‘ଦ କଶ୍ମୀର ଫାଇଲ୍ସ’ ରିଲିଜ୍ ପରେ ଅଡ଼ୁଆରେ ବିଟ୍ଟା କରାଟେ : ପୁଣି ଯାଞ୍ଚ ପାଇଁ ଖୋଲିପାରେ ଅପରାଧର ପେଡ଼ି

ଅଡ଼ୁଆରେ ବିଟ୍ଟା କରାଟେ

ଜମ୍ମୁ: ଫିଲ୍ମ ‘ଦ କଶ୍ମୀର ଫାଇଲ୍ସ’ ରିଲିଜ୍ ପରେ ଅଡ଼ୁଆରେ ବିଟ୍ଟା କରାଟେ। ଫିଲ୍ମ ରିଲିଜ୍ ପରେ କଶ୍ମୀର ପଣ୍ଡିତଙ୍କୁ ନିର୍ମମ ଭାବେ ହତ୍ୟା କରିବା ଘଟଣାର ତଦନ୍ତ ପୁଣି ଥରେ କରାଯାଇପାରେ ବୋଲି ଚର୍ଚ୍ଚା ହେଉଛି। ଜମ୍ମୁ-କଶ୍ମୀରର ଡିଜିପି ଦେଇଥିବା ବୟାନରୁ ଏହା ଜଣାପଡ଼ୁଛି। ଜମ୍ମୁ-କଶ୍ମୀରର ଡିଜିପି ଦିଲବାଗ ସିଂ କହିଛନ୍ତି ଯେ, ଜମ୍ମୁ-କଶ୍ମୀରରେ ଆତଙ୍କବାଦୀଙ୍କ ବିରୋଧରେ ପଞ୍ଜୀକୃତ ମାମଲାର ତଦନ୍ତ କରିବୁ। କୌଣସି ଆତଙ୍କବାଦୀଙ୍କୁ ଛଡ଼ାଯିବ ନାହିଁ। ତାଙ୍କର ଏଭଳି ବୟାନ ପରେ ପୁଣି ଥରେ ବିଟ୍ଟା ଜେଲ ଯାଇପାରେ ବୋଲି ଚର୍ଚ୍ଚା ଜୋର ଧରିଛି। ନିକଟରେ ରିଲିଜ୍ ହୋଇଥିବା ଫିଲ୍ମ ‘ଦ କଶ୍ମୀର ଫାଇଲ୍ସ’ ରିଲିଜ୍ ହେବା ପରେ ୟାସିନ୍ ମଲିକ୍ ଏବଂ ବିଟ୍ଟା କରାଟେ ଚର୍ଚ୍ଚାରେ ରହିଛନ୍ତି। ଏହି ସମୟରେ, ଯେତେବେଳେ ଡିଜିପି ଦିଲବାଗ ସିଂଙ୍କୁ ପଚରାଯାଇଥିଲା ଯେ ୟାସିନ ମଲିକ ଏବଂ ବିଟ୍ଟା କରାଟେଙ୍କ ବିରୋଧରେ ପଞ୍ଜୀକୃତ ମାମଲା ପୁନଃ ଖୋଲାଯିବ କି ନାହିଁ, ଦିଲବାଗ ସିଂ କହିଥିଲେ ଯେ କୌଣସି ଆତଙ୍କବାଦୀଙ୍କୁ ଛଡ଼ାଯିବ ନାହିଁ। ନିରୀହ ଲୋକଙ୍କୁ ହତ୍ୟା ଅଭିଯୋଗରେ ବିଚ୍ଛିନ୍ନତାବାଦୀ ନେତା ବିଟ୍ଟା କରାଟେ କଶ୍ମୀର ଜେଲରେ ଥିଲା। ଏକ ସାକ୍ଷାତକାରରେ ବିଟ୍ଟା ନିଜେ ୨୦କଶ୍ମୀରୀ ପଣ୍ଡିତଙ୍କୁ ହତ୍ୟା କରିଥିବା ସ୍ୱୀକାର କରିଥିଲା। ବିଟ୍ଟା କରାଟେ କହିଥିଲା ଯେ ସେ ୨୦କଶ୍ମୀରୀ ପଣ୍ଡିତଙ୍କୁ ହତ୍ୟା କରିଛି। ଏହା ପରେ ଜନ ସୁରକ୍ଷା ଆଇନ ଅନୁଯାୟୀ ବିଟ୍ଟାକୁ ଗିରଫ କରାଯାଇଥିଲା। ୨୦୦୬ରେ ସେ ଜେଲରୁ ବାହାରିଥିବା ବେଳେ ୨୦୦୮ରେ ଅମରନାଥ ବିବାଦ ସମୟରେ ତାକୁ ପୁଣି ଗିରଫ କରାଯାଇଥିଲା। ବିଟ୍ଟା ନାଁ ପରେ କରାଟେ କାହିଁକି ଲଗାଯାଏ ବୋଲି ଅନେକ ପ୍ରଶ୍ନ କରୁଥିବା ବେଳେ ଏବେ ଏହାର କାରଣ ସାମ୍ନାକୁ ଆସିଛି। ବିଟ୍ଟା ମାର୍ଶଲ ଆର୍ଟ ଶିଖିଥିବାରୁ ଲୋକମାନେ ତା’ ନାଁ ଶେଷରେ କରାଟେ ଲଗାଇବା ଆରମ୍ଭ କରିଥିଲେ ‌ବୋଲି ଜଣାପଡ଼ିଛି।

Share Now:

Kalinga News Beuro

Next Post

ସୀମା ଉପରେ ସତର୍କ ଦୃଷ୍ଟି ପାଇଁ ଭାରତ ଛାଡ଼ିବ ଶକ୍ତିଶାଳୀ ସାମରିକ ଉପଗ୍ରହ

Wed Mar 23 , 2022
ନୂଆଦିଲ୍ଲୀ : ଭାରତର ସୀମା ଉପରେ ସତର୍କ ଦୃଷ୍ଟି ରଖିବ ନୂଆ ଅତ୍ୟାଧୁନିକ ସାମରିକ ଉପଗ୍ରହ। ଏଥିପାଇଁ ଗୋଟିଏ ନୁହେଁ ଏକାଧିକ ଉଚ୍ଚ କ୍ଷମତା ସଂପନ୍ନ ସାମରିକ ଉପଗ୍ରହ ଛାଡ଼ିବାକୁ ଭାରତ ସରକାର ଯୋଜନା କରୁଛନ୍ତି। ଏସବୁ ଉପଗ୍ରହ ଆସନ୍ତା ଦୁଇ-ତିନି ବର୍ଷ ମଧ୍ୟରେ ଛଡ଼ାଯିବ। ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି କେନ୍ଦ୍ର ସରକାର ଓ ଇସ୍ରୋ। ଏସବୁ ଉପଗ୍ରହ କେବଳ ଭାରତୀୟ ସାମରିକ ବାହିନୀର ଯୋଗାଯୋଗ ବ୍ୟବସ୍ଥାକୁ ସୁଦୃଢ […]
ଭାରତ ଛାଡ଼ିବ ଶକ୍ତିଶାଳୀ ସାମରିକ ଉପଗ୍ରହ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial