ତିନି ସେନାକୁ ପ୍ରସ୍ତୁତ ରହିବାକୁ କହିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

ନୂଆଦିଲ୍ଲୀ : ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଭାରତର ତିନି ସେନାକୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବିଶେଷକରି ଚୀନକୁ ଲାଗିଥିବା ପ୍ରକୃତ ନିୟନ୍ତ୍ରଣ ରେଖା ନିକଟରେ ଭାରତୀୟ ସେନାର ପ୍ରସ୍ତୁତିର ସମୀକ୍ଷା କରିବାକୁ ସେ ମିଲିଟାରି କମାଣ୍ଡରମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପାକିସ୍ତାନ ସୀମାରେ ବି ପ୍ରସ୍ତୁତ ରହିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ବୁଧବାର ଦେଇଥିବା ବୟାନର ଦିନକ ପରେ ରାଜନାଥ ଏହି ନିର୍ଦ୍ଦେଶ ଦେଇଥିବାରୁ ଏହାକୁ ଗୁରୁତ୍ବ ଦିଆଯାଉଛି। ବୁଧବାରଦିନ ଚୀନ ରାଷ୍ଟ୍ରପତି ଚୀନ ସେନାକୁ ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଥିଲେ। ବୁଧବାରଦିନ ଚୀନ ସେନାର ଅପରେସନ କମାଣ୍ଡ ସେଣ୍ଟର ପରିଦର୍ଶନ ଅବସରରେ ଜିନପିଙ୍ଗ୍ ଚୀନ ସେନାକୁ ସମ୍ବୋଧନ କରି କହିଥିଲେ ଯେ ପୃଥିବୀରେ ଏବେ ଏକ ବଡ଼ ପରିବର୍ତ୍ତନ ଆସୁଛି। ଚୀନର ରାଷ୍ଟ୍ରୀୟ ସୁରକ୍ଷା ଅସ୍ଥିରତା ଓ ଅନିଶ୍ଚିତତାର ସମ୍ମୁଖୀନ ହେଉଛି। ଏହା ଫଳରେ ଚୀନ ସାମରିକ ବାହିନୀ ଆଗରେ ବଡ଼ ଆହ୍ବାନ ଦେଖାଦେଇଛି। ଏଣୁ ଚୀନ ସେନା ନିଜକୁ ଯୁଦ୍ଧ ପାଇଁ ପ୍ରସ୍ତୁତ ରଖିବାକୁ ସବୁ ଶକ୍ତି ଖଟାଇଦେବା ଉଚିତ ଓ ଯୁଦ୍ଧ ଲଢିବା ସହିତ ଯୁଦ୍ଧ ଜିତିବାକୁ ଓ ନିଜର ମିସନ ବା ଲକ୍ଷ୍ୟ ହାସଲ କରିବାକୁ ପ୍ରସ୍ତୁତ ରହିବା ଉଚିତ। କେତେକ ବିଶେଷଜ୍ଞଙ୍କ ମତରେ ଜିନ ପିଙ୍ଗ ପୁଣି ରାଷ୍ଟ୍ରପତି ହେବା ପରେ ସେ ପୁଣି ଥରେ ଭାରତ ସହ ବିବାଦକୁ ବଢାଇବାର ସମ୍ଭାବନା ରହିଛି। ଭାରତ ମହାସାଗର ଉପରେ ନିଜର ଆଧିପତ୍ୟ ପାଇଁ ଭାରତକୁ ଲାଗିଥିବା ସୀମାରେ ବିବାଦକୁ ଜାରି ରଖି ବ୍ୟସ୍ତ ରଖିବାକୁ ଚାହୁଁଛି ଚୀନ।

Share Now:

Kalinga News Beuro

Next Post

ସହରର ବସ୍ତିବାସିନ୍ଦାମାନଙ୍କ ପାଇଁ ସୁଦିନ ଆସିଛି: ମୁଖ୍ୟମନ୍ତ୍ରୀ

Thu Nov 10 , 2022
ଭୁବନେଶ୍ୱର: ସହରର ବସ୍ତିବାସିନ୍ଦାମାନଙ୍କ ପାଇଁ ଆଜି ସୁଦିନ ଆସିଛି । ଯେଉଁମାନେ ଆମ ସହରକୁ ଗଢନ୍ତି, ଦିନରାତି ସହରର ବିକାଶ ପାଇଁ କାମ କରନ୍ତି ଓ ସେବା କରନ୍ତି, ସେମାନଙ୍କ ପାଇଁ ଭଲ ଦିନ ଆସିଛି। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ୫ଟି ମହାନଗର ନିଗମର ବସ୍ତିବାସିନ୍ଦାମାନଙ୍କ ପାଇଁ ଭୂମି ଅଧିକାର କାର୍ଯ୍ୟକ୍ରମ ଆରମ୍ଭ କରି ଏହା କହିଛନ୍ତି। ସ୍ଥାନୀୟ କିଟ୍ କନଭେନସନ ହଲରେ ଆୟୋଜିତ ଏକ ସ୍ୱତନ୍ତ୍ର […]
ସହରର ବସ୍ତିବାସିନ୍ଦାମାନଙ୍କ ପାଇଁ ସୁଦିନ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial