ଲଘୁଚାପ ଜନିତ ପ୍ରବଳ ବର୍ଷା: ଓରାଳିରେ ଘାଇ ସୃଷ୍ଟି କ୍ଷେତ୍ରୀୟ ଅନୁଧ୍ୟାନ କଲେ ତହସିଲଦାର,ବିଡ଼ିଓ ଓ ବ୍ଲକ ଅଧ୍ୟକ୍ଷା

ଓରାଳିରେ ଘାଇ

ତିହିଡି : ଭଦ୍ରକ ଜିଲ୍ଲା ତିହିଡି ବ୍ଲକରେ ଲଘୁଚାପ ଜନିତ ପ୍ରବଳ ବର୍ଷା ଲାଗିରହିଛି। ଏହା ଫଳରେ ବୈତରଣୀ ନଦୀରେ ଜଳସ୍ତର ବିପଦ ସଂକେତ ଉପରେ ପ୍ରବାହିତ ହେଉଛି। ଯାହାକୁ ନେଇ ବ୍ଲକ ପ୍ରଶାସନ ତତ୍ପର ହୋଇଉଠିଛି। ବୋଡ଼କ ପଞ୍ଚାୟତ ଓରାଳି ଠାରେ ଏକ ଘାଇ ସୃଷ୍ଟି ହୋଇ ବନ୍ୟାଜଳ ପ୍ରବେଶ କରିବାର ଆଶଙ୍କା କରାଯାଉଛି। ଏଥିପାଇଁ ବ୍ଲକ ପ୍ରଶାସନ ପକ୍ଷରୁ ଆଗୁଆ ପଦକ୍ଷେପ ନେବାପାଇଁ ବୁଧବାର ଅପରାହ୍ନରେ ତହସିଲଦାର ରମେଶ ଚନ୍ଦ୍ର ପଣ୍ଡା, ବିଡ଼ିଓ ବସନ୍ତ କୁମାର ସାହାଣୀ, ବ୍ଲକ ଅଧ୍ୟକ୍ଷା ସୁଶ୍ରୀ ବିଦ୍ୟୁତଲତା ନାୟକ ଓରାଳି ଗ୍ରାମରେ ପହଞ୍ଚି କ୍ଷେତ୍ରୀୟ ଅନୁଧ୍ୟାନ କରିଛନ୍ତି। ଲଘୁଚାପ ଜନିତ ବର୍ଷା ଫଳରେ ବୋଡ଼କ, ତଳଗୋପବନ୍ଧା, ବିଲଣା, ବାରୋ, କାଁପଡା, ଶ୍ୟାମସୁନ୍ଦରପୁର, ବାରସର ଓ ଗୋବିନ୍ଦପୁର ପଂଚାୟତର ହଜାର ହଜାର ହେକ୍ଟର ଚାଷଜମି ବୁଡିରହିଛି। ଚାଷଜମିରୁ ଜଳ ନିଷ୍କାସନ ହୋଇନପାରିଲେ ଧାନ ଚାଷ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହେବବୋଲି ଆଶଙ୍କା କରାଯାଉଛି। ଲଗାଣ ବର୍ଷା ଫଳରେ କାଁପଡା-ଈଶ୍ବରପୁର ରାସ୍ତା ଘୋସରାରେ ଜଳସ୍ରୋତ ବହୁଥିବାବେଳେ ଶ୍ୟାମସୁନ୍ଦରପୁର ପଂଚାୟତର ବାଲିଘାଇ-ଶ୍ୟାମସୁନ୍ଦରପୁର ରାସ୍ତା ପାଣିରେ ବୁଡି ରହି ଯୋଗାଯୋଗ ବିଛିନ୍ନ ହୋଇଛି। ଏଥିସହ ତଳ ଦୁମୁକା ଓ ଉପର ଦୁମୁକା ରାସ୍ତାରେ ମଧ୍ୟ ପାଣି ଜମିରହି ଯାତାୟତରେ ବାଧା ସୃଷ୍ଟିକରୁଛି। ସେହିପରି ବୋଡ଼କ ପଂଚାୟତର ଭଞ୍ଜ ସହି, କାସିନ୍ଦିପୁର ଓ ବଢ଼େଇଗଡିଆ ଗ୍ରାମ ରାସ୍ତା ପାଣିରେ ବୁଡି ରହିଛି। ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ନାହିଁ। କେବଳ ଲଘୁଚାପ ଜନିତ ବର୍ଷା ପାଇଁ ଅଧିକ ପାଣି ଜମିରହିଛି। ଯଦି ବନ୍ୟା ପରିସ୍ଥିତି ସୃଷ୍ଟି ହୁଏ ତେବେ ପ୍ରଶାସନ ମୁକାବିଲା କରିବାକୁ ପ୍ରସ୍ତୁତ ଅଛି ବୋଲି ବିଡ଼ିଓ ବସନ୍ତ କୁମାର ସାହାଣୀ କହିଛନ୍ତି।

Share Now:

Kalinga News Beuro

Next Post

ମହରମ୍‌ ଶୋଭାଯାତ୍ରାକୁ ସୁପ୍ରିମକୋର୍ଟଙ୍କ ନା

Fri Aug 28 , 2020
ନୂଆଦିଲ୍ଲୀ: ସୁପ୍ରିମ କୋର୍ଟ ମୁସଲିମ୍‌ ସମ୍ପ୍ରଦାୟର ପବିତ୍ର ମହରମ୍‌ ଶୋଭାଯାତ୍ରା ପାଇଁ ଅନୁମତି ଦେବାକୁ ଗୁରୁବାର ମନା କରିଦେଇଛନ୍ତି। ପୁରୀରେ ଜଗନ୍ନାଥଙ୍କ ରଥଯାତ୍ରାଙ୍କୁ ଯେଭଳି ଅନୁମତି ଦିଆଗଲା ଆମକୁ ସେଭଳି ଅନୁମତି ଦେବା ପାଇଁ ଆବେଦନକାରୀଙ୍କ ପକ୍ଷରୁ ଯୁକ୍ତି ଦର୍ଶାଯାଇଥିଲା। ତେବେ ଆବେଦନକାରୀଙ୍କ ମତକୁ ସୁପ୍ରିମ କୋର୍ଟ ଗ୍ରହଣ କରି ନଥିଲେ। ଖଣ୍ଡପୀଠ କହିଥିଲେ ପୁରୀରେ କେବଳ ଗୋଟିଏ ନିର୍ଦ୍ଦିଷ୍ଟ ଅଞ୍ଚଳରେ ରଥଯାତ୍ରା ପାଇଁ ଅନୁମତି ଦିଆଯାଇଥିଲା। ସବୁ ସ୍ଥାନରେ […]
ମହରମ୍‌ ଶୋଭାଯାତ୍ରାକୁ ସୁପ୍ରିମକୋର୍ଟଙ୍କ ନା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial