ଏଣିକି ବିଦେଶୀ ବନ୍ଧୁକରେ ଲାଗିବ ‘ମେଡ୍ ଇନ୍ ଇଣ୍ଡିଆ ଟ୍ୟାଗ୍‌’

ନୂଆଦିଲ୍ଲୀ:ବିଦେଶୀ ବନ୍ଧୁକରେ ରହିବ ଭାରତୀୟ ଛାପ। ଅର୍ଥାତ ଆମେରିକା ଓ ୟୁକେର ସେନା ବ୍ୟବହାର କରୁଥିବା ଉଚ୍ଚକ୍ଷମତା ସମ୍ପନ୍ନ ବନ୍ଧୁକ ଓ ରାଇଫଲରେ ‘ମେକ୍‌ ଇନ୍ ଇଣ୍ଡିଆ’ ଟ୍ୟାଗ୍ ଲାଗିବ। ଆସନ୍ତା କିଛି ବର୍ଷ ମଧ୍ୟରେ ଏହି ପଦଯକ୍ଷେପ କାର୍ଯ୍ୟକାରୀ କରାଯାଇପାରେ। କାରଣ ଚେନ୍ନାଇର ଗୋଳାବାରୁଦ ପ୍ଲାଣ୍ଟରେ ଏସବୁ ଦାମ ହତିଆର ତିଆରି ହେବ। ଏନେଇ ୫ଟି ଭାରତୀୟ ଘରୋଇ ହତିଆର ତିଆରି କରୁଥିବା କମ୍ପାନୀ ବିଦେଶୀ କମ୍ପାନୀ ସହ ଏକ ଚୁକ୍ତି ସାକ୍ଷର କରିଛନ୍ତି। ଏହି ୫ଟି ଭାରତୀୟ କମ୍ପାନୀ ତାମିଲନାଡ଼ୁର ଥିରୁଭିଦାନ୍ଥାଇଠାରେ ହୋଇଥିବା DefExpo 2018 ନିଜର ଆଗାମୀ ବ୍ଲୁ-ପ୍ରିଣ୍ଟ ସମ୍ପର୍କରେ ଯୋଜନା ପ୍ରଦର୍ଶିତ କରିଛନ୍ତି। ଏହି ଏକ୍ସପୋରେ ପ୍ରତିରକ୍ଷା ଅସ୍ତ୍ରଶସ୍ତ୍ର ଓ ସୁରକ୍ଷା ଉପକରଣ ଉପରେ ପ୍ରଦର୍ଶିତ ହୋଇଥିଲା। ଏଗୁଡ଼ିକ ଭାରତରେ ତିଆରି ହେବା ସହ ବିଦେଶ ଗ୍ରାହକଙ୍କୁ ରପ୍ତାନୀ କରାଯିବ। ସେନା ଅଧିକରୀଙ୍କ ଅନୁଯାୟୀ ଏହି ଅସ୍ତ୍ରଶସ୍ତ୍ରଗୁଡ଼ିକୁ ଭରତୀୟ ସେନାରେ ସାମିଲ କରିବାକୁ ସମୟ ଲାଗିବ।

କାରଣ ଏଗୁଡ଼ିକ ଅନେକ ମହଙ୍ଗା ହୋଇଥିବାରୁ ଏଗୁଡ଼ିକୁ କିଣିଲେ ଦେଶର ଅର୍ଥନୀତି ଉପରେ ବୋଝ ପଡ଼ିବ। ମୁଖ୍ୟତଃ ଏହି ଏକ୍ସପୋମେଳାରେ ଅସ୍ତ୍ରଶସ୍ତ୍ର ସହିତ ଯୁଦ୍ଧ ବିମାନ ତେଜସ, ଡିଆରଡିଓ ଦ୍ୱାରା ନିର୍ମିତ ଆଧୁନିକ ଆର୍ଟିଲାରୀ ତୋପ ବ୍ୟବସ୍ଥା (ଏଟିଏଜିଏମ୍‍) ଅର୍ଜୁନ ମାର୍କ -୨ ଏବଂ ଧନୁଷର ପ୍ରଦର୍ଶନ କରାଯାଇଥିଲା।

ଡିଆରଡିଓ ଲଞ୍ଚର, ନିର୍ଭୟ କ୍ଷେପଣାସ୍ତ୍ର, ମାନବବିହୀନ ଗାଡ଼ି (ଏୟୁଜିବି), ଯୁଦ୍ଧ ଟ୍ୟାଙ୍କ ଅର୍ଜୁନ ମାର୍କ-୧, କ୍ଷେପଣାସ୍ତ୍ର, ସ୍ୱଦେଶ ଜ୍ଞାନକୌଶଳରେ ନିର୍ମିତ ରାଡାର ପ୍ରଣାଳି, ବୁଡ଼ାଜାହାଜ ପାଇଁ ନିର୍ମିତ କ୍ଷପଣାସ୍ତ୍ର ବରୁଣାସ୍ତ୍ରର ପ୍ରଦର୍ଶନ କରାଯାଇଥିଲା। ଏଥିରେ ଆମେରିକା, ରୁଷିଆ, ବ୍ରିଟେନ୍‍, ଆଫଗାନିସ୍ତାନ, ସ୍ୱିଡେନ, ଫିନଲାଣ୍ଡ, ଇଟାଲି, ମାଡାଗାସ୍କର, ନେପାଳ, ପର୍ତ୍ତୁଗାଲ, ଭିଏତନାମ ଆଦି ଦେଶ ଭାଗ ନେଇଥିଲେ।

Share Now:

Kalinga News Beuro

Leave a Reply

Next Post

Sat Apr 14 , 2018
କଳିଙ୍ଗ ନିଉଜ ପରିଵାର Share Now:

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial