ଦିଲ୍ଲୀରେ ସ୍ୱାସ୍ଥ୍ୟସେବାର ଦୁର୍ବଳ ଅବସ୍ଥା : ମୃତଭଉଣୀକୁ ଓଢ଼ଣୀରେ ବାନ୍ଧି ବାଇକରେ ବସାଇ ଘରେ ପହଞ୍ଚିଲା ଭାଇ

ମୃତଭଉଣୀକୁ ଓଢ଼ଣୀରେ ବାନ୍ଧି ବାଇକରେ ବସାଇଲା ଭାଇ

ନୂଆଦିଲ୍ଲୀ: ଔରେୟା ଜିଲ୍ଲାରେ ସ୍ବାସ୍ଥ୍ୟ ସେବାର ଅବସ୍ଥା କେତେ ଯେ ଦୁର୍ବଳ ତାହାର ଉଦାହରଣ ସିଏଚସିରେ ଦେଖିବାକୁ ମିଳିଛି। ଏଠାରେ ଜଣେ ଯୁବତୀଙ୍କ ମୃତ୍ୟୁପରେ ମୃତଦେହ ନେବା ପାଇଁ ଆମ୍ବୁଲାନ୍ସର ସୁବିଧା ଥିବା ହସ୍ପିଟାଲର କୌଣସି କର୍ମଚାରୀ ମୃତକଙ୍କ ପରିବାରକୁ ଜଣାଇ ନଥିଲେ। ତେଣୁ ମୃତଯୁବତୀଙ୍କୁ ତାଙ୍କ ଭାଇ ପିଠିରେ ବାନ୍ଧି ବାଇକରେ ବସାଇ ହସ୍ପିଟାଲରୁ ଘରକୁ ନେଇଥିବାର ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ମୃତ ଯୁବତୀଙ୍କ ନାମ ଅଞ୍ଜଳି ବୟସ ୨୦ବର୍ଷ ବୋଲି ଜଣାପଡ଼ିଛି। ସୂଚନାଯୋଗ୍ୟ, ଗତମଙ୍ଗଳବାର ବାବୁରାମ ମୋହନଲାଲ ମହାବିଦ୍ୟାଳୟ ନିକଟରେ ନବୀନ ବସ୍ତି ପଶ୍ଚିମରେ ରହୁଥିବା ଅଞ୍ଜଳି ସ୍ନାନ ପାଇଁ ୱାଟରହିଟରରେ ପାଣି ଗରମ କରୁଥିଲେ। ପାଣି ଗରମ ହେବା ପରେ ୱାଟରହିଟରକୁ ବାହାର କରୁଥିବା ସମୟରେ ସେ ବିଦ୍ୟୁତ ଆଘାତର ଶିକାର ହୋଇଥିଲେ। ଏହାପରେ ତାଙ୍କୁ ପରିବାରଲୋକ ତୁରନ୍ତ ଘଟଣାସ୍ଥଳରୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରିଥିଲେ, କିନ୍ତୁ ଡାକ୍ତର ଅଞ୍ଜଳିଙ୍କୁ ମୃତଘୋଷଣା କରିଥିଲେ। ଏହାପରେ ଅଞ୍ଜଳିଙ୍କ ବ୍ୟବଚ୍ଛେଦ ପାଇଁ ଡାକ୍ତରଙ୍କୁ ପରିବାରଲୋକ ମନା କରି ଝିଅକୁ ଘରକୁ ଆଣିବା ପାଇଁ ବନ୍ଦୋବସ୍ତ କରିଥିଲେ।
ଏହି ସମୟରେ ଅଞ୍ଜଳିଙ୍କ ବାପା, ଭଉଣୀ ଓ ଭାଇ ଏତେମାତ୍ରାରେ ଭାଙ୍ଗି ପଡ଼ିଥିଲେ କି ସେମାନେ ଆମ୍ବୁଲାନ୍ସ ଯୋଗେ ମୃତଶରୀର ଯେ ନିଆଯାଇପାରିବ ସେକଥା ଚିନ୍ତା କରି ପାରି ନଥିଲେ। ଡାକ୍ତର ଅଞ୍ଜଳିଙ୍କୁ ମୃତଘୋଷଣା ପରେ କେମିତି ଝିଅକୁ ଘରକୁ ନେଇ ପଳାଇ ଆସିବେ କେବଳ ସେକଥା ଅଞ୍ଜଳିଙ୍କ ପରିବାରଲୋକଙ୍କ ଲକ୍ଷ୍ୟ ଥିଲା। ସେଥିପାଇଁ ଏକ ବାଇକ ଯୋଗେ ଅଞ୍ଜଳିକୁ ଭାଇ ଓଢ଼ଣୀ ସାହାଯ୍ୟରେ ପିଠିରେ ବାନ୍ଧିଥିଲେ, ଏହାପରେ ମୃତଭଉଣୀକୁ ମଝିରେ ବସାଇ ତା’ପରେ ବଡ଼ଭଉଣୀକୁ ବସାଇ ରାସ୍ତସାରା କାନ୍ଦିକାନ୍ଦି ଘରେ ଆସି ପହଞ୍ଚିଥିଲେ। ତେବେ ଏହି ଘଟଣାକୁ ନେଇ ହସ୍ପିଟାଲ କର୍ତ୍ତୁପକ୍ଷ କହିଛନ୍ତି, ‘ମୃତ ଅଞ୍ଜଳିଙ୍କ ପରିବାର ଆମକୁ କୌଣସି ଗାଡି ସୁବିଧା ପାଇଁ କହି ନଥିଲେ। ଆମେ ଏବିଷୟରେ ଜାଣି ଥିଲେ ନିଶ୍ଚୟ ଅଞ୍ଜଳିଙ୍କ ପରିବାରକୁ ମୃତଦେହ ନେବା ପାଇଁ ସୁବିଧା ଯୋଗାଇ ଦେଇଥାଆନ୍ତୁ।’

Share Now:

Kalinga News Beuro

Next Post

ସାମ୍ବାଦିକାଙ୍କୁ ମାଡ ମାମଲାରେ ଟୁଟୁ ନାୟକଙ୍କୁ ମିଳିଲା ଜାମିନ

Wed Nov 8 , 2023
ଭୁବନେଶ୍ୱର : ମହିଳା ସାମ୍ବାଦିକ ଦେବସ୍ମିତା ରାଉତଙ୍କୁ ମାଡ଼ ମାରିବା ଅଭିଯୋଗରେ ଗିରଫ ପ୍ରଯୋଜକ ଟୁଟୁ ଓରଫ୍ ସଞ୍ଜୟ ନାୟକଙ୍କୁ ଆଜି ଜାମିନ ମିଳିଛି। ଗତ ଶନିବାର ଜାମିନ ଆବେଦନ ଶୁଣାଣିକୁ କୋର୍ଟ ସଂରକ୍ଷିତ ରଖିଥିଲେ। ଆଉ ଆଜି ଭୁବନେଶ୍ବର ଏସଡିଜେଏମ୍ କୋର୍ଟ ଟୁଟୁଙ୍କୁ ଜାମିନ ଦେଇଛନ୍ତି। ୫୦ ହଜାର ଟଙ୍କା ଓ ଜଣେ ଜାମିନଦାରଙ୍କ ବଦଳରେ ଜାମିନ ଦିଆଯାଇଛି। ଉଲ୍ଲେଖ ଥାଉ କି ମହିଳା ସାମ୍ବାଦିକ ଦେବସ୍ମିତା ରାଉତଙ୍କୁ […]
ଟୁଟୁ ନାୟକଙ୍କୁ ମିଳିଲା ଜାମିନ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial