ପୁଣି ଅଶାନ୍ତ ହେଲା ମାର୍କେଟ ବିଲ୍ଡିଂ : ୨ ବ୍ୟବସାୟୀ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ

ମାର୍କେଟ ବିଲ୍ଡିଂରେ ପୁଣି ଅଶାନ୍ତି

ଭୁବନେଶ୍ୱର: ୟୁନିଟ୍‌-୨ସ୍ଥିତ ମାର୍କେଟ ବିଲ୍ଡିଂରେ ବୁଧବାର ସନ୍ଧ୍ୟାରେ ପୁଣି ଥରେ ଅଶାନ୍ତି ଦେଖାଦେଇଛି। ଉଭୟ ଉଠାଦୋକାନୀ ଓ ସ୍ଥାୟୀ ଦୋକାନୀ ମୁହାଁମୁହିଁ ହୋଇଛନ୍ତି। ବଳପୂର୍ବକ ଏଠାରେ ବ୍ୟବସାୟ କରୁଥିବା ଉଠାଦୋକାନୀଙ୍କୁ ସେଣ୍ଟ୍ରାଲ ମାର୍କେଟ ଆସୋସିଏସନ୍‌ର ସଦସ୍ୟମାନେ ବିରୋଧ କରିଛନ୍ତି। ଉଠାଦୋକାନୀମାନେ ବଳପୂର୍ବକ ବସି ଏଠାରେ ବ୍ୟବସାୟ କରିବାକୁ ଚାହୁଁଥିବା ବେଳେ ମୁହାଁମୁହିଁ ପରିସ୍ଥିତି ଉପୁଜିଛି। ସୂଚନା ଅନୁସାରେ ଭୁବନେଶ୍ୱର ମାର୍କେଟିଂ ବିଲ୍ଡିଂ ଭିତରେ ଆଜି ସନ୍ଧ୍ୟା ୫ଟା ସମୟରେ କିଛି ଉଠା ଦୋକାନୀମାନେ ଦୋକାନ ଖୋଲିଥିଲେ। ଏହାକୁ ସେଣ୍ଟାଲ ମାର୍କେଟ ଆସୋସିଏସନ୍ ବିରୋଧ କରିଥିଲା। ଉଠା ଦୋକାନୀମାନଙ୍କ ବିକ୍ରି ସାମଗ୍ରୀକୁ ବଳପୂର୍ବକ ଅଳିଆ ଉଠା ଡଷ୍ଟବିନ୍‌ରେ ପକାଇ ଥିଲା। କିଛି ସମୟ ପାଇଁ ଉଭୟ ବ୍ୟବସାୟୀଙ୍କ ଭିତରେ ପାଟିତୁଣ୍ଡ ହୋଇଇଥିଲା ଉଠାଦୋକାନୀ ଓ ସେଣ୍ଟାଲ ମାର୍କେଟ ଆସୋସିଏସନ୍ ମୁହାଁମୁହିଁ ହୋଇଥିଲେ। ସେଣ୍ଟାଲ ମାର୍କେଟ ଆସୋସିଏସନ୍‌ର କର୍ମକର୍ତ୍ତାଙ୍କ କହିବା କଥା କୌଣସି ଉଠା ଦୋକାନୀ ମାର୍କେଟିଂ ବିଲ୍ଡିଂ ଭିତରେ ବସିବେ ନାହିଁ ବୋଲି ବିଏମସି କହିଛି। ୫ ବର୍ଷ ପାଇଁ ମାର୍କେଟିଂ ବିଲ୍ଡିଂ କ୍ୟାମ୍ପସ ଆମ ଦାୟିତ୍ଵରେ ରହିଛି। ତେଣୁ ଉଠା ଦୋକାନୀଙ୍କୁ ଆମେ ଭିତରେ ପୁରେଇ ଦେବୁ ନାହିଁ। ଅନ୍ୟପଟେ ଉଠା ଦୋକାନୀମାନଙ୍କ କହିବା କଥା ମାର୍କେଟିଂ ବିଲ୍ଡିଂ ଭିତରେ ବସି ବିକ୍ରି ପାଇଁ ଆମେ ହାଇକୋର୍ଟ ଯାଇଛୁ। ତେଣୁ ଯେପର୍ଯ୍ୟନ୍ତ ମାମଲା କୋର୍ଟରେ ଅଛି ସେ ପର୍ଯ୍ୟନ୍ତ ଆମେ ମାର୍କେଟିଂ ବିଲ୍ଡିଂ ଭିତରେ ବସି ବେପାର କରିବୁ। ଏହା ସହ ବିଏମସି ଯେଉଁ ପର୍ଯ୍ୟନ୍ତ ଉଠା ଦୋକାନୀମାନଙ୍କୁ ସ୍ଥାୟୀ ଭେଣ୍ଡିଂଜୋନ୍ ଦେଇ ନାହିଁ। ସେ ପର୍ଯ୍ୟନ୍ତ ଆମେ ମାର୍କେଟ ବିଲ୍ଡିଂ ଭିତରେ ବସିବୁ। ଉଠା ଦୋକାନୀମାନଙ୍କୁ ସେଣ୍ଟାଲ ମାର୍କେଟ ଆସୋସିଏସନ୍ ଗୁଣ୍ଡାଗର୍ଦି କରି ଉଠାଇବାକୁ ଉଦ୍ୟମ କରୁଥିବା ଅଭିଯୋଗ ଆଣିଛନ୍ତି।
ସୂଚନାଯୋଗ୍ୟ, ବହୁଚର୍ଚ୍ଚିତ ଭୁବନେଶ୍ୱର ୟନିଟ୍‌-୨ସ୍ଥିତ ମାର୍କେଟ ବିଲ୍ଡିଂରେ ଗତ ଜୁଲାଇ ମାସରେ ବିବାଦ ଦେଖାଯାଇଥିଲା। ଏହି ବିବାଦ ୧୮ ଦିନ ପରେ ସମାଧାନ ହୋଇଥିଲା। ଭୁବନେଶ୍ୱରର ଲୋକପ୍ରିୟ ମାର୍କେଟ ବିଲ୍ଡିଂସ୍ଥିତ ମାର୍କେଟ୍‌ ଖୋଲିବା ପରେ ଉଭୟ ବ୍ୟବସାୟୀ ଓ ଗ୍ରାହକମାନେ ଖୁସି ଦେଖାଯାଇଥିଲେ। ମାର୍କେଟ ଖୋଲିବା ପରେ ଗତ ୩ ତାରିଖ ସାମ୍ବାଦିକ ସମ୍ମିଳନୀରେ ସେଣ୍ଟ୍ରାଲ ମାର୍କେଟ ଆସୋସିଏସନର ସଭାପତି ପ୍ରଦ୍ୟୁମ୍ନ ଜେନା କହିଥିଲେ ଯେ, ୧୮ ଦିନ ମାର୍କେଟ ବିଲଡିଂ ବନ୍ଦ ରହିବା ଦୁଃଖଦାୟକ। ଏହି ବନ୍ଦ ଅବଧି ମଧ୍ୟରେ ମାର୍କେଟ ବିଲଡିଂ ବ୍ୟବସାୟୀଙ୍କର ୧୦୦ କୋଟି ଟଙ୍କା କ୍ଷତି ହୋଇ ଥିବା ଆସୋସିଏସନ ପକ୍ଷରୁ ଆକଳନ କରାଯାଇଛି।

Share Now:

Kalinga News Beuro

Next Post

୩ ଲାଇନ ବିଶିଷ୍ଟ ହେବ ନିର୍ଗୁଣ୍ଡି-ବାରଙ୍ଗ ଓ ଖୋର୍ଦ୍ଧା ରୋଡ୍-ବିଜୟନଗରମ୍ ରେଳପଥ

Wed Aug 16 , 2023
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି (ସିସିଇଏ) ଆଜି ରେଳ ମନ୍ତ୍ରଣାଳୟର ପ୍ରାୟ ୩୨,୫୦୦ କୋଟି ଟଙ୍କା ବ୍ୟୟ ଅଟକଳର ୭ଟି ପ୍ରକଳ୍ପକୁ ଅନୁମୋଦନ କରିଛି। ଏଥିପାଇଁ କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ଅନୁଦାନ ଯୋଗାଇ ଦେବେ। ମଲ୍ଟି ଟ୍ରାକିଂ ବା ରେଳଧାରଣାର ସଂଖ୍ୟା ବୃଦ୍ଧି ସଂକ୍ରାନ୍ତ ପ୍ରସ୍ତାବଗୁଡିକ ଭାରତୀୟ ରେଳବାଇର ବ୍ୟସ୍ତବହୁଳ ସେକ୍ସନଗୁଡିକରେ ଅତି ଆବଶ୍ୟକ ଭିତ୍ତିଭୂମି ବିକାଶ ପ୍ରଦାନ କରି […]
୭ ରେଳ ମଲ୍ଟି-ଟ୍ରାକିଂ ପ୍ରକଳ୍ପକୁ ମଞ୍ଜୁରି

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial