ତିନିବାହିନୀ ପାଇଁ ୭୬ ହଜାର କୋଟିର ପ୍ରକଳ୍ପକୁ ମଞ୍ଜୁରୀ

ତିନିବାହିନୀ ପାଇଁ ୭୬ ହଜାର କୋଟିର ପ୍ରକଳ୍ପକୁ ମଂଜୁରୀ

ନୂଆଦିଲ୍ଲୀ : ଭାରତୀୟ ସାମରିକ ବାହିନୀର ଆଧୁନିକୀକରଣ ପାଇଁ ୭୬ ହଜାର ୩୯୦ କୋଟି ଟଙ୍କାର ପ୍ରକଳ୍ପକୁ କେନ୍ଦ୍ର ସରକାର ମଞ୍ଜୁରୀ ଦେଇଛନ୍ତି। ସୋମବାରଦିନ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ବସିଥିବା ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ ବୈଠକରେ ଏସବୁ ପ୍ରକଳ୍ପକୁ ମଞ୍ଜୁରୀ ଦିଆଯାଇଛି। ପ୍ରଧାନମନ୍ତ୍ରୀଙ୍କ ଆତ୍ମନିର୍ଭର ଭାରତ କାର୍ଯ୍ୟକ୍ରମକୁ ଗୁରୁତ୍ବ ଦେଇ ଏସବୁ ପ୍ରକଳ୍ପ ଭାରତୀୟ କମ୍ପାନିମାନଙ୍କ ଦ୍ବାରା ହିଁ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହି ୭୬ ହଜାର କୋଟିର ଏକ ବଡ଼ ଭାଗ ଭାରତୀୟ ନୌସେନାକୁ ଯିବ। ଭାରତୀୟ ନୌସେନା ପାଇଁ ପ୍ରାୟ ୩୬ ହଜାର କୋଟି ମୂଲ୍ୟରେ ନେକ୍ସ ଜେନେରେସନ କରଭେଟ୍ (ଏନଜିସି) ଖରିଦ କରାଯିବ। କରଭେଟ ହେଉଛି ଏକ ପ୍ରକାରର ଛୋଟ ମାତ୍ର ଅତ୍ୟାଧୁନିକ ଯୁଦ୍ଧ ଜାହାଜ। ଏହା ଦ୍ବାରା ଭାରତୀୟ ନୌସେନାର ମାରକ,ପ୍ରହରା ଓ ଉପକୂଳ ସୁରକ୍ଷା କ୍ଷମତା ବୃଦ୍ଧି ପାଇବ। ସେହିପରି ଭାରତୀୟ ସେନା ପାଇଁ ପାର୍ବତ୍ୟ ଅଞ୍ଚଳରେ ଚାଲିପାରୁଥିବା ଟ୍ରକ ଓ ଅନ୍ୟାନ୍ୟ ଯୁଦ୍ଧଯାନ, ଆଣ୍ଟି ଟ୍ୟାଙ୍କ ଗାଇଡେଡ ମିସାଇଲ, ଅସ୍ତ୍ର ଚିହ୍ନଟକାରୀ ରାଡାର ଆଦି ଖରିଦ କରାଯିବ। ଅନ୍ୟପକ୍ଷରେ ହାଲ ପକ୍ଷରୁ ବାୟୁସେନା ପାଇଁ ଡୋର୍ନିଅର ବିମାନ ଓ ସୁଖୋଇ-୩୦ ଏମକେଆଇ ବିମାନ ନିର୍ମାଣ କରାଯିବ। ଆଜିର ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ ବୈଠକରେ ଡିଜିଟାଲ କୋଷ୍ଟଗାର୍ଡ ପ୍ରକଳ୍ପକୁ ମଧ୍ୟ ମଞ୍ଜୁରୀ ଦିଆଯାଇଛି।

Share Now:

Kalinga News Beuro

Next Post

୧୪ ଜିଲ୍ଲାରେ କାଳବୈଶାଖୀ ସହ ୪ ଜିଲ୍ଲାରେ ଗ୍ରୀଷ୍ମପ୍ରବାହ: ଜାରି ହେଲା ୟେଲୋୱାର୍ଣ୍ଣିଂ

Mon Jun 6 , 2022
ଭୁବନେଶ୍ୱର: ସଂପ୍ରତି ପଶ୍ଚିମ ଓଡ଼ିଶାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ଉପକୂଳ ଓଡ଼ିଶାରେ ଅସହ୍ୟ ଗୁଳୁଗୁଳି ସାଧାରଣ ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଇଛି। ପାଣିପାଗର ଏପ୍ରକାର ସ୍ଥିତି ଆହୁରି ୩ ଦିନ ପର୍ଯ୍ୟନ୍ତ, ଅର୍ଥାତ୍‌ ଜୁନ୍‌ ୯ ତାରିଖ ପର୍ଯ୍ୟନ୍ତ ଜାରି ରହିବ। ଏ ପରିସ୍ଥିତିରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ, ଅର୍ଥାତ୍‌ ୭ ତାରିଖ ମଙ୍ଗଳବାର ମଧ୍ୟାହ୍ନ ସୁଦ୍ଧା ଉପକୂଳ ଓଡ଼ିଶାର ୧୪ଟି ଜିଲ୍ଳାରେ କାଳବୈଶାଖୀର […]
୧୪ ଜିଲ୍ଲାରେ କାଳବୈଶାଖୀ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial