ଖୁଆଡ଼ରେ ଖେଳିଲେ ହୁଲ୍‌କ ଗିବନ୍‌ : କଇଁ ପୋଖରୀ, ବନପାଳ ଆବାସ ଉଦ୍‌ଘାଟିତ

ଖୁଆଡ଼ରେ ଖେଳିଲେ ହୁଲ୍‌କ ଗିବନ୍‌

ବାରଙ୍ଗ: ଆଜିଠାରୁ ନନ୍ଦନକାନନରେ ପର୍ଯ୍ୟଟକମାନେ ସ୍ବତନ୍ତ୍ର ଖୁଆଡ଼ରେ ହୁଲ୍‌କ ଗିବନମାନଙ୍କୁ ଦେଖିବା ସୁଯୋଗ ପାଇଛନ୍ତି। ୫୯(କ) ନମ୍ବର ଖୁଆଡ଼ରେ ଆଜି ଉଦ୍‌ଘାଟିତ ହୋଇଥିବା ସ୍ବତନ୍ତ୍ର କାଚ ଘରେ ଏହି ମର୍କଟ ଜାତୀୟ ପ୍ରାଣୀମାନଙ୍କ ଖେଳକୁଦ ପର୍ଯ୍ୟଟକମାନଙ୍କ ମନୋରଞ୍ଜନ କରିଛି। ସେହିଭଳି ଆଜି ଏଠାରେ ଏକ ସୁନ୍ଦର କଇଁ ପୋଖରୀ ଉଦ୍‌ଘାଟିତ ହୋଇଛି ଏବଂ ପର୍ଯ୍ୟଟକମାନେ ୪୫ ପ୍ରକାର କଇଁ ଫୁଲର ସୌନ୍ଦର୍ଯ୍ୟ ଉପଭୋଗ କରିଛନ୍ତି।
ଆଜି ରାଜ୍ୟ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ କୁମାର ଅମାତ୍‌ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ, ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ ରାଉତ, ପିସିସିଏଫ୍‌ ସୁଶିଲ୍‌ କୁମାର ପୋପାଲି, ଜଙ୍ଗଲ ବିଭାଗ ସଚିବ ସତ୍ୟବ୍ରତ ସାହୁ, ନନ୍ଦନକାନନ ନିର୍ଦ୍ଦେଶକ ମନୋଜ ଭି. ନାୟର, ଉପନିର୍ଦ୍ଦେଶକ ସନତ କୁମାର ନାରାୟଣ ପ୍ରମୁଖ ଉପସ୍ଥିତ ଥିଲେ। ଗିବନ୍‌ ଖୁଆଡ଼ ଉଦ୍‌ଘାଟନ ହେବା ପରେ ୧୩ ବର୍ଷର ସାଲବିନି, ୧୧ ବର୍ଷର ମୁନୁ ଓ (ଖ) ଖୁଆଡ଼ରେ ୬ ବର୍ଷର ରୋଜା, ୪ ବର୍ଷର ୪ ହୁଲ୍‌କ ଗିବନ୍‌ଙ୍କୁ ଛଡ଼ାଯାଇଥିଲା। ଅତିଥିମାନେ ଖୁଆଡ଼କୁ ଲାଗି ନବନିର୍ମିତ ଦର୍ଶକ ଗ୍ୟାଲେରିରେ ଠିଆହୋଇ କାଚ କାନ୍ଥ ଦେଇ ହୁଲ୍‌କ ଗିବନ୍‌ମାନଙ୍କୁ ଦେଖିଥିଲେ। ଚଳିତ ବର୍ଷ ଜୁଲାଇ ୨୫ରେ ଇଟାନଗର ଚିଡ଼ିଆଖାନାରୁ ୨ଟି ହୁଲ୍‌କ ଗିବନ୍‌ (ଅଣ୍ତିରା, ମାଈ), ୨ଟି ଚିତା ବିରାଡ଼ି (ଅଣ୍ତିରା, ମାଈ) ଅଣାଯାଇଥିଲା। ସେହିପରି ଅଗଷ୍ଟ ୨୭ରେ ମିଜୋରାମସ୍ଥିତ ଆଇଜଲ୍‌ ଚିଡ଼ିଆଖାନାରୁ ୨ ହଳ ହୁଲ୍‌କ ଗିବନ୍‌ (ଅଣ୍ତିରା ଓ ମାଈ), ଘୁଷୁରି ଲାଞ୍ଜିଆ ମାଙ୍କଡ଼(ମାଈ,ଅଣ୍ତିରା) ଓ ଗୋଟିଏ ମାଈ କଳା ହିମାଳୟ ଭାଲୁ ଅଣାଯାଇଥିଲା। ସେପ୍ଟେମ୍ବର ୮ରୁ ସେମାନଙ୍କୁ ଚିକିତ୍ସକଙ୍କ ତତ୍ତ୍ବାବଧାନରେ କ୍ବାରେଣ୍ଟାଇନ୍‌ରେ ରଖାଯାଇଥିଲା। ଏହି ଅବସରରେ ଅତିଥିମାନେ ବନପାଳ ଓ ବନରକ୍ଷୀଙ୍କ ଲାଗି ନବନିର୍ମିତ ଆବାସ ଏବଂ ଗାଡ଼ି ରହଣିସ୍ଥଳକୁ ଲାଗି ନିର୍ମାଣ ହୋଇଥିବା କଇଁ ପୋଖରୀ ଉଦ୍‌ଘାଟନ କରିଥିଲେ।

Share Now:

Kalinga News Beuro

Next Post

ଶିବାଜୀ ପଟ୍ଟନାୟକ ସ୍ମାରକୀ ପ୍ଲାଜା ଉଦ୍‌ଘାଟିତ

Thu Oct 19 , 2023
ଚନ୍ଦ୍ରଶେଖରପୁର: ସ୍ବର୍ଗତ ଶିବାଜୀ ପଟ୍ଟନାୟକ ସ୍ମାରକୀ ପ୍ଲାଜାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଲୋକାର୍ପଣ କରିଛନ୍ତି। ଜୟଦେବ ବିହାରସ୍ଥିତ ସିପିଆଇ(ଏମ୍) କାର୍ଯ୍ୟାଳୟ ନିକଟରେ ୬୧୫ ବର୍ଗମିଟର ଜମିରେ ନିର୍ମିତ ଏହି ପ୍ଲାଜା ଶ୍ରମିକ ଶ୍ରେଣୀର ଉନ୍ନତି ଦିଗରେ ଶିବାଜୀ ପଟ୍ଟନାୟକଙ୍କ ଉଲ୍ଲେଖନୀୟ ଅବଦାନକୁ ସମ୍ମାନିତ କରିବ। ମେ’ ମାସରେ ସ୍ବର୍ଗତ ପଟ୍ଟନାୟକଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଏହାର ଶିଳ୍ୟାନ୍ୟାସ କରିଥିଲେ। ବିଡିଏ ପକ୍ଷରୁ ଏହି ପ୍ରକଳ୍ପ ଡିଜାଇନ୍‌ […]
ଶିବାଜୀ ପଟ୍ଟନାୟକ ସ୍ମାରକୀ ପ୍ଲାଜା ଉଦ୍‌ଘାଟିତ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial