଆ ମୟୂରଭଞ୍ଜ ବନ୍ଦ ଆରମ୍ଭ

ଭଞ୍ଜସେନାଦ୍ୱାରା ୯ଘଣ୍ଟିଆ ମୟୂରଭଞ୍ଜ ବନ୍ଦ ଆରମ୍ଭ

ବାରିପଦା: ମୟୂରଭଞ୍ଜ ଜିଲ୍ଲା ଅନ୍ତର୍ଗତ ଶିମିିଳିପାଳ ଅରଣ୍ୟରେ ଜଳୁଥିବା ନିଆଁ ଲିଭାଇବା ଏବଂ ଅରଣ୍ୟର ସୁରକ୍ଷା ଦାୟିତ୍ୱ ନ୍ୟସ୍ତ ଥିବା ‘ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ’ର ଉପନିର୍ଦେଶକ ଯଜ୍ଞଦତ୍ତ ପତିଙ୍କ ସମେତ ଅନ୍ୟ ବରିଷ୍ଠ ପଦାଧିକାରୀଙ୍କ ବହିଷ୍କାର ଦାବି କରି ଆଜି ଜିଲ୍ଲାର ଅଗ୍ରଣୀ ସଙ୍ଗଠନ ‘ଭଞ୍ଜସେନା’ ପକ୍ଷରୁ ୯ଘଣ୍ଟିଆ ଆରମ୍ଭ ହୋଇଛି। ଜିଲ୍ଲାବ୍ୟାପୀ ଚାଲିଥିବା ଏହି ବନ୍ଦ ସକାଳ ୬ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ‘ଭଞ୍ଜସେନା’ର ସଂସ୍ଥାପକ କଳିଙ୍ଗକେଶରୀ ଜେନାଙ୍କ ଠାରୁ ପ୍ରକାଶ। ଆଜିର ଏହି ବନ୍ଦ ଯୋଗୁଁ ଜିଲ୍ଲାର ସମସ୍ତ ଦୋକାନ ବଜାର, ଶିକ୍ଷାନୁଷ୍ଠାନ ଏବଂ ଗାଡ଼ିମଟର ଚଳାଚଳ ବନ୍ଦ ରହିବା ସହ ଜାତୀୟ ରାଜପଥର ଉଭୟ ଦିଗରେ ଅନେକ ଟ୍ରକ୍‌ ଅଟକି ରହିଛି। ବନ୍ଦଯୋଗୁଁ ଜନସାଧାରଣଙ୍କର ସ୍ୱାଭାବିକ ଜୀବନଯାପନ ପ୍ରଭାବିତ ହୋଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ଏହି ବନ୍ଦ ୧୨ ଘଣ୍ଟା ଧରି ଚାଲିବ ବୋଲି ପୂର୍ବରୁ ଘୋଷଣା କରାଯାଇଥିଲା, କିନ୍ତୁ ଆସନ୍ତାକାଲି ମହାଶିବରାତ୍ରୀ ପଡୁଥିବାରୁ ବନ୍ଦ ସମୟ ଅବଧି ୯ ଘଣ୍ଟାକୁ ହ୍ରାସ କରାଯାଇଛି। ଏହି ବନ୍ଦକୁ ‘କଂଗ୍ରେସ’, ‘ସିପିଏମ୍‌’ ଓ ‘ସିଟୁ’ ମଧ୍ୟ ସମର୍ଥନ କରୁଛି। ଏଥିସହ ‘ଭଞ୍ଜସେନା’ର ସଂସ୍ଥାପକ କଳିଙ୍ଗକେଶରୀ ଜେନା କହିଛନ୍ତି ଯେ, ବିଭାଗୀୟ କର୍ତ୍ତୃପକ୍ଷଙ୍କ ଠାରୁ ଅନୁମତି ଆଣି ପ୍ରଥମ ପର୍ଯ୍ୟାୟରେ ୨୦୦୦ରୁ ଊର୍ଦ୍ଧ୍ୱ ଯୁବଛାତ୍ର ଶିମିଳିପାଳ ଅରଣ୍ୟର ବିଭିନ୍ନ ଅଞ୍ଚଳକୁ ଯାଇ ନିଆଁ ଲିଭାଇବାକୁ ଉଦ୍ୟମ କରିବେ।

Share Now:

Kalinga News Beuro

Next Post

ହୋଲ୍‌ଡିଂ ଟ୍ୟାକ୍ସ ଓ ପ୍ରପର୍ଟି ଟ୍ୟାକ୍ସ ବୃଦ୍ଧି ପ୍ରତିବାଦରେ କଂଗ୍ରେସର ବିକ୍ଷୋଭ

Wed Mar 10 , 2021
ଭୁବନେଶ୍ୱର: ଭୁବନେଶ୍ବର ମହାନଗର ନିଗମ ସହରାଞ୍ଚଳରେ ବସବାସ କରୁଥିବା ‌ଲୋକମାନଙ୍କ ପାଇଁ ହୋଲ୍‌ଡିଂ ଟ୍ୟାକ୍ସ ଓ ପ୍ରପର୍ଟି ଟ୍ୟାକ୍ସ ବୃଦ୍ଧି ପ୍ରତିବାଦରେ ଆଜି କଂଗ୍ରେସ ଦଳ ପକ୍ଷରୁ ମାଷ୍ଟର କ୍ୟାଣ୍ଟିନ ଛକରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଭୁବନେଶ୍ୱର ମଧ୍ୟ ବିଧାନସଭା ନିର୍ବାଚନ ମଣ୍ଡଳୀର କଂଗ୍ରେସ ବିଧାୟକ ପ୍ରାର୍ଥୀ ରାଜୀବ ପଟ୍ଟନାୟକଙ୍କ ନେତୃତ୍ୱରେ କଂଗ୍ରେସ ଭବନରୁ ଏକ ରାଲି ବାହାରି ମାଷ୍ଟର କ୍ୟାଣ୍ଟିନ ଛକ ପର୍ଯ୍ୟନ୍ତ ଯାଇଥିଲା। ସେଠାରେ କଂଗ୍ରେସ କର୍ମୀ […]
ହୋଲ୍‌ଡିଂ ଟ୍ୟାକ୍ସ ଓ ପ୍ରପର୍ଟି ଟ୍ୟାକ୍ସ ବୃଦ୍ଧି ପ୍ରତିବାଦରେ କଂଗ୍ରେସର ବିକ୍ଷୋଭ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial