ଓଡିଶା ଡିଜିଟାଲ ମିଡ଼ିଆ ସଂଘ ପକ୍ଷରୁ ଦୁଇଦିନିଆ କର୍ମଶାଳା ଉଦଯାପିତ

ଓଡିଶା ଡିଜିଟାଲ ମିଡ଼ିଆ ସଂଘ (1)

ପୁରୀ : ଓଡିଶା ଡିଜିଟାଲ ମିଡ଼ିଆ ସଂଘ ପକ୍ଷରୁ ଓଡ଼ିଶାରେ ପ୍ରଥମଥର ପାଇଁ ସ୍ଥାନୀୟ ୟୁଥ ହଷ୍ଟେଲ ପରିସରରେ ଦୁଇଦିନିଆ ରାଜ୍ୟ କାର୍ଯ୍ୟକାରିଣୀ ଓ ରାଜ୍ୟ ପରିଷଦ ବୈଠକ ଉଦଯାପିତ ହୋଇଯାଇଛି। ଏହି ବୈଠକରେ ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ ,ବିଶିଷ୍ଟ ଶ୍ରମିକ ନେତା ନବ ମହାନ୍ତି ,ବରିଷ୍ଠ ସାମ୍ବାଦିକ ଶ୍ରୀରାମ ଦାଶ, ଦୂରଦର୍ଶନର ପୂର୍ବତନ ବାର୍ତ୍ତା ସମ୍ପାଦକ ଗୋପାଳ ଚନ୍ଦ୍ର ମହାପାତ୍ର ପ୍ରଦୀପ ପ୍ରଜ୍ଜ୍ୱଳନ କରି ସଭାର ଶୁଭାରମ୍ଭ କରିଥିଲେ। ଏହି କାର୍ଯ୍ୟରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆସିଥିବା ସାମ୍ବାଦିକ ମାନେ ଏକତ୍ରିତ ହୋଇ କିଭଳି ସତ୍ୟ ଖବର ପରିବେଷଣ କରିବେ ଓ ଅସତ୍ୟ ଖବରର ବିରୋଧ କରିବେ, ଏ ନେଇ ବିସ୍ତୃତ ଆଲୋଚନା କରାଯାଇଥିଲା। ଓଡିଶା ଡିଜିଟାଲ ମିଡ଼ିଆ ସଂଘ ପକ୍ଷରୁ ଆୟୋଜିତ ଏହି ସଭାରେ ଶିଳ୍ପପତି ଡ଼. ନାରାୟଣ ପାତ୍ର,ବରିଷ୍ଠ ସାମ୍ବାଦିକ ପ୍ରସନ୍ନ ତ୍ରିପାଠୀ,ପ୍ରଭାକର ଶିରୋମଣି ଓ ହେମନ୍ତ କୁମାର ସାମନ୍ତରାୟଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

ସଂଘ ସଭାପତି ତୁଷାର ପଟ୍ଟନାୟକ ଏହି ବୈଠକରେ ଅଧ୍ୟକ୍ଷତା କରିଥିଲେ। ସଂଘର ଉପ-ସଭାପତି ସୁନୀଲ କୁମାର ଦେ “ସାମ୍ବାଦିକତା ଏକ ବୃତ୍ତି ନୁହେଁ ବ୍ରତ” ବୋଲି ସାମ୍ବାଦିକ ମାନଙ୍କୁ ସଂକଳ୍ପ କରାଇଥିଲେ। ସଂଘ କାର୍ଯ୍ୟକାରୀ ସଭାପତି ପ୍ରକାଶ ଚନ୍ଦ୍ର ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ନନ୍ଦିତା ପ୍ରିୟଦର୍ଶିନୀ, ଶ୍ରୀକାନ୍ତ ମଟାରି, ମୀନାକ୍ଷୀ ଦୋରା, ସ୍ବପ୍ନାରାଣୀ ଓ ପ୍ରୀତି ମହାନ୍ତି ପ୍ରମୁଖ ସହଯୋଗ କରିଥିଲେ। ବିଭିନ୍ନ ଜିଲ୍ଲାରୁ ଶତାଧିକ ପ୍ରତିନିଧି ସମ୍ମିଳନୀରେ ଯୋଗଦେଇଥିଲେ।

Share Now:

Kalinga News Beuro

Next Post

ଚୋରି ଉଦ୍ୟମ କରି ଧରାପଡ଼ିଲା ନାବାଳକ

Mon Dec 27 , 2021
ଚାନ୍ଦୋଳ: କେନ୍ଦ୍ରାପଡ଼ା ସଦର ଥାନା ତଥା ଚାନ୍ଦୋଳ ଫାଣ୍ତି ଚାନ୍ଦୋଳ ବଜାରସ୍ଥିତ ଏକ ମୋବାଇଲ ଦୋକାନରୁ ଚୋରି ଉଦ୍ୟମ କରି ନାବାଳକ ଧରାପଡ଼ିଛି। ନାବାଳକ ଜଣଙ୍କ ମୋବାଇଲ୍ ଦୋକାନ ପଛପଟ କାନ୍ଥ କଣା କରୁଥିବା ବେଳେ ବଜାରରେ ରାତି ପାଟ୍ରୋଲିଂ କରୁଥିବା ପୁଲିସ୍‌ କର୍ମଚାରୀ ତାକୁ ଧରିବାକୁ ଗୋଡ଼ାଇଥିଲେ। ସେ ଅନ୍ଧାରର ସୁଯୋଗରେ ବିଲ ଭିତରେ ଖସିଯିବାକୁ ସକ୍ଷମ ହୋଇଥିଲା। ଫାଣ୍ତି ଅଧିକାରୀ ସୌମ୍ୟରଞ୍ଜନ ପାଣିଗ୍ରାହୀଙ୍କ ସହିତ କିଛି ବ୍ୟବସାୟୀ […]
ଚୋରି ଉଦ୍ୟମ କରି ଧରାପଡ଼ିଲା ନାବାଳକ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial